ମେଷ: ପୂଜାପାଠରେ ସମୟ ବିତିବ। କାମରେ ଆପଣଙ୍କୁ ସଫଳତା ମିଳିବ। ଜୀବନସାଥୀଙ୍କ ସହ ଲାଗି ରହିଥିବା ମନୋମାଳିନ୍ୟ ଦୂର ହେବ। 
ବୃଷ: ବିବାଦ ଠାରୁ ଦୂରରେ ରୁହନ୍ତୁ। କୌଣସି କଥାରେ ରାଗନ୍ତୁ ନାହିଁ। ପ୍ରଭାବଶାଳୀ ଲୋକଙ୍କ ସହ ସାକ୍ଷାତ ହେବ। ପୁଞ୍ଜି ନିବେଶ ସମ୍ବନ୍ଧରେ ନୂଆ ପରାମର୍ଶ ପାଇବେ। 
ମିଥୁନ: ଆପଣଙ୍କ ବ୍ୟକ୍ତିତ୍ବ ବିକଶିତ ହେବ। ଲୋକମାନଙ୍କ ଇଚ୍ଛା ଜାଣିବାକୁ ଚେଷ୍ଟା କରିବେ। ଜୀବନସାଥୀଙ୍କ ସହଯୋଗରେ କାମ ସଂପୂର୍ଣ୍ଣ ହେବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। 
କର୍କଟ: ପରିବାରରେ ଧାର୍ମିକ ଆୟୋଜନର ରୂପରେଖ ପ୍ରସ୍ତୁତି ହେବ। ଶିକ୍ଷଣୀୟ କାମରେ ମନ ଲାଗିବ। ବଡ଼ଭାଇ ଠାରୁ ଉପହାର ପାଇବେ। 

Advertisment

ସିଂହ: ନିଜର କାର୍ଯ୍ୟ ଭଲରେ କରିବା ଲାଗି ପ୍ରୟାସ କରିବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। କାରବାରରେ ନିକଟ ସଂପର୍କୀୟଙ୍କ ଠାରୁ ପରାମର୍ଶ ନିଅନ୍ତୁ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ। 
କନ୍ୟା: ଭାବିଥିବା କାମ ସଂପୂର୍ଣ୍ଣ ହେବ। ‌ବନ୍ଧୁବର୍ଗର ସହଯୋଗ ପାଇବେ। ଅଚାନକ କୌଣସି ଉତ୍ସରୁ ଧନଲାଭ ହେବ। ବଡ଼ ଅଧିକାରୀଙ୍କ ସହ ସାକ୍ଷାତ ସଫଳ ରହିବ। 

ତୁଳା: ଅଫିସରେ ଅଧିକ କାମ କରିବା ଯୋଗୁଁ ଘରେ ବିଳମ୍ବରେ ପହଞ୍ଚିବେ। ବନ୍ଧୁ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ। ଆପଣଙ୍କୁ ଉପାର୍ଜନର ସୁଯୋଗ ମିଳିବ। 
ବିଛା: ନିଜର ଦାୟିତ୍ବ ଭଲଭାବେ ତୁଲାଇବେ। ଖୁସି ଖବର ପାଇବେ। ପେସାଦାର ବ୍ୟବସାୟୀଙ୍କ ଲାଗି ଧନଲାଭର ଯୋଗ ଅଛି। ଜୀବନସାଥୀ କୌଣସି କାମରେ ସାହାଯ୍ୟ କରିବେ। 
ଧନୁ: ଅଫିସ କାମ ଅନ୍ୟ ଦିନ ଅପେକ୍ଷା ଭଲଭାବେ କରିବେ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ଜୀବନସାଥୀ କୌଣସି କାମ ପାଇଁ ଆପଣଙ୍କର ପ୍ରଶଂସା କରିବେ। 
ମକର: ଅଫିସରେ ଆପଣ ମତ ଦେବାର ସୁଯୋଗ ପାଇବେ। ଅନିୟମିତ ଦିନଚର୍ଯ୍ୟା କାରଣରୁ ଅଳସୁଆ ହେବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋଯୋଗ ଦିଅନ୍ତୁ। 
କୁମ୍ଭ: କୌଣସି ନୂଆ କଥା ଶିଖିବେ। ଲେଖକ ଓ ସାହିତ୍ୟିକଙ୍କ ଲାଗି ଦିନଟି ଭଲ। ପରିଜନଙ୍କ ସହ ଭଲ ସଂପର୍କ ରହିବ। କ୍ୟାରିଅରରେ ନୂଆ କୀର୍ତ୍ତିମାନ ସ୍ଥାପନ କରିବେ। 
ମୀନ: କୌଣସି ମହତ୍ତ୍ବପୂର୍ଣ୍ଣ ଖବର ପାଇବେ। ରାଜନୀତିରେ ପ୍ରତିଷ୍ଠା ବୃଦ୍ଧି ହେବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ପାରିବାରିକ ଜୀବନ ଉତ୍ସବମୁଖର ହେବ।

ଦୈନିକ ରାଶିଫଳ