ମେଷ: ଆପଣଙ୍କ ଆଖପାଖର ଗତିବିଧିକୁ ଅଣଦେଖା କରନ୍ତୁ ନାହିଁ। ନିଜ କାର୍ଯ୍ୟ ଦକ୍ଷତା ଉପରେ ବିଶ୍ବାସ ରଖନ୍ତୁ। ପରିବାର ସହିତ ଭଲ ସମୟ କଟିବ।
ବୃଷ: ସଫ୍‌ଟୱେର ଇଂଜିନିଅର ଅଧିକ ପରିଶ୍ରମ କରିବେ। ନୂଆ ଯୋଜନାରେ କାମ କରି ଭଲ ଫଳ ପାଇବେ। ଆବଶ୍ୟକତା ପୂରା କରିବା ପାଇଁ ପାର୍ଟ ଟାଇମ ଚାକିରି କରିପାରନ୍ତି। 
ମିଥୁନ: ଘରର ବଡ଼ଙ୍କ ଠାରୁ କିଛି ପ୍ରେରଣା ପାଇବେ। ଆପଣଙ୍କ କଥା କହିବା ଶୈଳୀ ଲୋକଙ୍କୁ ଆକର୍ଷିତ କରିବ। ଗାଡ଼ି ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। 
କର୍କଟ: ଆପଣଙ୍କ ଉପରେ ଅଧିକ ଉତ୍ତର ଦାୟିତ୍ବ ହେବ। ଲୋକମାନଙ୍କ ସହିତ ଯୋଡ଼ି ରହିବା ଦ୍ବାରା ବଢ଼ିଆ ସୂଚନା ପାଇବେ। କାମ ନିର୍ଦ୍ଧାରିତ ସମୟ ଭିତରେ ପୂରା ହୋଇଯିବ। 

Advertisment

ସିଂହ: ଆପଣଙ୍କ କାମର ଗୁଣବତ୍ତାକୁ ଆହୁରି ଭଲ କରିବେ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ପ୍ରେମୀଯୁଗଳ ବାହାରକୁ ବୁଲି ଯିବେ। ଛାତ୍ରଛାତ୍ରୀ ବଡ଼ ସଫଳତା ପାଇବାର ଯୋଗ ଅଛି। 
କନ୍ୟା: ଆପଣଙ୍କ ସବୁ ସମସ୍ୟାର ସମାଧାନ ଆଖି ପିଛୁଳାକେ ବାହାରିଯିବ। ପରିବାରରେ ପ୍ରସନ୍ନତାର ପରିବେଶ ରହିବ। ନୂଆ କାମରେ ପରିବାରର ପୂରା ସହଯୋଗ ପାଇବେ। 

ତୁଳା: ଶିକ୍ଷାରେ ସଫଳତା ପାଇବେ। ସୃଜନଶୀଳ କାର୍ଯ୍ୟରେ ମାନ ସମ୍ମାନ ବଢ଼ିବ। କାର୍ଯ୍ୟକ୍ଷେତ୍ରରେ ଅଧିକାରୀଙ୍କ ସହିତ ସଦ୍ଭାବ ବନାଇ ରଖନ୍ତୁ, ଉନ୍ନତିର ମଉକା ପାଇବେ।
ବିଛା: ବଡ଼ ନିର୍ଣ୍ଣୟ ନେବା ପାଇଁ ଭଲ ଦିନଟିଏ। ନୂଆ ବ୍ୟବସାୟର ସୁଯୋଗ ପାଇବେ। ଛୋଟ କଥା ନେଇ ଅଧିକ ନଭାବିଲେ ଆପଣଙ୍କ ଜୀବନ ସହଜ ରହିବ। 
ଧନୁ: ଆପଣଙ୍କ ଆଖପାଖରେ ସକାରାତ୍ମକ ଶକ୍ତି ରହିବ। କାର୍ଯ୍ୟକ୍ଷେତ୍ରରେ ଶାନ୍ତିପୂର୍ଣ୍ଣ ପରିବେଶ ରହିବ। ଖାଇବା ପିଇବା ଓ ଦିନଚର୍ଯ୍ୟାକୁ ବ୍ୟବସ୍ଥିତ କରିବେ। 
ମକର: କାର୍ଯ୍ୟରେ ରାଜନୈତିକ ସମ୍ବନ୍ଧରୁ ଲାଭ ପାଇବେ। ଜୀବନସାଥୀ ସହିତ ଭାବନାତ୍ମକ ସମ୍ବନ୍ଧ ମଜଭୁତ ହେବ। ବିଦ୍ୟାର୍ଥୀଙ୍କୁ ସଫଳତା ମିଳିବା ଯୋଗ ଅଛି। 
କୁମ୍ଭ: ଅନଲାଇନ କାମ କରୁଥିବା ବ୍ୟବସାୟୀଙ୍କୁ ଫାଇଦା ହେବ। ସରକାରୀ କର୍ମଚାରୀ ବିଶେ‌ଷ କାର୍ଯ୍ୟଭାର ଗ୍ରହଣ କରିବେ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ ପରିଣାମ ପାଇବେ। 
ମୀନ: ଘରବାଡ଼ି ବ୍ୟବସାୟୀ ଲାଭପ୍ରଦ ଡିଲ୍ କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ସାବଧାନ ରହନ୍ତୁ। କୌଣସି ସଭାରେ ଆପଣଙ୍କ ଉପସ୍ଥିତି ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିବ।

ଦୈନିକ ରାଶିଫଳ