ମେଷ: ଆପଣଙ୍କ ପ୍ରଗତିରେ ବାଧା ଆସିପାରେ। ନୂଆ କାମ ଆରମ୍ଭ କରିବା ଲାଗି ଭାବିବେ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନଙ୍କ ପାଇଁ ଦିନଟି ଭଲ।  ‌

Advertisment

ବୃଷ: ନୂଆ କାମ ଆରମ୍ଭ କରନ୍ତୁ, ଭାଗ୍ୟର ସହଯୋଗ ପାଇବେ। ଅଫିସରେ କୌଣସି କାମକୁ ନେଇ ଚିନ୍ତିତ ହୋଇପାରନ୍ତି। ବ୍ୟବସାୟୀଙ୍କୁ ଧନଲାଭ ହେବ।
 ‌
ମିଥୁନ: ଆପଣଙ୍କ ଧ୍ୟାନ ଧର୍ମକାର୍ଯ୍ୟରେ ଲାଗି ରହିବ। ଚାକିରିରେ ବିଶୃଙ୍ଖଳା ଦୂର ହେବ। ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକଙ୍କୁ ଆଗକୁ ବଢ଼ିବାର ସୁଯୋଗ ମିଳିବ। ‌
କର୍କଟ: ପିଲାମାନଙ୍କ ସହିତ ଆପଣଙ୍କର ସମୟ ବିତିବ। ପରିବାରରେ ଖୁସିର ପରିବେଶ ରହିବ। ଯୋଜନା ପ୍ରସ୍ତୁତ କରି ପରିଶ୍ରମ କଲେ ଯାଇ ଲାଭ ପାଇବେ। ‌

ସିଂହ: ପରିବାରର କୌଣସି ଲୋକଙ୍କ ସହ କଳହ ହୋଇପାରେ। କଳାକ୍ଷେତ୍ରରେ ଥିବା ଲୋକଙ୍କୁ ସମ୍ମାନ ମିଳିବ। ଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ। ‌

କନ୍ୟା: ପୂର୍ବରୁ କରି ଆସୁଥିବା କାମ ପୂରା ହୋଇଯିବ। ନୂଆ କାମ ଆରମ୍ଭ କରିବା ପୂର୍ବରୁ ନିକଟ ସଂପର୍କୀୟଙ୍କର ପରାମର୍ଶ ନିଅନ୍ତୁ। କାରବାରରେ ବାଧା ଦୂର ହୋଇଯିବ। 
ତୁଳା: କାମରେ ଭଲ ପ୍ରଦର୍ଶନ ପାଇଁ କିଛି ନୂଆ କରିବେ। ସାମାଜିକ କାର୍ଯ୍ୟରେ ସହଯୋଗ କରନ୍ତୁ ମାନ ସମ୍ମାନ ବଢ଼ିବ। ମହିଳା ଶିଳ୍ପୋଦ୍ୟୋଗୀଙ୍କୁ ଯଥେଷ୍ଟ ଲାଭ ମିଳିବ। ‌ 

ବିଛା: ବ୍ୟବସାୟରେ ପ୍ରଗତି ପାଇଁ ଦିନଟି ବହୁତ ଭଲ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଆହୁରି ସୁଦୃଢ଼ ହେବ। ବୈବାହିକ ସମସ୍ୟାର ସମାଧାନ ହେବ। 

ଧନୁ: ଇଂଜିନିଅର୍‌ ଠିକ୍ ଦିଶାରେ ନିଜ ଅଭିଜ୍ଞତାର ପ୍ରୟୋଗ କଲେ ସଫଳତା ପାଇବେ। ଆୟର ଉତ୍ସ ବଢ଼ିବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଆନନ୍ଦଦାୟକ ରହିବ। 
ମକର: କୌଣସି କାମ କରିବା ପୂର୍ବରୁ ସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ। ପରିବାର ସହଯୋଗରେ କାମ ପୂରା କରିବାରେ ସଫଳ ହେବେ। ବେକାରଙ୍କୁ ଚାକିରିର ସୁଯୋଗ ମିଳିବ। ‌ 

କୁମ୍ଭ: ବନ୍ଧୁ ସହଯୋଗରେ ଅଧୁରା କାମ ସଂପୂର୍ଣ୍ଣ ହୋଇଯିବ। କୌଣସି ଭଲ ଖବର ଶୁଣିବେ। ଜମି ଦଲାଲଙ୍କ ଲାଗି ଦିନଟି ଲାଭଦାୟକ ରହିବ। ସ୍ବାସ୍ଥ୍ୟ ଠିକ୍ ରହିବ। 

ମୀନ: ବ୍ୟକ୍ତିଗତ ସମସ୍ୟାର ସମାଧାନ ହୋଇଯିବ। କାମ ସମ୍ବନ୍ଧରେ ଗଭୀର ଚିନ୍ତା କରିପାରନ୍ତି। ଘର ଓ ଅଫିସ ପରିବେଶରେ ପ୍ରସନ୍ନତା ରହିବ।