ମେଷ: ପରିଶ୍ରମ ଅନୁସାରେ ଧନଲାଭ ହେବ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ଆସିବ। କାରବାରରେ ଲାଗି ରହିଥିବା ବାଧା ବାପାଙ୍କ ସହଯୋଗରେ ସମାପ୍ତ ହୋଇଯିବ। 
ବୃଷ: ନୂଆ କାମ କରିବା ଲାଗି ଦିନଟି ଶୁଭ। ଅଚାନକ ଧନଲାଭ ହେବ। ପିଲାମାନେ କିଛି ନୂଆ କରିବାକୁ ଭାବିବେ। ସନ୍ଧ୍ୟା ସମୟ ବନ୍ଧୁମାନଙ୍କ ସହିତ ବିତିବ।
ମିଥୁନ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଯାହା ଭାବି ନାହାନ୍ତି ସେହି କାମ ବି ପୂରା ହୋଇଯାଇପାରେ। ଆପଣଙ୍କ ମନର ଚିନ୍ତା ସମାପ୍ତ ହେବ। 
କର୍କଟ: ପରିବାରରେ ତାଳମେଳ ବନାଇ ରଖନ୍ତୁ ସବୁ ଭଲ ହେବ। କୌଣସି କାମରେ ବନ୍ଧୁଙ୍କ ସାହାଯ୍ୟ ପାଇବେ। ଛାତ୍ରଛାତ୍ରୀ ପାଠପଢ଼ାରେ ଅଧିକ ସମୟ ଦେବା ଦରକାର।

Advertisment

ସିଂହ: ବେପାରରେ ଅନ୍ୟ ଦିନ ଅପେକ୍ଷା ଅଧିକ ଲାଭ ହେବ। ଚାକିରିଆଙ୍କ ଲାଗି ଦିନଟି ଆରାମଦାୟକ ରହିବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ପିଲା ମାଆଙ୍କ ସହିତ ଉଦ୍ୟାନକୁ ବୁଲି ଯିବେ। 

କନ୍ୟା: କୌଣସି ବନ୍ଧୁ ମାଧ୍ୟମରେ ବେପାରରେ ଲାଭ ହେବ। ଚାକିରି ବଦଳାଇବାକୁ ଚାହୁଁଥିଲେ କିଛି ଦିନ ଅପେକ୍ଷା କରନ୍ତୁ। ଗୃହିଣୀ ଘର କାମରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। 
ତୁଳା: ଚାକିରି କ୍ଷେତ୍ରରେ ଟିକେ ସାବଧାନ ରହନ୍ତୁ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଦିନଟି ଭଲ ରହିବ। ଆପଣ ନିଜର ଦିନଚର୍ଯ୍ୟା ପରିବର୍ତ୍ତନ କରିବେ। ଜୀବନ ପ୍ରତି ଦୃଷ୍ଟିକୋଣ ସକାରାତ୍ମକ ରହିବ। 
ବିଛା: ରାଜନୀତି ପ୍ରସଙ୍ଗରେ ଆପଣଙ୍କୁ ସଫଳତା ମିଳିବ। ଅନ୍ୟମାନଙ୍କୁ ସାହାଯ୍ୟ କରିବାର ମଉକା ହାତଛଡ଼ା କରନ୍ତୁ ନାହିଁ। ତରବର ହେଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। 
ଧନୁ: ବେପାରରେ ଭାଗ୍ୟର ସହଯୋଗ ମିଳିବ। ଅନ୍ୟମାନଙ୍କ ମଧ୍ୟରେ ଆପଣଙ୍କର ପ୍ରଭାବ ବଢ଼ିବ। ସଫ୍‌ଟୱେର ଇଂଜିନିଅରିଂ ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।
ମକର: ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଘରର ବାତାବରଣ ଭଲ ରହିବ। ଜୀବନସାଥୀ ଆପଣଙ୍କ ପସନ୍ଦର ପୋଷାକ ଦେବେ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। 
କୁମ୍ଭ: ବେପାରରେ ଯଥେଷ୍ଟ ଲାଭ ହେବ। ଭାଇ ଭଉଣୀଙ୍କ ଠାରୁ ସାହାଯ୍ୟ ନେଇପାରନ୍ତି। ଧନଲାଭର ଅବସର ପ୍ରାପ୍ତ ହେବ। ଜୀବନସାଥୀ ସହ ସମୟ ଅତିବାହିତ କରିବେ। 
ମୀନ: ଘରର ପରିବେଶ ଶାନ୍ତିପୂର୍ଣ୍ଣ ରହିବ। ପରିସ୍ଥିତି ସହିତ ଭଲଭାବେ ତାଳମେଳ ବନାଇ ନେବେ। ଆପଣଙ୍କର ସକାରାତ୍ମକ ବ୍ୟବହାର ଲୋକଙ୍କୁ ପସନ୍ଦ ଆସିବ।

ଦୈନିକ ରାଶିଫଳ