ମେଷ: ସମସ୍ତଙ୍କ ଦୃଷ୍ଟିରେ ଭଲ ହୋଇ ରହିବେ। ବ୍ୟବସାୟ ବଢ଼ାଇବା ପାଇଁ ନୂଆ କୌଶଳ ଭାବିବେ। ପ୍ରତିଟି ଚେଷ୍ଟାରେ ଜୀବନସାଥୀର ସହଯୋଗ ପାଇବେ। ଜମି କିଣିବା ଯୋଗ ଅଛି। 
ବୃଷ: ଯେଉଁ କାମ ଆପଣଙ୍କ ଲାଗି ବିଶେଷ ତାକୁ ପ୍ରଥମେ କରିବାକୁ ଚେଷ୍ଟା କରନ୍ତୁ। କବିମାନଙ୍କ ଲାଗି ଦିନଟି ମହତ୍ବପୂର୍ଣ୍ଣ ରହିବ। ବିବାହିତ ନିଜ ସାଥୀର ଭାବନାକୁ ବୁଝନ୍ତୁ। 
ମିଥୁନ: ସବୁ କାମ ସହଜରେ ପୂରା କରିପାରିବେ। ରାଜନୀତି କାର୍ଯ୍ୟରେ ରୁଚି ବଢ଼ିବ। ବେକାରଙ୍କୁ ରୋଜଗାରର ଭଲ ଅବସର ମିଳିବ। ବନ୍ଧୁମାନଙ୍କ ସହିତ ମିଳାମିଶା ବଢ଼ିବ। 
କର୍କଟ: ନୂଆ ମୁକାମ ହାସଲ କରିବେ। ଅନ୍ୟମାନଙ୍କ ସହିତ ବ୍ୟବହାର ମଧୁର ରଖନ୍ତୁ। ସରକାରୀ ଚାକିରିଆଙ୍କ ଲାଗି ଦିନଟି ଭଲ। ପାରିବାରିକ ଜୀବନ ସୁଖମୟ ହେବ। ଛାତ୍ର କିଛି ନୂଆ ଶିଖିବେ। 
ସିଂହ: ଦିନଟି ବ୍ୟସ୍ତତାରେ କଟିବ। ସମସ୍ତଙ୍କୁ ସାଥୀରେ ନେଇ ଆଗକୁ ବଢ଼ିବେ। ଖର୍ଚ୍ଚ କମ କରିବାକୁ ଚେଷ୍ଟା କରନ୍ତୁ। ମକଦ୍ଦମାରେ ସଫଳତା ପାଇବେ। ଜୀବନସାଥୀର ପ୍ରେମ ଓ ସୁଖ ପାଇବେ। 

Advertisment

ଆହୁରି ପଢ଼ନ୍ତୁ: Education: ଶିଶୁ ସେବିକା ନିଯୁକ୍ତି ହେଲା ନାହିଁ: କୁନିପିଲାଙ୍କ ଭବିଷ୍ୟତ ଅନ୍ଧାର
କନ୍ୟା: ନିଜକୁ ସୁସ୍ଥ ସବଳ ଅନୁଭବ କରିବେ। ନୂଆ ଚାକିରିର ସୁଯୋଗ ଆସିବ। ବିବାହିତ ନିଜର ଜୀବନସାଥୀ ଉପରେ ଭରସା ବଜାୟ ରଖନ୍ତୁ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ ପରିଣାମ ପାଇବେ। 
ତୁଳା: ଯେତେ ସକାରାତ୍ମକ ଭାବିବେ ସେତେ ସଫଳ ରହିବେ। କାର୍ଯ୍ୟକ୍ଷେତ୍ରରେ କିଛି ନୂଆ ଶିଖିବେ। ଜମି ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ। 
ବିଛା: ଧ୍ୟାନ ଧାର୍ମିକ କାର୍ଯ୍ୟରେ ଲାଗି ରହିବ। କଳାକ୍ଷେତ୍ରରେ ଥିବା ଲୋକଙ୍କର ସମାଜରେ ମାନ ସମ୍ମାନ ବଢ଼ିବ। ବେପାରରେ ଲାଭ ପାଇବେ। ଜୀବନସାଥୀ ସହିତ ଜିନିଷ କିଣିବା ଲାଗି ସହରକୁ ଯିବେ। 

ଆହୁରି ପଢ଼ନ୍ତୁ: Ranji Trophey: ରଣଜୀ ଟ୍ରଫି ଫାଇନାଲ୍‌: ମାଇଲ୍‌ଖୁଣ୍ଟ ଦ୍ବାରରେ ଜମ୍ମୁ କାଶ୍ମୀର: କର୍ଣ୍ଣାଟକ ପ୍ରଥମ ପାଳିରେ ପଛୁଆ
ଧନୁ: ଆପଣଙ୍କ ଚେଷ୍ଟାରେ ସକାରାତ୍ମକ ଫଳ ପାଇବେ। ପରିବାରରେ ଖୁସିର ପରିବେଶ ରହିବ। ସାମାଜିକ କାର୍ଯ୍ୟରେ ଭାଗ ନେଇ ପାରନ୍ତି। ପ୍ରିୟଜନଙ୍କୁ ମନର କଥା କହିବେ। 
ମକର: ଆପଣଙ୍କ ସମ୍ମୁଖକୁ କିଛି ଭଲ ସୁଯୋଗ ଆସିବ। ପର୍ଯ୍ୟଟନ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ଲାଗି ଦିନଟି ଭଲ। ପ୍ରିୟତମଙ୍କ ସହ ସମ୍ବନ୍ଧ ମଜଭୁତ ହେବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। 
କୁମ୍ଭ: ସବୁ ଅଶାନ୍ତି ଦୂର ହେବ। ବ୍ୟବସାୟ ବଢ଼ାଇବା ପାଇଁ ନୂଆ ଯୋଜନା ଲାଗୁ କରିବେ। ସାଙ୍ଗ ମେଳରେ ଆପଣଙ୍କର ଛବି ସୁନ୍ଦର ରହିବ। ଜୀବନସାଥୀ ସହିତ ସମ୍ବନ୍ଧ ମଜଭୁତ ହେବ। 
ମୀନ: ଅଫିସରେ ଧୈର୍ଯ୍ୟଧରି କାମ କରନ୍ତୁ ଲାଭପ୍ରଦ ହେବ। ରାଜନୀତିରେ ଆପଣଙ୍କୁ ପଦ ପ୍ରତିଷ୍ଠା ମିଳିବ। ବ୍ୟବସାୟରେ ବକେୟା ଅର୍ଥ ପାଇବେ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।