ମେଷ: ପରିବାର ସହିତ ଭଲ ସମୟ ଅତିବାହିତ କରିବେ। କିଛି ବିଶେଷ ଲୋକଙ୍କ ସହିତ ମିଳାମିଶା କରିବେ। ନିଜର କ୍ରୋଧ ଉପରେ ନିୟନ୍ରଣ ରଖନ୍ତୁ। ବକେୟା ଅର୍ଥ ପାଇବା ଯୋଗୁଁ ବିତ୍ତୀୟ ସ୍ଥିତି ସୁଧୁରିବ। 

Advertisment

ବୃଷ: ବେପାର ମାମଲାରେ ମନରେ ନୂଆ ନୂଆ ବିଚାର ଆସିବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଅଫିସ କାମରେ ଦୂରସ୍ଥାନକୁ ଯିବାକୁ ପଡ଼ିପାରେ। ପ୍ରେମୀ ଯୁଗଳଙ୍କ ସମ୍ବନ୍ଧରେ ମଧୁରତା ବଢ଼ିବ। 

ମିଥୁନ: କାର୍ଯ୍ୟକ୍ଷେତ୍ରରେ ମନପ୍ରାଣ ଢ଼ାଳି କରିବେ। ବିଶେଷ ନିର୍ଣ୍ଣୟ ନେଇ ବାପା ମାଆଙ୍କ ସହିତ ବିଚାର କରିବେ। କାହାରିକୁ ବଚନ ଦେବା ପୂର୍ବରୁ ଉଚିତ ଭାବିଚିନ୍ତି କରନ୍ତୁ। ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ।

କର୍କଟ: ଆପଣଙ୍କ ଇଚ୍ଛା ପୂର୍ତ୍ତି ହେବ। ନିଜର ଯୋଗ୍ୟତା ଓ ପରିଶ୍ରମରେ ସଫଳତା ହାସଲ କରିବେ। ଖୁସିରେ ବୃଦ୍ଧି ହେବ। ଘରେ ସୁଖଦ ବାତାବରଣର ମାହୋଲ ରହିବ। ଛାତ୍ରଛତ୍ରୀଙ୍କ ଲାଗି ଦିନଟି ଅନୁକୂଳ ରହିବ। 

ସିଂହ: ଅଫିସରେ ସହକର୍ମୀ ଆପଣଙ୍କ କାମରେ ସହଯୋଗ କରିବେ। ସାମାଜିକ କାର୍ଯ୍ୟରେ ସକ୍ରିୟ ଭୂମିକା ନିର୍ବାହ କରିବେ। ଛାତ୍ରଛାତ୍ରୀ ନିଜର ପାଠପଢ଼ା ଓ କ୍ୟାରିୟର ପ୍ରତି ସଜାଗ ରୁହନ୍ତୁ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଦିନଟି ଭଲ। 

କନ୍ୟା: କୌଣସି ଅଜଣା ବ୍ୟକ୍ତିଙ୍କୁ ନିଜର ସମସ୍ୟା କୁହନ୍ତୁ ନାହିଁ। ମିଡ଼ିଆ କିମ୍ବା ସଂପର୍କ ସୂତ୍ରରୁ ନୂଆ ନୂଆ ସୂଚନା ପାଇବେ। ନୂଆ ବ୍ୟବସାୟରେ ପୁଞି ଲଗାଇବା ପାଇଁ ଭାବିବେ। ସ୍ବାସ୍ଥ୍ୟ ପ୍ରତି ସଚେତ ରୁହନ୍ତୁ। 

ତୁଳା: ଘର ପାଇଁ ନୂଆ ସାମଗ୍ରୀ କିଣିବେ। ନିଜର ଯୋଗ୍ୟତା ଓ ସାମର୍ଥ୍ୟକୁ ଜାଣନ୍ତୁ ଏବଂ ସମୟର ସଦୁପଯୋଗ କରନ୍ତୁ। ନୂଆ ବେପାର ଆରମ୍ଭ କରିବା ଲାଗି ମନସ୍ଥ କରିବେ। ଛାତ୍ରଛାତ୍ରୀ ପାଠପଢ଼ାରେ ଅଧିକ ଧ୍ୟାନ ଦିଅନ୍ତୁ। 

ବିଛା: ଆଧ୍ୟାତ୍ମିକ ଗତିବିଧିରେ କିଛି ସମୟ ବିତାନ୍ତୁ ଆପଣଙ୍କର ଆତ୍ମବଳ ବୃଦ୍ଧି ହେବ। ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। ଶତ୍ରୁ ଦବି ରହିବେ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ। 

ଆହୁରି ପଢ଼ନ୍ତୁ: Shikhar Dhawan Ties Knot: ଆୟର୍ଲାଣ୍ଡ୍‌ ବାନ୍ଧବୀଙ୍କୁ ଦ୍ବିତୀୟ ବିବାହ କଲେ ଶିଖର ଧାୱନ

ଧନୁ: ପ୍ରତ୍ୟେକ କାମ ବୁଝି ବିଚାରି କରନ୍ତୁ ସଫଳତା ପାଇବେ। ମାନ ସମ୍ମାନରେ ବୃଦ୍ଧି ହେବ। ବନ୍ଧୁ ମାଧ୍ୟମରେ ଅଧୁରା ଥିବା କାମ ପୂରା ହୋଇଯିବ। କୌଣସି ପାରିବାରିକ ସମାରୋହକୁ ଯିବେ। 

ମକର: ଜୀବନସାଥୀର ପରାମର୍ଶ ଓ ସହଯୋଗ ଲାଭଦାୟକ ରହିବ। ବ୍ୟର୍ଥ କଥାରେ ଧ୍ୟାନ ଦିଅନ୍ତୁ ନାହିଁ। ଅନୁଭବୀ ବ୍ୟକ୍ତଙ୍କ ମତ ଆପଣଙ୍କ ଲାଗି ବଢ଼ିଆ ସାବ୍ୟସ୍ତ ହେବ। ଘରର ପରିବେଶ ସକାରାତ୍ମକ ରହିବ। 

କୁମ୍ଭ: ଆଖପାଖ ଲୋକଙ୍କ ସହଯୋଗରେ ଘର କାମ ପୂରା କରିବାରେ ସଫଳ ହେବେ। ବ୍ୟବସାୟ କାମରେ ବ୍ୟସ୍ତ ରହିବେ। ଅଫିସରେ ନୂଆ ଦାୟିତ୍ବ ପାଇବେ। କଲେଜରେ ନୂଆ ସାଙ୍ଗ ବନାଇବେ। 

ମୀନ: ଆର୍ଥିକ ମାମଲାରେ ଭଲ ଅବସର ପାଇବେ। କୌଣସି ମୁସ୍କିଲ ମୁକାମକୁ ପରିଶ୍ରମରେ ହାସଲ କରିବେ। ପରିବାରରେ ଆନନ୍ଦ ଉଲ୍ଲାସ ରହିବ। ଛାତ୍ରଛାତ୍ରୀ ପାଠପଢ଼ା ପ୍ରତି ଏକାଗ୍ରଚିତ୍ତ ରହିବେ।