ମେଷ: ଧୈର୍ଯ୍ୟଧରି କାମ କରିବେ। ଅଚାନକ ଧନଲାଭ ହୋଇପାରେ। ବନ୍ଧୁ ସହ ବୁଲି ଯିବାର ଯୋଜନା କରିବେ। ଛାତ୍ର ଭବିଷ୍ୟତ ଲାଗି ଯୋଜନା ତିଆରି କରି ପଢ଼ନ୍ତୁ।
ବୃଷ: ଜୀବନକୁ ସୁନ୍ଦର କରିବା ଲାଗି କିଛି ନୂଆ କରିବେ। ସକାରାତ୍ମକ ଭାବନା ସଫଳତା ଆଣିଦେବାରେ ସହାୟକ ହେବ। ଜୀବନସାଥୀ ସହ ସମ୍ବନ୍ଧରେ ମଧୁରତା ବଢ଼ିବ।
ମିଥୁନ: ଆପଣଙ୍କର ସବୁ କଷ୍ଟ ନିବାରଣ ହେବ। ବ୍ୟାଙ୍କ୍ରେ ଋଣ ସମ୍ବନ୍ଧୀୟ କୌଣସି କାମ ସଂପୂର୍ଣ୍ଣ ହୋଇଯିବ। ବିବାହିତ ବ୍ୟକ୍ତି ସାଥୀଙ୍କ ସହ ଭଲ ସମୟ ଅତିବାହିତ କରିବେ।
କର୍କଟ: ଘରେ କୌଣସି ମାମଲାକୁ ନେଇ ବିବାଦ ହୋଇପାରେ। ମାନ ସମ୍ମାନ ବଜାୟ ରଖିବା ଲାଗି ଆପଣଙ୍କୁ ସଂଘର୍ଷ କରିବାକୁ ହେବ। ସାହିତ୍ୟିକଙ୍କ ଲାଗି ଭଲ ଦିନଟିଏ।
ସିଂହ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ବ୍ୟବସାୟୀ ଅନ୍ୟମାନଙ୍କୁ ନିଜ ମତରେ ସହମତ କରାଇନେବେ। ପାରିବାରିକ ଜୀବନ ସୁଖଦାୟକ ହେବ।
କନ୍ୟା: ଜୀବନରେ କୌଣସି ନୂଆ ଖୁସିର ସଂକେତ ମିଳିପାରେ। ଇଂଜିନିଅର୍ଙ୍କୁ ଶୀଘ୍ର ଲାଭ ମିଳିବ। ଜୀବନସାଥୀଙ୍କ ସହ ନାଟକ ଦେଖିବାର ଯୋଜନା କରିବେ।
ତୁଳା: ଅଫିସର କୌଣସି କାମରେ ବାଧା ଆସିପାରେ। ଭାଗୀଦାରିରେ କରୁଥିବା କାମରୁ ଲାଭ ମିଳିବ। ଆପଣଙ୍କର ବିଶେଷ ଗୁଣ ଲୋକମାନଙ୍କ ସମ୍ମୁଖକୁ ଆସିବ।
ବିଛା: ଆପଣଙ୍କୁ ଚେଷ୍ଟାର ସକାରାତ୍ମକ ଫଳ ମିଳିବ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ। ପ୍ରେମୀଯୁଗଳ ଏକାଠି ସମୟ ଅତିବାହିତ କରିବେ।
ଧନୁ: ବିଶେଷ କାମ ପ୍ରଥମେ ପୂରା କରିବାକୁ ଚେଷ୍ଟା କରିବେ। ବିରୋଧୀ ଆପଣଙ୍କ ଠାରୁ ଦୂରେଇ ରହିବେ। ଜୀବନସାଥୀ ଆପଣଙ୍କ ଭାବନାକୁ ବୁଝିବେ।
ମକର: ଆପଣ ଜରୁରୀ କାମରେ ସଫଳତା ପାଇବେ। ଅନ୍ତରଙ୍ଗ ବନ୍ଧୁ ସହ ସିନେମା ଦେଖିବାର ଯୋଜନା କରିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।
କୁମ୍ଭ: ଆପଣଙ୍କ ସମ୍ମୁଖକୁ ଭଲ ଅବସର ଆସିବ। ପର୍ଯ୍ୟଟନ କ୍ଷେତ୍ରରେ ଥିବା ଲୋକଙ୍କୁ ଲାଭ ହେବ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।
ମୀନ: ଜରୁରୀ କାମ ସଂପୂର୍ଣ୍ଣ କରିବାରେ ସଫଳ ହେବେ। ଜୀବନସାଥୀଙ୍କ ସହ ସମ୍ବନ୍ଧ ଭଲ ରହିବ। ନିଜ ମାନ ମର୍ଯ୍ୟାଦାର ଧ୍ୟାନ ରଖନ୍ତୁ। କାରବାରରେ ସ୍ଥିରତା ରହିବ।