ମେଷ: ବ୍ୟବସାୟ ମାମଲାରେ ବନ୍ଧୁର ସାହାଯ୍ୟ ନେବେ। ନବ ବିବାହିତ ବ୍ୟକ୍ତି ବାହାରକୁ ବୁଲି ଯିବାର ଯୋଜନା କରିବେ। ଶିକ୍ଷକଙ୍କ ଲାଗି ଦିନଟି ବହୁତ ଭଲ ରହିବ।
ବୃଷ: କୌଣସି କାମରେ ଅଧିକ ସମୟ ଲାଗିବା ଯୋଗୁଁ ଅନ୍ୟ କାମ ଅଧୁରା ରହିପାରେ। ଆପଣ ସାହାଯ୍ୟ ମାଗିବାରେ ସଂକୋଚ କରନ୍ତୁ ନାହିଁ। ଦାମ୍ପତ୍ୟ ଜୀବନରେ ଜଣେ ଅନ୍ୟଜଣଙ୍କ ପ୍ରତି ସମ୍ମାନ ଅକ୍ଷୁଣ୍ଣ ରଖନ୍ତୁ।
ମିଥୁନ: ନୂଆ ସମ୍ବନ୍ଧ ଆରମ୍ଭ କରିପାରନ୍ତି। କ୍ୟାରିଅର୍ ସମ୍ବନ୍ଧରେ ଗୁରୁଙ୍କଠାରୁ ପୂରା ସାହାଯ୍ୟ ପାଇବେ। ଆପଣଙ୍କୁ ବହୁରାଷ୍ଟ୍ରୀୟ କଂପାନିରେ ଚାକିରିର ସୁଯୋଗ ମିଳିବ। ଜୀବନସାଥୀଙ୍କୁ ଉପହାର ଦେଇପାରନ୍ତି।
କର୍କଟ: ଆପଣଙ୍କର ସବୁ କାମ ସହଜରେ ପୂରା ହୋଇଯିବ। ଜୀବନସାଥୀ ସହିତ ସମ୍ବନ୍ଧ ଭଲ ହେବ। ପରିବାରରେ ପ୍ରସନ୍ନତାର ବାତାବରଣ ରହିବ।
ସିଂହ: ଆପଣଙ୍କ କ୍ଷମତା ଠାରୁ ଅଧିକ ଦାୟିତ୍ବ ନେଇପାରନ୍ତି। ପରିବାରରେ ମାଆର ପୂରା ସହଯୋଗ ପାଇବେ। ବିବାହିତ ବ୍ୟକ୍ତି ଉତ୍ତମ ମୁହୂର୍ତ୍ତ ଅତିବାହିତ କରିବେ। ଛାତ୍ରୀଙ୍କୁ କୌଣସି କାମରେ ଭଲ ଫଳ ମିଳିବ।
କନ୍ୟା: ପାରିବାରିକ ଜୀବନରେ ଉତ୍ସାହଜନକ ପରିବେଶ ରହିବ। ପଡ଼ୋଶୀ ଆପଣଙ୍କ ଶୁଭ କାମରେ ସାହାଯ୍ୟ କରିବେ। ଲୋକଙ୍କ ମତ ଫଳପ୍ରଦ ସାବ୍ୟସ୍ତ ହେବ।
ତୁଳା: ଆପଣଙ୍କୁ ରୋଜଗାରର ଉଚିତ ଅବସର ମିଳିବ। ରାଜନୀତି କ୍ଷେତ୍ରରେ ଥିବା ଲୋକ ସକ୍ରିୟ ଭୂମିକା ନିର୍ବାହ କରିବେ। ଘରୋଇ ଜିନିଷ କିଣିବା ଲାଗି ବଜାରକୁ ଯିବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।
ବିଛା: ଅଫିସରେ ଅଯଥା ଚର୍ଚ୍ଚା କରନ୍ତୁ ନାହିଁ। ନୂଆ ପ୍ରୋଜେକ୍ଟରେ ବନ୍ଧୁର ସାହାଯ୍ୟ ନେଇପାରନ୍ତି। ଅଭିଜ୍ଞ ବ୍ୟକ୍ତିଙ୍କ ମତ ନେଇ ନିବେଶ କରନ୍ତୁ।
ଧନୁ: କୌଣସି ବ୍ୟକ୍ତିଙ୍କ ଠାରୁ କିଛି ପାଇବାର ଆଶା ଅଧିକ ରହିବ। ଯାହା ବି କରୁଛନ୍ତି ନିଜ କ୍ଷମତା ବଳରେ କରନ୍ତୁ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ।
ମକର: ଆପଣଙ୍କ ଶକ୍ତିର ସ୍ତର ଉଚ୍ଚା ରହିବ। ସମାଜରେ ମାନସମ୍ମାନ ପାଇବେ। କୌଣସି ବନ୍ଧୁଙ୍କ ଘରେ ଆୟୋଜିତ ଉତ୍ସବକୁ ଯିବେ। ଆପଣଙ୍କ ବ୍ୟବହାରର ପ୍ରଶଂସା ହେବ। ପାରିବାରିକ ସମ୍ବନ୍ଧରେ ମଧୁରତା ବଢ଼ିବ।
କୁମ୍ଭ: ସୃଜନଶୀଳ କାର୍ଯ୍ୟରେ ମନ ଲାଗିବ। ନିଜର ମତ ଅନ୍ୟମାନଙ୍କ ଆଗରେ ରଖନ୍ତୁ। କଲେଜରେ କୌଣସି କାମ ପାଇଁ ପୁରସ୍କାର ପାଇପାରନ୍ତି। ଅର୍ଥ ଦିଆନିଆ ବେଳେ ସାବଧାନତା ଅବଲମ୍ବନ କରନ୍ତୁ।
ମୀନ: ପରିବାରରେ ସମସ୍ତଙ୍କ ସହିତ ସମ୍ବନ୍ଧ ଭଲ ହେବ। ଆପଣ କମ୍ ସମୟରେ କାମ ପୂରା କରିନେବେ। ଅଫିସରେ ସ୍ଥିତି ଠିକ୍ ରହିବ। ଆପଣ ସାମାଜିକ ଗତିବିଧିରେ ସାମିଲ ହୋଇପାରନ୍ତି।