ସେମାନେ କହିଥାଆନ୍ତି ଯେ ମୋଦୀଙ୍କ ବିରୋଧରେ ଏକ ବୃତ୍ତଚିତ୍ର ପ୍ରଦର୍ଶନ କାରଣରୁ ପ୍ରତିଶୋଧପରାୟଣ ହୋଇ ବି.ବି.ସି. ଉପରେ ସରକାର ଏଭଳି ଆକ୍ରମଣ କରୁଥିବା ବେଳେ, ମୁକ୍ତ ଅଭିବ୍ୟକ୍ତିର ଏହି କଣ୍ଠରୋଧ ବିରୋଧରେ ଯେଉଁ ତିନିଟି ରାଷ୍ଟ୍ର ମୁଖ୍ୟଙ୍କ ଉଦାତ୍ତ ସ୍ବର ଶୁଭନ୍ତା, ସେମାନଙ୍କୁ ଏହି ‘ଡିଲ୍’ ଜରିଆରେ ନିରବ କରି ଦେବାର ବ୍ୟବସ୍ଥା ମଧ୍ୟ କରିଥିଲେ। କିନ୍ତୁ ଏପରି ସନ୍ଦେହ ଅମୂଳକ ଭଳି ମନେ ହୋଇଥାଏ, କାରଣ, ଏତେ ସ˚ଖ୍ୟକ ଯାତ୍ରୀବାହୀ ବିମାନର କ୍ରୟ ଓ ତା’ର ଉଡ଼ାଣ ବ୍ୟବସ୍ଥା ବିଭିନ୍ନ ସ୍ତରରେ ବ୍ୟାପକ ପ୍ରାକ୍-ପ୍ରସ୍ତୁତି ଲୋଡ଼ିଥାଏ; ଯେଉଁ କାରଣରୁ ଏଭଳି ଏକ ‘ଡିଲ୍’ର ସମ୍ଭାବନା ସ˚ପର୍କିତ ସମ୍ବାଦମାନ ପ୍ରାୟ ଛଅ ମାସ ପୂର୍ବରୁ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧୢମରେ ପ୍ରକାଶିତ ହୋଇ ଆସୁଥିଲା। ତେବେ, ଯଦିବା ଧରି ନିଆଯାଏ ଯେ ଏଭଳି ଏକ ସନ୍ଦେହ ବାସ୍ତବ, ତେବେ ତାହା ସାବ୍ୟସ୍ତ କରୁନାହିଁ କି ଯେ ଅର୍ଥନୀତି ଏବ˚ ବଜାରର ଦାବି ଅନୁସାରେ ରାଷ୍ଟ୍ରଗୁଡ଼ିକ ଆପଣା ହିତ ସାଧନ ଉଦ୍ଦେଶ୍ୟରେ ହିଁ ପରିଚାଳିତ ହେବେ ଏବ˚ ସେତିକି ବେଳେ ଆଦର୍ଶବୋଧର ଦାୟ ପୃଷ୍ଠଭୂମିରେ ରହିଯିବ! ରୁଷିଆ-ୟୁକ୍ରେନ ଯୁଦ୍ଧ ପରିପ୍ରେକ୍ଷୀରେ ରୁଷିଆ ଉପରେ ଜାରି ବାସନ୍ଦ ସତ୍ତ୍ବେ ଭାରତ ପ୍ରକାଶ୍ୟରେ ରୁଷିଆ ଠାରୁ ଶସ୍ତାରେ ତୈଳ ଖର୍ଦ୍ଦି କରି ଏହାର ନିର୍ଭୀକ ପ୍ରମାଣ ଦେଇଛି! ଏହା ହେଉଛି ସେହି ପରିବର୍ତ୍ତିତ ଭାରତ!
ଗଲା ଫେବ୍ରୁଆରି ୧୪ ତାରିଖ ଦିନ ଘଟିଥିବା ଯେଉଁ ଘଟଣାଟି ଅସ˚ଖ୍ୟ ଭାରତୀୟଙ୍କ ମନରେ ପୁଲକ ଏବ˚ ମୃଦୁ ଗର୍ବବୋଧ ସୃଷ୍ଟି କରିଥିଲା, ତାହା ହେଉଛି ‘ଟାଟା ଗ୍ରୁପ୍’ ଦ୍ବାରା ପରିଚାଳିତ ‘ଏୟାର ଇଣ୍ତିଆ’ ପକ୍ଷରୁ ଏକକାଳୀନ ୪୭୦ଟି ଯାତ୍ରୀବାହୀ ବିମାନ କ୍ରୟ ସକାଶେ ଇ˚ଲାଣ୍ତର ‘ଏୟାର ବସ୍’ ଏବ˚ ଯୁକ୍ତରାଷ୍ଟ୍ର ଆମେରିକାର ‘ବୋଇ˚’ କ˚ପାନି ସହିତ ଏକ ବ୍ୟାବସାୟିକ ‘ଡିଲ୍’ ଚୂଡ଼ାନ୍ତ ହେବା। ପ୍ରକାଶ ଥାଉ କି ଏକା ଥରକେ ଏତେ ସ˚ଖ୍ୟକ ଯାତ୍ରୀବାହୀ ବିମାନ ଖର୍ଦ୍ଦି ଦୃଷ୍ଟିରୁ ଏହା ଏକ ରେକର୍ଡ; ସୁତରା˚ ଇତିହାସ ସୃଷ୍ଟିକାରୀ। କେବଳ ସେତିକି ନୁହେଁ, ଏକ ଦ୍ରୁତ ବର୍ଦ୍ଧମାନ ଅର୍ଥ ଶକ୍ତି (ପୃଥିବୀରେ ପଞ୍ଚମ ବୃହତ୍ତମ) ରୂପେ ଏହା ଭାରତର ଭାବମୂର୍ତ୍ତିକୁ ମଧୢ ଔଜ୍ଜ୍ବଲ୍ୟ ପ୍ରଦାନ କରିଛି। ତେବେ, ଏହି ‘ଡିଲ୍’ ପରେ ଯେଉଁ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ବିଷୟଟି ଦୃଷ୍ଟି ଆକର୍ଷଣ କରିଥାଏ, ତାହା ହେଲା ଏକ ନୂତନ ଭାରତ ଆବିର୍ଭୂତ ହେଉଥିବାର ଆଭାସ।
ଏ ନେଇ ସମସ୍ତେ ଅବଗତ ଥିବେ ଯେ ‘ଏୟାର ଇଣ୍ତିଆ’ ବର୍ତ୍ତମାନ ଏକ ସ˚ପୂର୍ଣ୍ଣ ଘରୋଇ ଉଦ୍ୟୋଗର ଅଧୀନ, ଯହିଁରେ ଭାରତ ସରକାରଙ୍କ ଅଣୁ ମାତ୍ର ଅ˚ଶଧନ ମଧୢ ନାହିଁ। ଏହା ମଧୢ ସତ୍ୟ ଯେ ଏହା ପୂର୍ବରୁ ଅନ୍ୟ ଏକ ଭାରତୀୟ ଘରୋଇ ବିମାନ ଚଳାଚଳ ଉଦ୍ୟୋଗ ‘ଇଣ୍ତିଗୋ’ ଏୟାରଲାଇନ୍ସ ଦ୍ବାରା ୨୦୦୫ ମସିହାରେ ୧୦୦ଟି, ୨୦୧୧ ମସିହାରେ ୧୮୦ଟି, ୨୦୧୫ ମସିହାରେ ୨୫୦ଟି ଏବ˚ ୨୦୧୯ ମସିହାରେ ୩୦୦ଟି ଯାତ୍ରୀବାହୀ ବିମାନ କ୍ରୟ ସକାଶେ ଇ˚ଲାଣ୍ତର ‘ଏୟାର ବସ୍’ କ˚ପାନିକୁ ଅର୍ଡର ଦିଆଯାଇଥିଲା। କିନ୍ତୁ, ଏହା ସେଭଳି ରୋମା˚ଚ ସୃଷ୍ଟି କରି ପାରି ନ ଥିଲା, ଯାହା ଏବେ ‘ଏୟାର ଇଣ୍ତିଆ’ର ସଦ୍ୟ ‘ଡିଲ୍’ ପରେ ଦୃଷ୍ଟିଗୋଚର ହୋଇଛି! ବରଂ, ‘ଇଣ୍ତିଗୋ’ ଏୟାରଲାଇନ୍ସ ଦ୍ବାରା ବିମାନ ଖର୍ଦ୍ଦି ବିଷୟ ପ୍ରାୟତଃ ଭାରତୀୟମାନଙ୍କ ନଜରଅନ୍ଦାଜର ଶିକାର ହେବା ସହିତ ଅବଲୀଳା କ୍ରମେ ଜନ ବିସ୍ମୃତିର ଗହ୍ବର ମଧୢକୁ ନିକ୍ଷେପିତ ହୋଇଯାଇଛି। ସୁତରା˚, ସ୍ବାଭାବିକ ଭାବେ ପ୍ରଶ୍ନ ଉଠିଥାଏ ଯେ ତାହା ହେଲେ ବର୍ତ୍ତମାନର ବିମାନ କ୍ରୟ ‘ଡିଲ୍’ ଏକ ମୃଦୁ ଉତ୍ସବ ମୁଖର ପରିବେଶ ସୃଷ୍ଟି କଲା କାହିଁକି? ଖୁବ୍ ସମ୍ଭବ ଯେ ଏହାର ତତ୍କ୍ଷଣାତ୍ ଉତ୍ତର ଏହା ମିଳିବ ଯେ ଆନ୍ତର୍ଜାତିକ ସ୍ତରରେ ଭାରତର ଉପସ୍ଥିତିକୁ ଯେ କୌଣସି ପ୍ରକାରେ ଦୃଢ଼ କରିବା ଲାଗି ଉଦ୍ଗ୍ରୀବ ନରେନ୍ଦ୍ର ମୋଦୀଙ୍କ ଆଭିମୁଖ୍ୟ ହିଁ ଏହା ପଛରେ ଥିବା ଏକ କାରଣ; ଯାହା ଏକ ଘରୋଇ ଉଦ୍ୟୋଗର ବ୍ୟାବସାୟିକ କାରବାରକୁ ମଧୢ ଏକ ଜାତୀୟ ମର୍ଯ୍ୟାଦା ରୂପେ ପରିଭାଷିତ କରିଥାଏ। କିନ୍ତୁ, ଏଭଳି ଯୁକ୍ତିର ଉତ୍ତରରେ ପାଲଟା ପ୍ରଶ୍ନ ମଧୢ କରାଯାଇପାରେ ଯେ ‘ଇଣ୍ତିଗୋ’ ଏୟାରଲାଇନ୍ସ ଦ୍ବାରା ୨୦୧୫ ଏବ˚ ୨୦୧୯ ମସିହାରେ ମୋଟ ୫୫୦ଟି ‘ଏୟାର ବସ୍’ କ୍ରୟ କରାଯାଇଥିବା ବେଳେ ଏବ˚ ସେହି କାଳ ଖଣ୍ତରେ ନରେନ୍ଦ୍ର ମୋଦୀ କ୍ଷମତାରେ ଥିବା ସତ୍ତ୍ବେ ଏଭଳି ଦୃଶ୍ୟ ଦେଖିବାକୁ ମିଳି ନ ଥିଲା କାହିଁକି? ସୁତରା˚, ଏ ସ˚ପର୍କରେ କିଞ୍ଚିତ ଚିନ୍ତନ ପରେ ଯେଉଁ କାରଣଟି ଦିଶିଥାଏ, ତାହା ହେଲା ‘କୋଭିଡ୍ ପାନ୍ଡେମିକ୍’ ଏବ˚ ‘ରୁଷିଆ-ୟୁକ୍ରେନ୍’ ଯୁଦ୍ଧ କାରଣରୁ ସମଗ୍ର ପୃଥିବୀ ଘୋର ଆର୍ଥିକ ମାନ୍ଦାବସ୍ଥା, ତୀବ୍ର ମୁଦ୍ରାସ୍ଫୀତି, ନିଯୁକ୍ତିରେ ସ˚କୋଚନ ଏବ˚ ଛଟେଇ ଆଦି ଦ୍ବାରା ସୃଷ୍ଟ ଏକ ବିମର୍ଷକର ବାତାବରଣ ମଧୢ ଦେଇ ଗତି କରୁଥିବା ବେଳେ ଏଭଳି ଏକ ଅତ୍ୟନ୍ତ ବିଶାଳ ‘ଡିଲ୍’ ଭାରତୀୟ ଅର୍ଥ ଶକ୍ତିର ଏକ ଦୃପ୍ତ ସ˚କେତ ରୂପେ ଆବିର୍ଭୂତ ହୋଇଛି। ସମ୍ଭବତଃ, ଏହି କାରଣରୁ ଏହି ‘ଡିଲ୍’ ଲଣ୍ତନର ବକି˚ହାମ ପ୍ୟାଲେସ୍ ନିକଟସ୍ଥ ଏକ ଭବ୍ୟ ହୋଟେଲର ନିବୁଜ ପ୍ରକୋଷ୍ଠରେ ସ˚ପାଦିତ ହେଉଥିବା ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (ଫ୍ରାନ୍ସର ପ୍ରଧାନମନ୍ତ୍ରୀ ଇମାନୁଏଲ୍ ମାକ୍ରନ ମଧୢ) ତାଙ୍କର ‘ଭର୍ଚୁଆଲ୍’ ଉପସ୍ଥିତି ପ୍ରଦାନ କରିଥିଲେ ଏବଂ ତା’ରି ମାଧୢମରେ ଏହାକୁ ଏକ ଜାତୀୟ ମର୍ଯ୍ୟାଦାର ପ୍ରସଙ୍ଗ ରୂପେ ଗଢ଼ି ତୋଳିବାର ସୁଯୋଗକୁ ହାତଛଡ଼ା କରିବାକୁ ଚାହିଁ ନ ଥିଲେ! ପ୍ରକାଶ ଥାଉ କି ଏହି ‘ଡିଲ୍’ ଆମେରିକା, ଇ˚ଲାଣ୍ତ ଏବ˚ ଫ୍ରାନ୍ସ ଭଳି ରାଷ୍ଟ୍ରରେ ମଧୢ ଉଲ୍ଲାସ ସୃଷ୍ଟି କରିଛି, ଯାହା ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ବା ଇ˚ଲାଣ୍ତର ପ୍ରଧାନମନ୍ତ୍ରୀ ଋଷି ସୁନକ ବା ଫରାସୀ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନଙ୍କ ‘ଟ୍ବିଟର’ ପ୍ରତିକ୍ରିୟାରୁ ସ୍ପଷ୍ଟ ହୋଇଥାଏ। ଏହି ବିମାନଗୁଡ଼ିକ ସକାଶେ ଆବଶ୍ୟକ ଯନ୍ତ୍ରା˚ଶ ଏବ˚ ଉପକରଣମାନର ନିର୍ମାଣ ଯୁକ୍ତରାଷ୍ଟ୍ର ଆମେରିକାର ବିଭିନ୍ନ ପ୍ରଦେଶ ଏବ˚ ୟୁରୋପର ବିଭିନ୍ନ ରାଷ୍ଟ୍ରରେ ହେଉଥିବା ପରିପ୍ରେକ୍ଷୀରେ ଏହା ପ୍ରକାରାନ୍ତରେ ସମଗ୍ର ୟୁରୋପ ଓ ଆମେରିକାରେ ବିପୁଳ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଏହି ତିନି ରାଷ୍ଟ୍ରମୁଖ୍ୟଙ୍କ ଦ୍ବାରା ପ୍ରଦତ୍ତ ‘ଟ୍ବିଟ୍’ମାନ ପ୍ରକାଶ କରିଛି। ସୁତରା˚, ଭାରତ ‘ତୃତୀୟ ବିଶ୍ବ’ର ଏକ ରାଷ୍ଟ୍ର ଭାବେ ଲାଭ କରିଥିବା ଭାବମୂର୍ତ୍ତିକୁ ଅତିକ୍ରମ କରି ତଥାକଥିତ ‘ପ୍ରଥମ ବିଶ୍ବ’ ସହିତ ସମକକ୍ଷ ହେବାକୁ ବସିଲାଣି, ଏହା ତା’ର ଏକ ପ୍ରମାଣ।
‘ଏୟାର ଇଣ୍ଡିଆ’ ଭଳି ଏକ ରୁଗ୍ଣ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ତା’ର ଘରୋଇକରଣ ପରେ ଖୁବ୍ ଶୀଘ୍ର ପଲ୍ଲବିତ ହୋଇ ଉଠିବାର ଲକ୍ଷଣ ପ୍ରଦର୍ଶନ କରିବା ସାବ୍ୟସ୍ତ କରିଥାଏ ଯେ ବିଭିନ୍ନ ସମାଲୋଚନା ସତ୍ତ୍ବେ ‘ଏୟାର ଇଣ୍ତିଆ’ର ଘରୋଇକରଣ ନିଷ୍ପତ୍ତି ଯଥାର୍ଥ ଥିଲା। କହିବା ଅନାବଶ୍ୟକ ଯେ ଏହି ‘ଡିଲ୍’ରେ ସରକାରୀ ରାଜକୋଷରୁ ଗୋଟିଏ ଟଙ୍କା ମଧୢ ଖର୍ଚ୍ଚ ହେବ ନାହିଁ; ଯାହା ‘ଏୟାର ଇଣ୍ତିଆ’ ଏକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ହୋଇ ରହିଥିଲେ ସମ୍ଭବ ହୁଅନ୍ତା ନାହିଁ ଏବ˚ ଏଭଳି ପ୍ରକରଣରେ ଦୈବାତ୍ କୌଣସି କ୍ଷତିର ଆଶଙ୍କା ସର୍ବଦା ସରକାରଙ୍କ ମଥା ଉପରେ ଝୁଲି ରହନ୍ତା। କେବଳ ସେତିକି ନୁହେଁ ଭାରତ ଭଳି ଏକ ଗଣତନ୍ତ୍ରରେ ଏଭଳି ଏକ ବିଶାଳ ସରକାରୀ ‘ଡିଲ୍’ ପରିପ୍ରେକ୍ଷୀରେ ଏକ ‘ସ୍କାମ୍’ର ଅଭିଯୋଗ ମୁଣ୍ତ ଟେକିବା ପ୍ରାୟ ନିଶ୍ଚିତ ହୋଇଥାଏ। ଏଠାରେ ସ୍ମରଣଯୋଗ୍ୟ ଯେ ୧୯୮୫ ମସିହାରେ ରାଜୀବ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରିତ୍ବ କାଳରେ ରାଷ୍ଟ୍ରାୟତ୍ତ ‘ଇଣ୍ତିଆନ ଏୟାରଲାଇନ୍ସ’ ପକ୍ଷରୁ କ୍ରୟ କରାଯାଇଥିବା ୨୪୦୦ କୋଟି ଟଙ୍କାର ‘ଏୟାର ବସ୍’ କ୍ରୟ ‘ଡିଲ୍’ ଏକ ବିରାଟ ‘ସ୍କାମ୍’ର ଅଭିଯୋଗକୁ ଜନ୍ମ ଦେଇଥିଲା। ସୁତରାଂ, ଯେତେବେଳେ ଦୁର୍ଯୋଗବଶତଃ, ସେହି ବିମାନ ମଧୢରୁ ଗୋଟିଏ ବେଙ୍ଗାଲୁରୁ ବିମାନଘାଟୀରେ ଦୁର୍ଘଟଣାଗ୍ରସ୍ତ ହୋଇଗଲା, ବିଚଳିତ ସରକାର ଅଗତ୍ୟା ଏହି ‘ଡିଲ୍’ ଜରିଆରେ କିଣା ଯାଇଥିବା ଅବଶିଷ୍ଟ ବିମାନଗୁଡ଼ିକର ଉଡ଼ାଣ ବନ୍ଦ ରଖିବାକୁ ବାଧୢ ହୋଇଥିଲେ: ଅଥଚ, ଏଥି ସକାଶେ କରାଯାଇଥିବା ଏକ ବିପୁଳ ଋଣ ରାଶିର ସୁଧ ବାବଦକୁ ଅର୍ଥ ପଇଠ କରି ଚାଲିଥିଲେ। ତେବେ, ଏହାର ପ୍ରାୟ ଛଅ ମାସ ପରେ ଇରାକ୍ର ସଦ୍ଦାମ ହୁସେନଙ୍କ ଦ୍ବାରା କୁଏତ୍ ଆକ୍ରମଣ କାରଣରୁ ସେଠାରେ ଫସି ରହିଥିବା ଲକ୍ଷାଧିକ ଭାରତୀୟଙ୍କ ଉଦ୍ଧାର ସକାଶେ ଏହି ବସି ରହିଥିବା ବିମାନଗୁଡ଼ିକ ଉଡ଼ାଣ ଆରମ୍ଭ କରିଥିଲେ ଏବ˚ ସେଗୁଡ଼ିକର ବିଶ୍ବ ରେକର୍ଡ ସୃଷ୍ଟିକାରୀ ସାମର୍ଥ୍ୟ ପ୍ରତିପାଦନ ମଧୢ କରିଥିଲେ। ଏହା କହିବାର ତାତ୍ପର୍ଯ୍ୟ ହେଲା କେବଳ ରାଜନୈତିକ କାରଣରୁ ଅବ୍ୟବହୃତ ହୋଇ ପଡ଼ି ରହିବାର ବା ଏହି ‘ଡିଲ୍’ରୁ ଦୁର୍ନୀତିର ଦୁର୍ଗନ୍ଧ ନିସୃତ ହେବାର ସମ୍ଭାବନା ମଧୢ ନାହିଁ।
ତେବେ, ସେହି ଗୋଟାଏ ଦିନ ଅର୍ଥାତ୍ ଫେବ୍ରୁଆରି ୧୪ ତାରିଖରେ ଏହି ‘ଡିଲ୍’ ଚୂଡ଼ାନ୍ତ ହେବା ଏବ˚ ସେହି ଦିନ ‘ବିବିସି’ ଉପରେ ଭାରତ ସରକାରଙ୍କ ଆୟକର ବିଭାଗ ଦ୍ବାରା ଚଢ଼ାଉ କରାଯିବା ମଧୢରେ ଏକ ସ˚ପର୍କ ଥିବା ନେଇ ଗୋଟିଏ ପକ୍ଷ ସନ୍ଦେହ କରନ୍ତି। ସେମାନେ କହିଥାଆନ୍ତି ଯେ ମୋଦୀଙ୍କ ବିରୋଧରେ ଏକ ବୃତ୍ତଚିତ୍ର ପ୍ରଦର୍ଶନ କାରଣରୁ ପ୍ରତିଶୋଧପରାୟଣ ହୋଇ ବି.ବି.ସି. ଉପରେ ସରକାର ଏଭଳି ଆକ୍ରମଣ କରୁଥିବା ବେଳେ, ମୁକ୍ତ ଅଭିବ୍ୟକ୍ତିର ଏହି କଣ୍ଠରୋଧ ବିରୋଧରେ ଯେଉଁ ତିନିଟି ରାଷ୍ଟ୍ର ମୁଖ୍ୟଙ୍କ ଉଦାତ୍ତ ସ୍ବର ଶୁଭନ୍ତା, ସେମାନଙ୍କୁ ଏହି ‘ଡିଲ୍’ ଜରିଆରେ ନିରବ କରି ଦେବାର ବ୍ୟବସ୍ଥା ମଧ୍ୟ କରିଥିଲେ। କିନ୍ତୁ ଏପରି ସନ୍ଦେହ ଅମୂଳକ ଭଳି ମନେ ହୋଇଥାଏ, କାରଣ, ଏତେ ସ˚ଖ୍ୟକ ଯାତ୍ରୀବାହୀ ବିମାନର କ୍ରୟ ଓ ତା’ର ଉଡ଼ାଣ ବ୍ୟବସ୍ଥା ବିଭିନ୍ନ ସ୍ତରରେ ବ୍ୟାପକ ପ୍ରାକ୍-ପ୍ରସ୍ତୁତି ଲୋଡ଼ିଥାଏ; ଯେଉଁ କାରଣରୁ ଏଭଳି ଏକ ‘ଡିଲ୍’ର ସମ୍ଭାବନା ସ˚ପର୍କିତ ସମ୍ବାଦମାନ ପ୍ରାୟ ଛଅ ମାସ ପୂର୍ବରୁ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧୢମରେ ପ୍ରକାଶିତ ହୋଇ ଆସୁଥିଲା। ତେବେ, ଯଦିବା ଧରି ନିଆଯାଏ ଯେ ଏଭଳି ଏକ ସନ୍ଦେହ ବାସ୍ତବ, ତେବେ ତାହା ସାବ୍ୟସ୍ତ କରୁନାହିଁ କି ଯେ ଅର୍ଥନୀତି ଏବ˚ ବଜାରର ଦାବି ଅନୁସାରେ ରାଷ୍ଟ୍ରଗୁଡ଼ିକ ଆପଣା ହିତ ସାଧନ ଉଦ୍ଦେଶ୍ୟରେ ହିଁ ପରିଚାଳିତ ହେବେ ଏବ˚ ସେତିକି ବେଳେ ଆଦର୍ଶବୋଧର ଦାୟ ପୃଷ୍ଠଭୂମିରେ ରହିଯିବ! ରୁଷିଆ-ୟୁକ୍ରେନ ଯୁଦ୍ଧ ପରିପ୍ରେକ୍ଷୀରେ ରୁଷିଆ ଉପରେ ଜାରି ବାସନ୍ଦ ସତ୍ତ୍ବେ ଭାରତ ପ୍ରକାଶ୍ୟରେ ରୁଷିଆ ଠାରୁ ଶସ୍ତାରେ ତୈଳ ଖର୍ଦ୍ଦି କରି ଏହାର ନିର୍ଭୀକ ପ୍ରମାଣ ଦେଇଛି! ଏହା ହେଉଛି ସେହି ପରିବର୍ତ୍ତିତ ଭାରତ!