ମେଷ: ବାପାମାଆଙ୍କ ସହିତ ତୀର୍ଥ ଯାତ୍ରାରେ ଯିବେ। ସ୍ବାସ୍ଥ୍ୟକୁ ନେଇ ସାବଧାନ ରହନ୍ତୁ। ସାମାଜିକ ସ୍ତରରେ ଆପଣଙ୍କର ମାନ ସମ୍ମାନ ବୃଦ୍ଧି ହେବାର ଯୋଗ ଅଛି।
ବୃଷ: କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ବ୍ୟକ୍ତିତ୍ବ ଲୋକମାନଙ୍କୁ ପ୍ରଭାବିତ କରିବ। ବିରୋଧୀ ବନ୍ଧୁତାର ହାତ ବଢ଼ାଇବେ। ପରିଜନଙ୍କ ଠାରୁ ଭଲ ଖବର ପାଇବେ।
ମିଥୁନ: ସରକାରୀ କ୍ଷେତ୍ରରେ ଥିବା ଲୋକଙ୍କର ପଦୋନ୍ନତି ହେବ। ବିବାହ କଥାବାର୍ତ୍ତାରେ ଲାଗି ରହିଥିବା ଅସୁବିଧା ଦୂର ହେବ। ଜମି କିଣିବା ପାଇଁ ମନ ବନାଇ ପାରନ୍ତି।
କର୍କଟ: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ଚାକିରିରେ ପରିବର୍ତ୍ତନ ଯୋଗ ଅଛି। ବୈବାହିକ ଜୀବନରେ ନୂଆ ନୂଆ ଖୁସି ଆସିବ। ରଚନାତ୍ମକ କାର୍ଯ୍ୟ କରିବାର ମଉକା ମିଳିବ।
ସିଂହ: କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ପରିବାରର ବୟୋଜ୍ୟେଷ୍ଠଙ୍କ ଠାରୁ ଭଲ ପରାମର୍ଶ ପାଇବେ। ସଙ୍ଗୀତଜ୍ଞଙ୍କୁ ମହତ୍ତ୍ବପୂର୍ଣ୍ଣ ଅବସର ମିଳିବ।
କନ୍ୟା: କାର୍ଯ୍ୟକ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ସମାଧାନ ପାଇବେ। ବେପାର ବୃଦ୍ଧି ହେବାର ସମ୍ଭାବନା ଅଧିକ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ ନମ୍ବର ହାସଲ କରିବେ।
ତୁଳା: ଚାକିରିଆଙ୍କୁ ନୂଆ ଅବସର ମିଳିବ। ବେପାରରେ ଲାଭ ହେବ। ରାଜନୀତିରେ ଥିବା ଲୋକ ଉଚ୍ଚ ପଦକୁ ମନୋନୀତ ହୋଇପାରନ୍ତି। ଜମି ସଂପର୍କିତ ମାମଲାର ସମାଧାନ ହୋଇଯିବ।
ବିଛା: ଆପଣଙ୍କ ଆୟର ଉତ୍ସ ବଢ଼ିବ। ଭାବିଥିବା ଯୋଜନାରେ ସଫଳତା ପାଇବେ। ସମାଜରେ ଆପଣଙ୍କର ମାନ ପ୍ରତିଷ୍ଠା ବୃଦ୍ଧି ହେବ। ଅଚାନକ ପ୍ରିୟ ବନ୍ଧୁ ସହିତ ଦେଖା ହେବ।
ଧନୁ: ଜମି ବା ଘର କିଣିବାର ଯୋଗ ଅଛି। ପୁଞ୍ଜି ବଜାରରୁ ଯଥେଷ୍ଟ ଲାଭ ମିଳିବ। ଚାକିରିର ସ୍ଥାନ ବଦଳିପାରେ। ବୈବାହିକ ଜୀବନ ସୁଖମୟ ରହିବ।
ମକର: କାର୍ଯ୍ୟକ୍ଷେତ୍ରରେ ଅନୁକୂଳ ପରିବେଶରେ କାମ କରିବେ। ପରିବାର ସହିତ ସମୟ କାଟିବେ। ପ୍ରତିଟି ଛୋଟ କଥାକୁ ନେଇ ଅଧିକ ଚିନ୍ତା କରନ୍ତୁ ନାହିଁ।
କୁମ୍ଭ: ବ୍ୟବସାୟ କାମରେ ବାପାଙ୍କ ସାହାଯ୍ୟ ନେବେ। ଆପଣଙ୍କୁ ଚାକିରି ବଦଳାଇବାର ପ୍ରସ୍ତାବ ମିଳିପାରେ। କଳାକାରଙ୍କୁ ବଡ଼ ସୁଯୋଗ ମିଳିବ।
ମୀନ: ନିଜ ଭାବନାକୁ ସକାରାତ୍ମକ ରଖନ୍ତୁ। ବେପାରୀଙ୍କୁ ଭଲ ସୁଯୋଗ ମିଳିବ। ପରିବାରରେ ଧାର୍ମିକ କାର୍ଯ୍ୟ ଆୟୋଜନ ହୋଇପାରେ। ପ୍ରେମ ଜୀବନ ଭଲ ରହିବ।
ଦୈନିକ ରାଶିଫଳ