ମେଷ: ବେପାରରେ ଆଶାଜନକ ଫଳ ପାଇବେ। ସନ୍ତାନର କୌଣସି ନକାରାତ୍ମକ ଗତିବିଧି ଜାଣି ପାରିବେ। ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। 
ବୃଷ: ଜମି କିଣାବିକା ଯୋଜନା ଉପରେ ବିଚାର କରନ୍ତୁ। କେହି ଆପଣଙ୍କ କାମରେ ଅସନ୍ତୋଷ ବ୍ୟକ୍ତ କରିପାରନ୍ତି। ବନ୍ଧୁ ସହିତ ଥଟ୍ଟା ମଜା ଓ ମନୋରଞ୍ଜନ ପାଇଁ ମଉକା ପାଇବେ।
ମିଥୁନ: କାମ ଯଥାଶୀଘ୍ର ସାରିବାକୁ ଚେଷ୍ଟା କରନ୍ତୁ। କାର୍ କିଣିବା ଲାଗି ମନ ବଳିବ। ଛାତ୍ରଛାତ୍ରୀ ନିଜ ଯୋଗ୍ୟତା ବଳରେ କୌଣସି ମହତ୍ତ୍ବପୂର୍ଣ୍ଣ ଉପଲବ୍ଧି ହାସଲ କରିବେ। 
କର୍କଟ: କାର୍ଯ୍ୟକ୍ଷେତ୍ରରେ ବଡ଼ ଫଇସଲା ନେଇ ପାରନ୍ତି। ଅଧିକାରୀ ସହିତ ବ୍ୟବହାର ଭଲ ରହିବ। ଅଟକିଥିବା ଅର୍ଥ ମିଳିବା ଯୋଗୁଁ ଆର୍ଥିକ ପକ୍ଷ ସାମାନ୍ୟ ରହିବ। 

Advertisment

ସିଂହ: ନିଜ ଲୋକଙ୍କ ଠାରୁ ଭଲ ଖବର ପାଇବାର ଯୋଗ ଅଛି। ବ୍ୟକ୍ତିଗତ କାମରେ ବ୍ୟସ୍ତ ରହିବେ। ନୂଆ ପ୍ରୋଜେକ୍ଟ ପୂରା କରିବାରେ ଅଧିକାରୀମାନଙ୍କର ସହଯୋଗ ପାଇବେ। 

କନ୍ୟା: ଘର କାମରେ ଆପଣଙ୍କ ଅର୍ଥ ଲାଗିପାରେ। କାର୍ଯ୍ୟବ୍ୟସ୍ତତା ସତ୍ତ୍ବେ ବରିଷ୍ଠଙ୍କ ସହିତ କିଛି ସମୟ ଅତିବାହିତ କରିବେ। ଛାତ୍ର ସହପାଠୀଙ୍କ ସାହାଯ୍ୟ ପାଇବେ।  
ତୁଳା: ଆପଣଙ୍କ ନମ୍ର ବ୍ୟବହାର ଆପଣଙ୍କ ଲାଗି ସମ୍ମାନ ଆଣିଦେବ। ପାରିବାରିକ ସମ୍ବନ୍ଧରେ ଆତ୍ମୀୟତା ଅନୁଭବ ହେବ। ଆପଣଙ୍କ ମୁଣ୍ଡରେ ଅନେକ ଦାୟିତ୍ବ ରହିବ। 
ବିଛା: ଦାନ ପୁଣ୍ୟ କରିବାର ରୁଚି ବଢ଼ିବ। ଗୃହସ୍ଥ ଜୀବନରେ ସୁଖୀ ରହିବେ। ବିଦ୍ୟୁତ୍ ଉପକରଣ ବ୍ୟବସାୟୀଙ୍କର ଅଧିକ ଲାଭ ହେବ। ଘରେ ବୟସ୍କ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। 
ଧନୁ: ସମସ୍ୟା ସମାଧାନ କରିବାରେ ଆପଣଙ୍କ ଉଦ୍ୟମ ସଫଳ ହେବ। ଘର ଲୋକଙ୍କ ସହିତ ଭଲ ସମୟ ଅତିବାହିତ କରିବେ। ଛାତ୍ରଙ୍କୁ ସାକ୍ଷାତ୍‌କାରରେ ସଫଳତା ହାସଲ ହେବ। 
ମକର: ରୋଜଗାରର ନୂଆ ଅବସର ପାଇବେ। ଅଫିସ କାମରେ ଦୂର ସ୍ଥାନକୁ ଯିବେ। କାରବାର ବଢ଼ାଇବା ପାଇଁ କୌଣସି ବଡ଼ ମଉକା ପାଇବେ। 
କୁମ୍ଭ: ସଠିକ୍ ସମୟରେ ଉଚିତ ନିଷ୍ପତ୍ତି ନିଅନ୍ତୁ। ଆପଣଙ୍କର ଅଧିକାଂଶ ସମସ୍ୟାର ସମାଧାନ ହୋଇଯିବ। କାମରେ ଅଧିକ ପରିଶ୍ରମ କରିବାକୁ ହେବ। ସ୍ବାସ୍ଥ୍ୟ ଦୃଷ୍ଟିରୁ ସମୟ ଭଲ।
ମୀନ: ପ୍ରସାଧନ ବ୍ୟବସାୟୀଙ୍କର ଯଥେଷ୍ଟ ଲାଭ ହେବ। ବିରୋଧୀ ଆପଣଙ୍କୁ ଅଫିସ କାମରେ ମତ ମାଗିବେ। ଦାମ୍ପତ୍ୟ ଜୀବନରେ ଶାନ୍ତିର ବାତାବରଣ ବଜାୟ ରହିବ।

ଦୈନିକ ରାଶିଫଳ