ମେଷ: କାମରେ ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟ ପାଇପାରନ୍ତି। ପୁରୁଣା କଥା ଉପରେ ଅଧିକ ଧ୍ୟାନ ଦିଅନ୍ତୁ ନାହିଁ। ଧାର ନେବା ଦେବାରୁ ନିବୃତ୍ତ ରହନ୍ତୁ। କାମ ଧନ୍ଦାରେ ସ୍ଥିତି ମଜଭୁତ ରହିବ। ଛାତ୍ରଙ୍କ ଲାଗି ଦିନଟି ଭଲ। 
ବୃଷ: ଆର୍ଥିକ ସ୍ଥିତି ମଜଭୁତ ରହିବ। କ୍ୟାରିୟରରେ ଆଗକୁ ବଢ଼ିବା ଲାଗି ନୂଆ ଅବସର ସାମନାକୁ ଆସିବ। ଘରକୁ ବନ୍ଧୁ ଆସିବା ଯୋଗୁଁ ପ୍ରସନ୍ନତା ବଢ଼ିବ। 
ମିଥୁନ: ଅଫିସ କାମରେ ବ୍ୟସ୍ତ ରହିବେ। ସାମାଜିକ ପ୍ରସଙ୍ଗ ନେଇ ନିଜ କଥା ଅନ୍ୟମାନଙ୍କ ସାମ୍ନାରେ ରଖିପାରନ୍ତି। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ପ୍ରିୟଜନଙ୍କ ସହିତ କୌଣସି ସ୍ଥାନକୁ ବୁଲି ଯିବେ।  ‌
କର୍କଟ: ପାରିବାରିକ ସମ୍ବନ୍ଧ ମଜଭୁତ ହେବ। କମ୍ ପରିଶ୍ରମ କରି ନିଜର ଉଦ୍ଦେଶ୍ୟକୁ ସହଜରେ ପୂରା କରିବେ। ବୈବାହିକ ଜୀବନରେ ପ୍ରସନ୍ନତା ଭରି ରହିବ। 

Advertisment

ସିଂହ: ଅଫିସରେ ସମସ୍ତଙ୍କ ସହିତ ଭଲ ତାଳମେଳ ରହିବ। ରଚନାତ୍ମକ କାମରେ ସଫଳ ହେବେ। ନୂଆ ଉତ୍ସରୁ ଧନଲାଭ ହେବ।

କନ୍ୟା: ପାରିବାରିକ ମାମଲାକୁ ନେଇ ବ୍ୟସ୍ତତା ବଢ଼ିବ। ନୂଆ କାମ ଉପରେ ବିଚାର ବିମର୍ଶ କରିପାରନ୍ତି। ଅଫିସ କାମ ମନ୍ଥର ଗତିରେ ପୂରା ହେବ। 

ଗାଡ଼ି ଚଳାଇବା ବେଳେ ସାବଧାନ ରହନ୍ତୁ। 
ତୁଳା: କାର୍ଯ୍ୟକ୍ଷେତ୍ରରେ କୌଣସି ଆହ୍ବାନ ସାମ୍ନାକୁ ଆସିବ। ଧନଲାଭର ଅବସର ପ୍ରାପ୍ତ ହେବ। ପରିବାରରେ ମଧୁରତା ସହିତ ବିଶ୍ବାସ ବଢ଼ିବ।
ବିଛା: ବିଶେଷ କାମରେ ଲାଭ ହେବ। ଭାଇଭଉଣୀଙ୍କ ସହିତ ସମ୍ବନ୍ଧ ଭଲ ହେବ। ସାମାଜିକ କାର୍ଯ୍ୟରେ ସଫଳତା ମିଳିବାର ଯୋଗ ଅଛି। କୌଣସି କାମଧନ୍ଦା ଆପଣଙ୍କ ସାମନାକୁ ଆସିବ।
ଧନୁ: ଲକ୍ଷ୍ୟ ସ୍ଥିର କରିବା ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି। ଭଲ ଖବର ପାଇବେ। ଶତ୍ରୁଙ୍କୁ ଜୟ କରିବେ। ଧନଲାଭର ସମ୍ଭାବନା ରହିଛି। ଚାକିରିଆଙ୍କୁ ସଫଳତା ମିଳିବ। 
ମକର: ସୋସିଆଲ ମିଡିଆରେ ଏଭଳି ବ୍ୟକ୍ତିଙ୍କ ସହିତ ପରିଚୟ  ହେବ ଯିଏ ଲାଭ ପହଞ୍ଚାଇବେ। କାରବାରରେ ଲୋକଙ୍କ ସାହାଯ୍ୟ ସହଯୋଗ ମିଳିବ। 
କୁମ୍ଭ: ସାମାଜିକ କ୍ଷେତ୍ରରେ ଆପଣଙ୍କ ସକ୍ରିୟତା ବଢ଼ିପାରେ। ବନ୍ଧୁ ସହିତ ମିଳନର ଯୋଗ ଅଛି। କୌଣସି କାମରେ ସକାରାତ୍ମକ ପରିଣାମ ପାଇବେ। ଜୀବନସାଥୀ ସହିତ ସ୍ମରଣୀୟ ମୁହୂର୍ତ୍ତ ଅତିବାହିତ କରିବେ। 
ମୀନ: କାହାରି ଉପରେ ଅଧିକ ଭରସା କରନ୍ତୁ ନାହିଁ। ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଭାବନା ଓ ବ୍ୟବହାରରେ ଭାରସାମ୍ୟ ବଜାୟ ରଖନ୍ତୁ। ବୌଦ୍ଧିକ କ୍ଷମତା ବୃଦ୍ଧି ହେବ। ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ କରିବେ।