୧୯ ଜାନୁଆରି ୨୦୨୬, ସୋମବାର। ତିଥି: ମଘା ଶୁକ୍ଳ ପ୍ରତିପଦ। ନକ୍ଷତ୍ର: ଉତ୍ତରାଷାଢ଼ା। ଚନ୍ଦ୍ର: ମକର। ପଞ୍ଚଗ୍ରହକୂଟ, ଶରଣ। ସୂର୍ଯ୍ୟୋଦୟ: ୬ଟା୨୭, ସୂର୍ଯ୍ୟାସ୍ତ: ୫ଟା୨୬। ଘାତଚନ୍ଦ୍ର: ସିଂହ। ଘାତବାର: ମିଥୁନ। ଶୁଭବେଳା: ପ୍ରାତଃ ୬ଟା୨୭ରୁ ୭ଟା୫୦, ଦିବା ୧୦ଟା୫୧ରୁ ୧ଟା୩, ଦିବା ୪ଟା୪ରୁ ୪ଟା୪୨, ସନ୍ଧ୍ୟା ୬ଟା୧୮ରୁ ୮ଟା୫୫, ରାତ୍ରି ୧୧ଟା୫୭ରୁ ୨ଟା୫୯ ପର୍ଯ୍ୟନ୍ତ।
ମେଷ: ଅଫିସ କାମକୁ ସହଜରେ ପୂରା କରିବେ। ଆପଣଙ୍କ ଆତ୍ମବିଶ୍ବାସର ସ୍ତର ବଢ଼ିଆ ରହିବ। ଔଷଧ ବ୍ୟବସାୟୀଙ୍କର ଅଧିକ ଲାଭ ହେବ। ସ୍ବାସ୍ଥ୍ୟରେ ସୁଧାର ହେବ।
ବୃଷ: ବନ୍ଧୁ ଆପଣଙ୍କ ସହ ମିଶିବା ଲାଗି ଘରକୁ ଆସିବେ। ଇଂଜନିଅର୍ଙ୍କ ଲାଗି ଦିନଟି ବହୁତ ଭଲ। ଦାମ୍ପତ୍ୟ ଜୀବନରେ ସୁଖ ସମୃଦ୍ଧି ବଜାୟ ରହିବ। ରାଜନେତା ବଡ଼ ଦାୟିତ୍ବ ପାଇବେ।
ମିଥୁନ: କାମରେ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। କାର୍ଯ୍ୟକ୍ଷେତ୍ରରେ ନୂଆ ଅଭିଜ୍ଞତା ହାସଲ କରିବେ। ଆର୍ଥିକ ପକ୍ଷ ସୁଦୃଢ଼ ରହିବ। ମାଆଙ୍କର ଇଚ୍ଛା ପୂରା କରିବେ।
କର୍କଟ: ଅଫିସରେ ଆପଣଙ୍କର ପ୍ରଶଂସା ହେବ। ଚାକିରି ଖୋଜୁଥିବା ଲୋକଙ୍କର ଆଶା ପୂରା ହୋଇପାରେ। ପ୍ରେମିକ ପ୍ରେମିକା ନିଜ ସମ୍ବନ୍ଧର କଥା ଘର ଲୋକଙ୍କୁ କହିବେ।
ଆହୁରି ପଢ଼ନ୍ତୁ: Iranian Protesters: ଆମେରିକାରେ ଇରାନ ତାତି: ବିଶ୍ବାସରେ ବିଷ ଦେଇଥିବା ଅଭିଯୋଗ କରି ରାସ୍ତାକୁ ଓହ୍ଲାଇଲେ ଇରାନବାସୀ
ସିଂହ: ପରିବାରରେ ଆପଣଙ୍କ ଭଲ କାମର ପ୍ରଶଂସା ହେବ। ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ ଭଲ ମଉକା ଅଛି। ମହିଳାଙ୍କ ଲାଗି ଦିନଟି ବହୁତ ଭଲ।
କନ୍ୟା: ଧାର୍ମିକ କାର୍ଯ୍ୟ ପ୍ରତି ଆସ୍ଥା ଓ ବିଶ୍ବାସ ସହିତ ଆଗକୁ ବଢ଼ିବେ। ବନ୍ଧୁ ଆପଣଙ୍କୁ ଆର୍ଥିକ ସହାୟତା ମାଗି ପାରନ୍ତି। ବ୍ୟବସାୟରେ ଭଲ ଲାଭ ପାଇଁ ନୂଆ ଯୋଜନା କରିବେ।
ତୁଳା: ବ୍ୟବସାୟରେ ବେଶୀ ଲାଭ ପାଇଁ ମନ ଲଗାଇ କାମ କରିବେ। ରାଜନୀତିରେ ଥିବା ଲୋକଙ୍କ ଲାଗି ଦିନଟି ବ୍ୟସ୍ତତାପୂର୍ଣ୍ଣ ରହିବ। ଆମୋଦପ୍ରମୋଦରେ ମନ ଲାଗିବ।
ବିଛା: କାହାରିକୁ ଦେଇଥିବା ଧାର ଫେରିପାଇବେ। କାର୍ଯ୍ୟକ୍ଷେତ୍ରରେ ଅଧିକ କାମ କରିବାକୁ ପଡ଼ିପାରେ। ପାରିବାରିକ ଝଞ୍ଜଟରୁ ମୁକ୍ତି ପାଇବେ।
ଧନୁ: କାମରେ ଉତ୍ତମ ପରିଣାମ ପାଇବେ। ସନ୍ତାନର ଖୁସି ଦେଖି ଆପଣ ବି ଖୁସି ରହିବେ। ପରିବାରରେ ଆବଶ୍ୟକତାକୁ ଧ୍ୟାନରେ ରଖି ଖର୍ଚ୍ଚ କରନ୍ତୁ। ସ୍ବାସ୍ଥ୍ୟ ନେଇ ସଚେତନ ରୁହନ୍ତୁ।
ଆହୁରି ପଢ଼ନ୍ତୁ: Ganja Smuggling: ଚାଲାଣ ବେଳେ ମାଡ଼ି ବସିଲା ପୁଲିସ: ଗଂଜେଇ ସହ କାର, ନଗଦ ଟଙ୍କା ଜବତ
ମକର: ସକାରାତ୍ମକ ଭାବନାରେ ପରିପୂର୍ଣ୍ଣ ରହିବେ। ବେପାରରେ ଲାଭ ହେବ। ସାମାଜିକ ସମାରୋହରେ ଅଂଶ ଗ୍ରହଣ କରିବାର ମଉକା ପାଇବେ।
କୁମ୍ଭ: କୌଣସି ବ୍ୟକ୍ତିଙ୍କ ସହ କଥା ହୋଇ ଖୁସି ହେବେ। ନିଜ ବ୍ୟବହାରରେ ଉନ୍ନତି ପାଇଁ ଚେଷ୍ଟା କରିବେ। ଭାବପ୍ରବଣ ହୋଇ ନିଷ୍ପତ୍ତି ନିଅନ୍ତୁ ନାହିଁ। ଆବଶ୍ୟକ ଥିଲେ ହିଁ ଖର୍ଚ୍ଚ କରନ୍ତୁ।
ମୀନ: କିଛି କରି ଦେଖାଇବାର ସମୟ। ରଚନାତ୍ମକ କାର୍ଯ୍ୟରେ ଧନଲାଭ ହେବ। ସନ୍ତାନର ସାଙ୍ଗମାନଙ୍କ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ। ପାରିବାରିକ ବାତାବରଣ ଆନନ୍ଦମୟ ରହିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/11/16/ajira-rasifala-2025-11-16-18-53-02.jpg)