ମେଷ: ବେପାରରେ ଆଶାଠୁ ଅଧିକ ଲାଭ ପାଇବେ। ସନ୍ଧ୍ୟାରେ ବନ୍ଧୁ ସହିତ ଅଧିକ ସମୟ ବିତାଇବେ। ଛାତ୍ରଛାତ୍ରୀ ଲେଖାପଢ଼ା ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ। ସୁସ୍ଥ ଅନୁଭବ କରିବେ। 
ବୃଷ: ନିତିଦିନିଆ କାମରେ ଅଧିକ ସମୟ ଲାଗିପାରେ। କାରବାରରେ ନିବେଶ ପୂର୍ବରୁ ବଡ଼ଙ୍କର ମତ ନିଅନ୍ତୁ। ପିଲାର ଇଚ୍ଛା ପୂରା କରିବାକୁ ଚେଷ୍ଟା କରିବେ।
ମିଥୁନ: ବିନା କାରଣରେ ଆରମ୍ଭ ହୋଇଥିବା ସମସ୍ୟା ଦୂର ହେବ। ରାଜ୍ୟ ବାହାରେ ବେପାର କରିବା ପାଇଁ ଯୋଜନା କରିବେ। ବନ୍ଧୁଙ୍କ ଘରୁ ଖୁସି ଖବର ପାଇବେ। 
କର୍କଟ: ଦୀର୍ଘ ଦିନ ପରେ ପରିବାର ସହିତ ସମୟ ବିତାଇବେ। ସ୍ଥଗିତ ଥିବା କାମରେ ପ୍ରଗତି ହେବ। ଡିପ୍ଲୋମା ଛାତ୍ରଛାତ୍ରୀ ସିନିଅର୍‌ଙ୍କ ଠାରୁ ମହତ୍ତ୍ବପୂର୍ଣ୍ଣ ସୂଚନା ପାଇବେ। 

Advertisment

ସିଂହ: କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ଦାମ୍ପତ୍ୟ ଜୀବନରେ ତାଳମେଳ ବଢ଼ିବ। କାହାରିଠୁ ନେଇଥିବା ଋଣ ପରିଶୋଧ କରିବେ। ପାଠପଢ଼ାରେ ରୁଚି ବଢ଼ିବ।


କନ୍ୟା: ମହତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି। ନିବେଶ ସମ୍ପର୍କରେ ଘରର ମୁରବିଙ୍କ ପରାମର୍ଶ ନେବେ, ଯାହା ଆର୍ଥିକ ସ୍ଥିତି ଓ ଘରର ବ୍ୟବସ୍ଥାକୁ ଠିକ୍ ରଖିବାରେ ସହାୟକ ହେବ। 
ତୁଳା: ବନ୍ଧୁ ସହିତ ଲାଗି ରହିଥିବା ମତଭେଦ ଦୂର ହେବ। ଯୋଜନାରେ ସଫଳତା ମିଳିବାର ସମ୍ଭାବନା ଅଛି। ଖେଳ ଜଗତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ। 
ବିଛା: ବିଷମ ପରିସ୍ଥିତିରେ ଧୈର୍ଯ୍ୟଧରି ରୁହନ୍ତୁ। ପୁରୁଣା ଭୁଲ୍ ପାସୋରି ଆଗକୁ ବଢ଼ିବେ। ବିରୋଧୀ ଆପଣଙ୍କ ସଂପର୍କରେ ମିଥ୍ୟା ପ୍ରଚାର କରିପାରନ୍ତି। 
ଧନୁ: ବାପାଙ୍କ ଆଶୀର୍ବାଦ ପାଇବେ। ବିଶେଷ ବ୍ୟକ୍ତିଙ୍କ ସହଯୋଗରେ ଆପଣଙ୍କ ସ୍ଥଗିତ କାର୍ଯ୍ୟ ପୂରା ହୋଇଯିବ। ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ। 
ମକର: ଅଫିସର କୌଣସି କାମରେ ଯାତ୍ରା କରିବାକୁ ପଡ଼ିପାରେ। ତରବରିଆ ଭାବେ କୌଣସି ନିର୍ଣ୍ଣୟ ନିଅନ୍ତୁ ନାହିଁ। ଦାମ୍ପତ୍ୟ ଜୀବନରେ ନୂଆ ଖୁସି ଆସିବ। 
କୁମ୍ଭ: ସବୁ ଅଶାନ୍ତି ଦୂର ହେବ। ବ୍ୟବସାୟରେ ଯଥେଷ୍ଟ ଲାଭ ହେବ। ଅଫିସରେ ମନପ୍ରାଣ ଢାଳି ନିଜର କାମ କରିବେ। କୌଣସି ବନ୍ଧୁ ସହିତ ମିଶି ବହୁତ ଖୁସି ହେବେ। 
ମୀନ: ପାରିବାରିକ ଜୀବନରେ ସୌଭାଗ୍ୟ ବଢ଼ିବ। ବଡ଼ ଦାୟିତ୍ବ ନିର୍ବାହ କରିବାକୁ ପଡ଼ିପାରେ। ଇଂଜିନିଅରିଂ ଛାତ୍ରଛାତ୍ରୀ ଆଗକୁ ବଢ଼ିବାର ସୁଯୋଗ ପାଇବେ।

ଦୈନିକ ରାଶିଫଳ