୧୬ ଫେବ୍ରୁଆରି ୨୦୨୬, ସୋମବାର। ତିଥି: ଫାଲ୍ଗୁନ କୃଷ୍ଣ ଚତୁର୍ଦ୍ଦଶୀ। ନକ୍ଷତ୍ର: ଶ୍ରବଣା। ଚନ୍ଦ୍ର: ମକର। ଶରଣ, ମହାଶିବରାତ୍ରି (ବୈଷ୍ଣବ), ନଷ୍ଟଚନ୍ଦ୍ରୋପବାସ ଓ ନିଶା ପାଳନ। ସୂର୍ଯ୍ୟୋଦୟ: ୬ଟା୧୮, ସୂର୍ଯ୍ୟାସ୍ତ: ୫ଟା୪୨। ଘାତଚନ୍ଦ୍ର: ସିଂହ। ଘାତବାର: ମିଥୁନ। ଶୁଭବେଳା: ପ୍ରାତଃ ୬ଟା୧୮ରୁ ୭ଟା୪୪, ଦିବା ୧୨ଟା୫୨ରୁ ୧ଟା୯, ଦିବା ୪ଟା୧୭ରୁ ୪ଟା୫୭, ସନ୍ଧ୍ୟା ୬ଟା୩୩ରୁ ୯ଟା୪, ରାତ୍ରି ୧୨ଟାରୁ ୨ଟା୫୬ ପର୍ଯ୍ୟନ୍ତ।
ମେଷ: ବଡ଼ଙ୍କର ଆଶୀର୍ବାଦ ମିଳିବା ଯୋଗୁଁ ମନ ସକାରାତ୍ମକ ରହିବ। ଅଫିସ କାମ ସହଜରେ ପୂରା କରିବେ। ଛାତ୍ରଛାତ୍ରୀ କ୍ୟାରିଅର ସମ୍ବନ୍ଧରେ ଶୁଭ ସୂଚନା ପାଇବେ।
ବୃଷ: କୌଣସି ମାମଲାରେ ବୁଦ୍ଧି ଖଟାଇ ନିଷ୍ପତ୍ତି ନେବାକୁ ହେବ। ସନ୍ଧ୍ୟାରେ ଗୁରୁତ୍ବପୂର୍ଣ୍ଣ ବିଷୟରେ ଚର୍ଚ୍ଚା କରିବେ। ଜୀବନସାଥୀ ଆପଣଙ୍କୁ କୌଣସି ସାମଗ୍ରୀ ମାଗି ପାରନ୍ତି।
ମିଥୁନ: କାମ ପୂରା କରିବା ଲାଗି ଅଧିକ ପରିଶ୍ରମ କରିବାକୁ ହେବ। ଅଫିସରେ ଆପଣଙ୍କ କାମରେ କର୍ତ୍ତୃପକ୍ଷ ପ୍ରଭାବିତ ହେବେ। ଲେଖକ ସମାରୋହରେ ଅଂଶ ଗ୍ରହଣ କରିବେ।
କର୍କଟ: ବ୍ୟବସାୟରେ ଯଥେଷ୍ଟ ଲାଭ ହେବ। ଅସହାୟଙ୍କୁ ସାହାଯ୍ୟ କରିବେ। ଘର କାମରେ ବଡ଼ ଭାଇଙ୍କର ସହଯୋଗ ପାଇବେ। ରାଜନୈତିକ ସଭା ଆୟୋଜନ କରି ପାରନ୍ତି।
ସିଂହ: ଜୀବନକୁ ବଢ଼ିଆ କରିବା ଲାଗି ଚେଷ୍ଟା କରିବେ। କାର୍ଯ୍ୟ ବ୍ୟସ୍ତତାରେ ଦିନଟି କଟିବ। ଜୀବନସାଥୀ ସହିତ ସାମଞ୍ଜସ୍ୟ ବଜାୟ ରହିବ। ଛାତ୍ରଙ୍କ ଲାଗି ଦିନଟି ଭଲ।
କନ୍ୟା: ଲକ୍ଷ୍ୟକୁ ଶୀଘ୍ର ପୂରା କରିବେ। ଅଫିସରେ ତଳିଆ କର୍ମଚାରୀ ଆପଣଙ୍କୁ ସମ୍ମାନ କରିବେ। ଘରକୁ ବନ୍ଧୁଙ୍କ ଆଗମନରେ ଖୁସିର ପରିବେଶ ସୃଷ୍ଟି ହେବ।
ତୁଳା: ଯେଉଁ କାମ ଆପଣଙ୍କୁ ଅଶାନ୍ତି କରି ଆସୁଥିଲା ସେଥିରେ ସଫଳତା ମିଳିବା ଯୋଗ ଅଛି। ଘରର ବଡ଼ଙ୍କର ବିଶେଷ ଧ୍ୟାନ ରଖିବେ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସତର୍କ ରୁହନ୍ତୁ।
ଆହୁରି ପଢ଼ନ୍ତୁ: FIDE Master: ଫିଡେ ମାଷ୍ଟର୍ ଟାଇଟଲ୍ ଜିତିଲେ ଓଡ଼ିଆ ପୁଅ ହର୍ଷିତ
ବିଛା: ବ୍ୟବସାୟରେ ବିକ୍ରି ବଢ଼ିବ। ଘର କିଣିବା ଲାଗି ଯୋଜନା କରୁଥିବା ବ୍ୟକ୍ତି ସଫଳ ହେବେ। ସରକାରୀ ଚାକିରିଆଙ୍କ ଲାଗି ଦିନଟ ଭଲ। ପଦୋନ୍ନତିର ସୁଯୋଗ ଅଛି।
ଧନୁ: ବ୍ୟବସାୟ ଆଗକୁ ବଢ଼ାଇବା ଲାଗି ଅନ୍ୟ ବେପାରୀଙ୍କ ସହିତ ଡିଲ୍ କରିବେ। ଅଫିସରେ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସା ପାଇବେ। ରାଜନୀତି କାମରେ ଅଧିକ ରୁଚି ନେବେ।
ମକର: କର୍ମଜୀବୀ ମହିଳା ଅଫିସରେ ପ୍ରୋତ୍ସାହନ ପାଇବେ। ସନ୍ଧ୍ୟାରେ ପରିବାର ଲୋକଙ୍କ ସହିତ ସମୟ ବିତାଇବେ। ସ୍ବାସ୍ଥ୍ୟରେ ସୁଧାର ହେବ।
କୁମ୍ଭ: କୌଣସି ବ୍ୟକ୍ତିଙ୍କ ସହିତ କଥା ହୋଇ ଆପଣଙ୍କୁ ବହୁତ ଖୁସି ମିଳିବ। ମହତ୍ତ୍ବପୂର୍ଣ୍ଣ କାମ ଲାଗି କାହାରିକୁ ସାହାଯ୍ୟ ମାଗିବେ। ପ୍ରେମୀଯୁଗଳ ଦୂର ସ୍ଥାନକୁ ଯାଇ ପାରନ୍ତି।
ମୀନ: କାହାରିକୁ ଦେଇଥିବା ଧାର ଫେରସ୍ତ ପାଇବେ। ନୂଆ ଜିନିଷ କିଣିବା ଲାଗି ବିଚାର କରିବେ। ସନ୍ଧ୍ୟାରେ ପରିବାର ସହିତ ଭଲ ସମୟ ଅତିବାହିତ କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/11/16/ajira-rasifala-2025-11-16-18-53-02.jpg)