ମେଷ: ଆପଣ ବାପାମାଆଙ୍କୁ ମନର କଥା କହିବେ। ପରିବାର ସହିତ ଧାର୍ମିକ କାର୍ଯ୍ୟକ୍ରମରେ ସମ୍ମିଳିତ ହେବେ। ଦୂର ସଂଚାର ମାଧ୍ୟମରେ ଶୁଭ ସୂଚନା ପାଇବେ।
ବୃଷ: ନକାରାତ୍ମକ ଚିନ୍ତାରୁ ନିବୃତ୍ତ ରହନ୍ତୁ। ସବୁ କାମ କରିବାରେ ସଫଳ ହେବେ। ଓକିଲଙ୍କ ଲାଗି ଦିନଟି ଉତ୍ତମ। କୌଣସି ମକଦ୍ଦମାର ଫଇସଲା ଆପଣଙ୍କ ପକ୍ଷରେ ଆସିବ।
ମିଥୁନ: କାମ ପ୍ରତି ସମର୍ପିତ ରହିବା ଯୋଗୁଁ ସଫଳତା ଆଡ଼କୁ ଅଗ୍ରସର ହେବେ। ଅଭିଜ୍ଞ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଆଶ୍ବସ୍ତ କରିବ। ଜୀବନସାଥୀଙ୍କ ସହ ଫିଲ୍ମ ଦେଖିବାର ଯୋଜନା କରିବେ।
କର୍କଟ: କୌଣସି କାର୍ଯ୍ୟ ଆପଣଙ୍କୁ ନିର୍ଦ୍ଧାରିତ ସମୟ ଭିତରେ କରିବାକୁ ହେବ। ଦାମ୍ପତ୍ୟ ଜୀବନରେ ସୁଖ ପାଇବେ। ଅଯଥା କଥାରୁ ଦୂରରେ ରହନ୍ତୁ। ଛାତ୍ରଛାତ୍ରୀ ଅଧିକ ପରିଶ୍ରମ କରନ୍ତୁ।
ସିଂହ: ମାନସିକ ଦ୍ବନ୍ଦ୍ବ ନିବାରଣ ହେବା ଯୋଗୁଁ ଆପଣ ପ୍ରସନ୍ନ ରହିବେ। ପୂରା ମନ ଲଗାଇ କାମ କରିବେ। ଆପଣଙ୍କୁ ନୂଆ ଅନୁଭବ ମିଳିବ। କୌଣସି ବନ୍ଧୁର ସହଯୋଗ ନେବେ।
କନ୍ୟା: ସମାଜସେବା କ୍ଷେତ୍ରରେ ଥିବା ଲୋକଙ୍କର ପ୍ରଭାବ ବଢ଼ିବ। ସୃଜନଶୀଳ ବ୍ୟକ୍ତି ଖୁସି ଖବର ପାଇବେ। ବାଣୀ ଉପରେ ସଂଯମ ରଖନ୍ତୁ।
ତୁଳା: ଜମି କିଣାବିକା କରିବାର ଥିଲେ ଭଲଭାବେ ଯାଞ୍ଚ ପରଖ କରି ନିଅନ୍ତୁ। ମନୋରଞ୍ଜନ ପାଇଁ ଯାତ୍ରାର କାର୍ଯ୍ୟକ୍ରମ ହେବ। ବିଦ୍ୟାର୍ଥୀଙ୍କର ଲାଗି ରହିଥିବା ବାଧା ଦୂର ହେବ।
ବିଛା: ଆମଦାନିରେ ଅଧିକ ଲାଭ ମିଳିବା ଯୋଗୁଁ ଭଲ ଅନୁଭବ କରିବେ। ଛାତ୍ରଛାତ୍ରୀ ଅଧ୍ୟୟନ ଏକାଗ୍ରତା ରଖିଲେ ଉଚିତ ପରିଣାମ ପାଇବେ। ଜୀବନସାଥୀଙ୍କ ସହ ସିନେମା ଦେଖିବେ।
ଧନୁ: ଜମି ସମ୍ବନ୍ଧୀୟ ସମସ୍ୟା ବାରମ୍ବାର ଯା’ଆସ ପରେ ଦୂର ହୋଇଯିବ। ଚାକିରିରେ ଭଲ ଆୟ ହେବ। ସିଲେଇ କାମ କରୁଥିବା ଲୋକ ଗ୍ରାହକଙ୍କ ଠାରୁ ଭଲ ଲାଭ ପାଇବେ।
ମକର: ଆପଣଙ୍କ ବ୍ୟବହାରରେ କିଛି ସୁଧାର ଆଣିବାର ଅଛି। ଆପଣଙ୍କର ତରବରିଆ ସ୍ବଭାବ ଲୋକମାନଙ୍କ ଲାଗି ସମସ୍ୟା ଉତ୍ପନ୍ନ କରିବ। ବ୍ୟାୟାମ ପ୍ରତି ଧ୍ୟାନ ଦିଅନ୍ତୁ।
କୁମ୍ଭ: କାର୍ଯ୍ୟକ୍ଷେତ୍ରରେ ଉନ୍ନତି କରିବେ। ଭୟଭୀତ ନହୋଇ ନିଜର ବୁଦ୍ଧି ଓ କାର୍ଯ୍ୟଦକ୍ଷତା ଉପଯୋଗ କରନ୍ତୁ। ବିଦ୍ୟାର୍ଥୀଙ୍କୁ ପରିଶ୍ରମର ସୁଫଳ ମିଳିବ।
ମୀନ: ଚାକିରିଆଙ୍କ ଲାଗି ଦିନଟି ଭଲ। ପଦୋନ୍ନତି ବା ଦରମା ବୃଦ୍ଧି ହେବ। ଭାଇ ସହିତ ଲାଗି ରହିଥିବା ମତଭେଦ ଦୂର ହେବ। ରାଜନୀତି କାର୍ଯ୍ୟରେ ରୁଚି ବଢ଼ିବ।
ଦୈନିକ ରାଶିଫଳ