ମେଷ: ଆପଣଙ୍କ ଭାବନାକୁ ସକାରାତ୍ମକ ରଖନ୍ତୁ। ଆର୍ଥିକ ସ୍ଥିରତା ପାଇଁ ପରିଶ୍ରମର ଗତି ଅଧିକ କରିବାକୁ ହେବ। ବ୍ୟବସାୟରେ ଭାଗୀଦାରି ସହିତ ତାଳମେଳ ବଜାୟ ରଖି ଆଗକୁ ବଢ଼ନ୍ତୁ। କର୍ମଜୀବୀ ମହିଳାଙ୍କର ଅଫିସ୍ରେ ଉନ୍ନତି ହେବ। ଆପଣଙ୍କ ପାଇଁ ବିଦେଶରେ ଭଲ ଚାକିରି ସୁଯୋଗ ଆସିବ। କଳାକାରଙ୍କ ଲାଗି ସମୟ ଲାଭପ୍ରଦ। ଫିଲ୍ମ ବା କାର୍ଯ୍ୟକ୍ରମ ପାଇଁ ଚୁକ୍ତିପତ୍ର କରିବେ। ସାମାଜିକ କାର୍ଯ୍ୟ ପାଇଁ ଆପଣ ସମ୍ମାନିତ ହେବେ। ଘରେ ସୁଖଶାନ୍ତି ବଜାୟ ରହିବ। ବୈବାହିକ ଜୀବନରେ ନୂଆ ନୂଆ ଖୁସି ଆସିବ। ଛାତ୍ରଛାତ୍ରୀ ଅଧିକ ପରିଶ୍ରମ କରନ୍ତୁ ସଫଳତା ପାଇବେ। ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ।
ବୃଷ: ଆପଣଙ୍କର ମହତ୍ତ୍ବାକାଂକ୍ଷା ସମୟ ଅତିବାହିତ ହେବା ସଙ୍ଗେ ସଙ୍ଗେ ବଦଳିଯିବ। ଭାଗୀଦାର ସହିତ କାମ କରିବାରେ ସକ୍ଷମ ହେବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଆହୁରି ଭଲ ହେବ। ଅଫିସ୍ କାମରେ ଦୂରସ୍ଥାନକୁ ଯିବେ। ସଫ୍ଟୱେର୍ ଇଂଜିନିୟରଙ୍କୁ ନୂଆ କଂପାନିରେ ଚାକିରି ସୁଯୋଗ ମିଳିପାରେ। କଳା ସାହିତ୍ୟ ଲୋକଙ୍କ ଲାଗି ସମୟ ଭଲ। ନିଜର ପ୍ରତିଭା ପ୍ରଦର୍ଶନ ପାଇଁ ପୂରା ମଉକା ପାଇବେ। ସାମାଜିକ କାର୍ଯ୍ୟରେ ଆପଣଙ୍କ ଯୋଗଦାନ ପାଇଁ ପୁରସ୍କାର ପାଇବେ। ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ସଂଶୟର ସ୍ଥିତି ରହିବ। ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ।
ମିଥୁନ: ଆପଣ ଏଭଳି କୌଣସି ଲୋକଙ୍କ ସହିତ ମିଶିବେ ଯାହା ଦ୍ବାରା ଜୀବନରେ ପରିବର୍ତ୍ତନ ଆସିବ। ବ୍ୟବସାୟରେ ବଡ଼ ସଫଳତା ମିଳିପାରେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଆହୁରି ମଜଭୁତ ହେବ। ଅଫିସ୍ରେ ଅନ୍ୟମାନଙ୍କ ସହିତ ତାଳମେଳ ବଢ଼ିଆ ରହିବ। ସଫ୍ଟୱେର୍ ଇଂଜିନିୟରଙ୍କ ପାଇଁ ବହୁରାଷ୍ଟ୍ରୀୟ କଂପାନିରୁ ଚାକିରି ପାଇଁ କଲ୍ ଆସିପାରେ। ରାଜନୀତିଜ୍ଞ ସାମାଜିକ କାର୍ଯ୍ୟରେ ବ୍ୟସ୍ତରହିବେ। ବୈବାହିକ ସମ୍ବନ୍ଧରେ ସୁଧାର ଆସିବାର ସମ୍ଭାବନା। ଚାହୁ ନଥିଲେ ବି କିଛି ଖର୍ଚ୍ଚ କରିବାକୁ ପଡ଼ିବ। ଗଣିତ ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ଅଧିକ ମନ ଲାଗିବ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ।
କର୍କଟ: ନିଜ ଉପରେ ଭରସା ରଖନ୍ତୁ ଏବଂ ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ। ବ୍ୟବସାୟକୁ ନେଇ ଭଲ ଡିଲ୍ ହେବାର ସମ୍ଭାବନା। କାହାରିକୁ ଧାର ଦେଲେ ଠିକଣା ସମୟରେ ଅର୍ଥ ଫେରସ୍ତ ପାଇବାର ଆଶା କମ୍। ଚାକିରି ପାଇଁ କରିଆସୁଥିବା ପ୍ରୟାସରେ ସଫଳତା ପାଇବେ। କର୍ତ୍ତୃପକ୍ଷ ଆପଣଙ୍କ କାର୍ଯ୍ୟ ଦେଖି ପ୍ରଂଶସା କରିବେ। ଓକିଲ ପୁରୁଣା ମକଦ୍ଦମାରେ ଜୟଲାଭ କରିବେ। ଆପଣ ସାମାଜ ହିତରେ କରିଥିବା କାମ ପାଇଁ ସମ୍ମାନିତ ହେବେ। ପରିବାରରେ ଆପଣଙ୍କ ଉପରେ ଦାୟିତ୍ବ ବଢ଼ିବ। ବାଣିଜ୍ୟ ଛାତ୍ରଛାତ୍ରୀ ସମସ୍ୟାର ସମାଧାନ ପାଇବେ। ସଡ଼କରେ ଚାଲୁଥିବା ସମୟରେ ସତର୍କ ରୁହନ୍ତୁ।
ସିଂହ: ନିଜର ବିଚାର ସକାରାତ୍ମକ କରନ୍ତୁ। କୌଣସି ବ୍ୟକ୍ତି ଆପଣଙ୍କ ଜୀବନରେ ଖୁସି ଓ ଉତ୍ସାହ ନେଇ ଆସିବ। ବ୍ୟବସାୟରେ ତ୍ବରିତ ଫଇସଲା ନିଅନ୍ତୁ, ଅଧିକ ଲାଭ ପାଇବେ। ଧାର ଦେବାନେବାରୁ ନିବୃତ୍ତ ରହନ୍ତୁ। ଅଫିସ୍ରେ କୌଣସି ବଡ଼ ଦାୟିତ୍ବ ଗ୍ରହଣ କରିବେ। ସାମାଜିକ କାର୍ଯ୍ୟରେ ଆପଣଙ୍କର ଭୂମିକା ପାଇଁ ମାନ ପ୍ରତିଷ୍ଠା ବଢ଼ିବ। କ୍ରିକେଟ୍ ଖେଳାଳିଙ୍କର ପ୍ରଦର୍ଶନ ବଢ଼ିଆ ରହିବ। କୃଷିଜୀବୀଙ୍କର କିଛି ଲାଭ ହୋଇପାରେ। ପୈତୃକ ସଂପତ୍ତିର ଭାଗବାଣ୍ଟ ଆପଣଙ୍କ ପକ୍ଷରେ ରହିବ। ବିଜ୍ଞାନ ଛାତ୍ରଛାତ୍ରୀ କିଛି ନୂଆ ଶିକ୍ଷାଲାଭ କରିବେ। ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ।
କନ୍ୟା: ଆପଣ ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରିବେ। ଯାହା ବି କାମ କରିବାକୁ ଚାହିବେ ତାହା ସହଜରେ ହେବ। ବ୍ୟବସାୟରେ ସକାରାତ୍ମକ ଭାବନା ଘେନି ଆଗକୁ ବଢ଼ନ୍ତୁ। ଟଙ୍କାପଇସା ସଂପର୍କିତ କୌଣସି ବଡ଼ ମାମଲା ସମାଧାନ ହୋଇଯିବ। ସରକାରୀ ଚାକିରିଆ ଖୁସି ଖବର ପାଇବେ। ବେକାର ଯୁବକଯୁବତୀଙ୍କ ଲାଗି ରୋଜଗାର ସୁଯୋଗ ଆସିବ। ଡାକ୍ତରଙ୍କ ଖ୍ୟାତି ସୁଦୂରପ୍ରସାରୀ ହେବ। ଘରେ କୌଣସି ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଯୋଜନା କରିପାରନ୍ତି। ଛାତ୍ରଛାତ୍ରୀ ଅଭିଭାବକଙ୍କ ଠାରୁ ମାର୍ଗଦର୍ଶନ ନିଅନ୍ତୁ। ସ୍ବାସ୍ଥ୍ୟ ଭଲ ରହିବ।
ତୁଳା: ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ଚେଷ୍ଟା ଜାରି ରଖନ୍ତୁ ଭଲ ଫଳ ପାଇବେ। ନୂଆ ଲୋକଙ୍କ ସହିତ ଭାଗୀଦାରି କରିବାର ମଉକା ପାଇବେ। ଚାକିରିରେ କୌଣସି କଥାକୁ ନେଇ ଚିନ୍ତିତ ରହିବେ। ସରକାରୀ ଓକିଲଙ୍କ ପାଇଁ ପଦୋନ୍ନତିର ସୁଯୋଗ ରହିଛି। ଖେଳାଳିମାନେ ବଢ଼ିଆ ପ୍ରଦର୍ଶନ କରିବେ। ରାଜନୀତି କ୍ଷେତ୍ରରେ ଥିବା ଲୋକ ସଫଳତା ପାଇବେ। ପରିବାରରେ ସୁଖ ଶାନ୍ତିର ପରିବେଶ ରହିବ। ମାଆଙ୍କୁ ତାଙ୍କ ପସନ୍ଦର କିଛି ଉପହାର ଦେବେ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ। ଛାତ୍ରଛାତ୍ରୀ ଶିକ୍ଷକଙ୍କର ସହଯୋଗ ପାଇବା ଯୋଗୁଁ ମନୋବଳ ଉଚ୍ଚା ରହିବ। ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇବେ।
ବିଛା: ଆପଣଙ୍କ ଜୀବନକୁ ସୁନ୍ଦର କରି ଗଢ଼ିବା ପାଇଁ ଚେଷ୍ଟା କରିବେ। ଭଲ ଧନ ଅର୍ଜନ କରିବାରେ ସଫଳ ହେବେ। ସୌନ୍ଦର୍ଯୀକରଣ ବ୍ୟବସାୟୀଙ୍କୁ ବଡ଼ ଠିକା ମିଳିପାରେ। ଅଫିସ୍ରେ ଲାଗି ରହିଥିବା ଗୋଳମାଳିଆ ମାମଲାର ସମାଧାନ କରିନେବେ। ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିମାନେ ସମ୍ମାନ ପାଇବେ। ଖେଳାଳିମାନେ ପ୍ରଶିକ୍ଷକଙ୍କ ଠାରୁ କିଛି ନୂଆ ଶିଖିବେ। ଲେଖକଙ୍କର ପୁସ୍ତକ ଉନ୍ମୋଚନ ହେବ। ନବ ବିବାହିତ ଦମ୍ପତି ଭ୍ରମଣରେ ଯିବା ଯୋଜନା କରିବେ। ଛାତ୍ରଛାତ୍ରୀ ଅଧ୍ୟୟନରେ ଧ୍ୟାନ ଦିଅନ୍ତୁ। ସ୍ବାସ୍ଥ୍ୟ ପ୍ରତି ଜାଗରୁକ ଓ ସତର୍କ ରୁହନ୍ତୁ।
ଧନୁ: କ୍ୟାରିୟର୍ ସଂପର୍କିତ କୌଣସି ମାମଲା ସମାଧାନ ହେବ। ବନ୍ଧୁ ଆପଣଙ୍କୁ ଆର୍ଥିକ ସହାୟତା ଦେବେ। କାରବାରରେ ପରିବର୍ତ୍ତନ ଆଣି ସଫଳତା ପାଇବେ। ଅଫିସ୍ରେ ଉପରିସ୍ଥ କର୍ମଚାରୀଙ୍କ ସହିତ ତାଳମେଳ ରଖନ୍ତୁ, ଫାଇଦା ହେବ। ଫିଲ୍ମ କଳାକାରଙ୍କୁ ଭଲ ସୁଯୋଗ ମିଳିପାରେ। ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଘରକୁ ବନ୍ଧୁ ଆସିବା ହେତୁ ମନ ଆନନ୍ଦ ରହିବ। ଘରୋଇ ଜିନିଷ କିଣିବାରେ ଅଧିକ ଖର୍ଚ୍ଚ କରିବେ। ନବବିବାହିତ ଦମ୍ପତି ମନୋରଞ୍ଜନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଛାତ୍ରଛାତ୍ରୀଙ୍କର ସଂଶୟ ସ୍ଥିତି ରହିବ। ସୁସ୍ଥ ରହିବେ ଓ ଆତ୍ମବିଶ୍ବାସ ଅତୁଟ ରହିବ।
ମକର: ଆଗକୁ ବଢ଼ିବା ଲାଗି ସମୟ ବହୁତ ଭଲ। ଆର୍ଥିକ ସ୍ଥିତି ଠିକ୍ ରହିବ। କାରବାରର ବିସ୍ତାର ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ। ଅଫିସ୍ରେ ଆପଣଙ୍କ ବ୍ୟକ୍ତିତ୍ବର ପ୍ରଶଂସା ହେବ। ଗଣମାଧ୍ୟମ ଓ ସଂଚାର କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିମାନେ ପ୍ରଗତି କରିବେ। ଶତ୍ରୁ ଆପଣଙ୍କର କ୍ଷତି କରିପାରନ୍ତି। ତେଣୁ ସତର୍କ ରହନ୍ତୁ। ରାଜନୀତି କ୍ଷେତ୍ରରେ ଥିବା ଲୋକ ଦଳ ତରଫରୁ କୌଣସି ବଡ଼ ଦାୟିତ୍ବ ପାଇବେ। ପାରିବାରିକ କାମରେ ଦୂରସ୍ଥାନକୁ ଯାଇପାରନ୍ତି। ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଛାତ୍ରଛାତ୍ରୀ କୌଣସି ପ୍ରତିଯୋଗିତା ପରୀକ୍ଷା ପାଇଁ ପ୍ରସ୍ତୁତି କରିବେ। ସ୍ବାସ୍ଥ୍ୟ ଠିକ୍ ରହିବ।
କୁମ୍ଭ: ଭାଗ୍ୟ ଆପଣଙ୍କ ସଙ୍ଗରେ ରହିବ। ଦୀର୍ଘଦିନରୁ କରିଆସୁଥିବା ପ୍ରୟାସରୁ ସନ୍ତୋଷଜନକ ଫଳ ପାଇବେ। ବ୍ୟବସାୟ ବିସ୍ତାର ସହିତ ଆୟର ଉତ୍ସ ବିକଶିତ ହେବ। ଅଫିସ୍ରେ କୌଣସି ବଡ଼ କାମ ମିଳିପାରେ। କଳା ସଙ୍ଗୀତ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଭଲ ପ୍ରଦର୍ଶନ କରିବେ। ରାଜନୀତିକ ଓ ସାମାଜିକ କ୍ଷେତ୍ରରେ ମାନସମ୍ମାନ ବଢ଼ିବ। ଘରର ସୌନ୍ଦର୍ଯ୍ୟୀକରଣ କାମ କରାଇବେ। ଜୀବନସାଥୀ ସହିତ କୌଣସି ଜାଗାକୁ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ। ଛାତ୍ରଛାତ୍ରୀ ଅନ୍ଲାଇନ୍ରେ କିଛି ଶିଖିବା ପାଇଁ ମନସ୍ଥ କରିବେ। ସ୍ବାସ୍ଥ୍ୟରେ ସୁଧାର ହେବ। କାର୍ ଚଳାଇବା ସମୟରେ ସଚେତ ରହନ୍ତୁ।
ମୀନ: ଆର୍ଥିକ ପକ୍ଷ ବହୁତ ଭଲ ରହିପାରେ। ଭାଗୀଦାରି କାରବାରରେ ବହୁତ ଭଲ ସଫଳତା ପାଇବେ। ଅଫିସ୍ରେ କାମର ବୋଝ ଅଧିକ ରହିବ। ନିଜର ଭାଷାଶୈଳୀ ପ୍ରତି ଧ୍ୟାନ ରଖନ୍ତୁ। ବେକାରଙ୍କ ଲାଗି ରୋଜଗାରର ସୁଯୋଗ ଆସିବ। ବୟସାଧିକ ବ୍ୟକ୍ତିମାନେ ନିରାପଦ ଭବିଷ୍ୟତ ପାଇଁ ଯୋଜନା କରିବେ। ଜୀବନସାଥୀ ସହିତ ଆପଣଙ୍କ ସମ୍ବନ୍ଧ ବହୁତ ଭଲହେବ। ପିଲାଙ୍କ ଉପଲବ୍ଧିରେ ଗର୍ବ ଅନୁଭବ କରିବେ। ଘରେ ଧାର୍ମିକ ଆୟୋଜନ କରିବା ପାଇଁ ମନସ୍ଥ କରିବେ। ସୋସିଆଲ୍ ମିଡ଼ିଆ ମାଧ୍ୟମରେ ଆପଣଙ୍କର କେହି ବନ୍ଧୁ ହେବେ। ଛାତ୍ରଛାତ୍ରୀଙ୍କ ଲାଗି ସମୟ ଭଲ। ସ୍ବାସ୍ଥ୍ୟ ପାଇଁ ସମୟ ଅନୁକୂଳ ରହିବ।