ମେଷ: ଆପଣଙ୍କ ପାଇଁ ଦିନଟି ଲାଭପ୍ରଦ ରହିବ। ଭଗବାନଙ୍କ ପ୍ରତି ଆସ୍ଥା ବଢ଼ିବ। ଆୟର ସାଧନ ବଢ଼ିବ। ଜମି ବ୍ୟବସାୟୀଙ୍କୁ ବଢ଼ିଆ ଜମି ଭଲ ଦାମରେ ମିଳିଯିବ।
ବୃଷ: କ୍ୟାରିଅର ବିଷୟରେ ଭଲ ଖବର ପାଇବେ। ନିଜ ଠାରୁ ବଡ଼ଙ୍କର କଥା ଧ୍ୟାନ ଦେଇ ଶୁଣନ୍ତୁ। ବ୍ୟାବସାୟିକ କାରଣରୁ ପରିଶ୍ରମ ଓ ଯାତାୟାତ ବଢ଼ିବ।
ମିଥୁନ: ଘରର ପରିବେଶ ଭଲ ରହିବ। ଶାରୀରିକ ଦୃଷ୍ଟିରୁ ଆପଣଙ୍କ ସ୍ବାସ୍ଥ୍ୟ ଭଲ ରହିବ। ସମାଜରେ ଆପଣଙ୍କର ପ୍ରଶଂସା ହେବ। ବେପାରରେ ଲାଭ ହେବ।
କର୍କଟ: ନିଜ କାମରେ ଅଧିକ ବ୍ୟସ୍ତ ରହିପାରନ୍ତି। କ୍ୟାରିଅରରେ ନୂଆ କୀର୍ତ୍ତିମାନ ସ୍ଥାପନ କରିବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।
ସିଂହ: ନିୟମିତ କାମରେ ମନ କମ୍ ଲାଗିବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ବଡ଼ ଦାୟିତ୍ବ ମିଳିବ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ।
କନ୍ୟା: ଆପଣଙ୍କ ବ୍ୟାବସାୟିକ କୌଶଳରେ ଦ୍ରୁତ ପରିବର୍ତ୍ତନ ଆସିବ। ଆୟ ବଢ଼ାଇବା ପାଇଁ ଅବସର ପାଇବେ। ପାରିବାରିକ ଜୀବନ ସୁଖମୟ ହେବ।
ତୁଳା: କାମର ବୋଝ ବଢ଼ିପାରେ। ଲୋକେ ଆପଣଙ୍କ କଥାରେ ପ୍ରଭାବିତ ହେବେ। ନବବିବାହିତଙ୍କ ଜୀବନରେ ଖୁସି ବଢ଼ିବ। ଚାକିରିରେ ଦରମା ବଢ଼ିପାରେ।
ବିଛା: ଅନ୍ୟମାନଙ୍କ ଉପରେ ଆପଣଙ୍କର ଭଲ ପ୍ରଭାବ ପଡ଼ିବ। ଘରର ଦରକାରୀ ଜିନିଷ କିଣିବା ପାଇଁ ସହରକୁ ଯିବେ। ଆପଣଙ୍କୁ ପରିଶ୍ରମର ପୁରସ୍କାର ମିଳିବ।
ଧନୁ: ଜୀବନସାଥୀର ସହଯୋଗ ପାଇବେ। ଭାବିଥିବା କାମ ସଂପୂର୍ଣ୍ଣ ହୋଇଯିବ। ବେପାରରେ ଭଲ ଲାଭ ହେବ। କୌଣସି କାମରେ ଦୂରସ୍ଥାନକୁ ଯିବେ।
ମକର: ଓକିଲଙ୍କ ଲାଗି ଦିନଟି ଭଲ। ପାରିବାରିକ ମାମଲା ଆପଣଙ୍କ ପକ୍ଷରେ ରହିବ। ରାଜନୀତିରେ ସଫଳତା ପାଇବେ। ସ୍ବାସ୍ଥ୍ୟ ଭଲ ରହିବ।
କୁମ୍ଭ: ନୃତ୍ୟ ସଙ୍ଗୀତ ଶିକ୍ଷା ଆରମ୍ଭ କରିବା ପାଇଁ ଦିନଟି ଭଲ। ଅବିବାହିତଙ୍କ ଲାଗି ଭଲ ବିବାହ ପ୍ରସ୍ତାବ ଆସିବ। ପ୍ରିୟଜନ ଆପଣଙ୍କୁ ବାହାରକୁ ବୁଲି ଯିବାକୁ କହିବେ।
ମୀନ: କୌଣସି କାମ ସୁଖଦ ପରିଣାମ ନେଇ ଆସିବ। ଜୀବନସାଥୀଙ୍କ ଠାରୁ ଉପହାର ପାଇବେ। ସାମାଜିକ ସ୍ତରରେ ଆପଣଙ୍କର ମାନ ସମ୍ମାନ ବଢ଼ିବ।