ମେଷ: ବ୍ୟବସାୟ କ୍ଷେତ୍ରରେ ବ୍ୟସ୍ତ ରହିବେ। ଚାକିରିରେ ଉନ୍ନତିର ଯୋଗ ରହିଛି। ପରିବାରଜନଙ୍କ ସହ ଭଲ ସାମଞ୍ଜସ୍ୟ ରହିବ। ସ୍ବାସ୍ଥ୍ୟରେ ସୁଧାର ହେବ।
ବୃଷ: ଜୀବନସାଥୀ ଆପଣଙ୍କ କାମରେ ସହଯୋଗ କରିବେ। ବହୁ ଦିନର ସ୍ବପ୍ନ ସାକାର ହେବ। ବିଦ୍ୟାର୍ଥୀ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ପରିଣାମ ପାଇବେ।
ମିଥୁନ: ଅନ୍ୟ ରାଜ୍ୟ ବା ବିଦେଶ ଯାତ୍ରାରେ ଯାଇପାରନ୍ତି। ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ଆପଣଙ୍କ ଲାଗି ଉପାଦେୟ ସାବ୍ୟସ୍ତ ହେବ। ପ୍ରେମୀ ଯୁଗଳ ସିନେମା ଦେଖିବାକୁ ଯିବେ।
କର୍କଟ: ଚାକିରି ଖୋଜୁଥିବା ଲୋକଙ୍କର ଆଶା ପୂରା ହୋଇପାରେ। ବ୍ୟାବସାୟିକ ସଂପର୍କ ଆହୁରି ମଜଭୁତ କରିବେ। କଳା ଛାତ୍ରଙ୍କ ଲାଗି ଦିନଟି ଭଲ।
ସିଂହ: କୌଣସି କାମରେ ସମସ୍ୟା ଆସିପାରେ। ସାମାଜିକ ଗତିବିଧିରେ ଆପଣଙ୍କର ଯୋଗଦାନ ରହିବ। ଆପଣଙ୍କ ସକାରାତ୍ମକ ଭାବନା କାମ ପୂରା କରିବାରେ ସାହାଯ୍ୟ କରିବ।
କନ୍ୟା: ଅଧୁରା କାମ ପୂରା ହେବ। ବନ୍ଧୁ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। ବାହାର ଲୋକଙ୍କ ଯୋଗୁଁ ଘରେ କିଛି ସମସ୍ୟା ସୃଷ୍ଟି ହୋଇପାରେ।
ତୁଳା: ନିଜ ଭିତରେ ନୂଆ ଶକ୍ତିର ପ୍ରଭାବ ଅନୁଭବ କରିବେ। କାର୍ଯ୍ୟରେ ନିଶ୍ଚୟ ସଫଳ ହେବେ। କନ୍ୟା ଲାଗି ସୁଯୋଗ୍ୟ ପାତ୍ର ମିଳିବ। ନୂଆ ବ୍ୟବସାୟ ଆରମ୍ଭ କରିବାର ସୁଯୋଗ ମିଳିବ।
ବିଛା: କୌଣସି ବଡ଼ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହୋଇପାରେ। ନିଷ୍ପତ୍ତି ନେବାରେ ବିଳମ୍ବ କରେ ସୁଯୋଗ ହାତଛଡ଼ା ହେବ। ବ୍ୟବସାୟୀଙ୍କୁ ବଡ଼ ଅର୍ଡର ମିଳିପାରେ।
ଧନୁ: ଆପଣ ମନ ମୁତାବକ ଫଳ ପାଇବେ। ଭାଗୀଦାରିରେ କାରବାର ଲାଗି ଦିନଟି ଭଲ। ନିଜର ବାଣୀ ଉପରେ ସଂଯମ ରଖନ୍ତୁ। ଇସ୍ପାତ ବ୍ୟବସାୟୀଙ୍କର ଯଥେଷ୍ଟ ଲାଭ ହେବ।
ମକର: କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ପାଇବେ। ନିଜର ନୀତିରେ ପରିବର୍ତ୍ତନ ଆଣନ୍ତୁ। ସହଯୋଗୀ ଓ କର୍ମଚାରୀଙ୍କୁ ଅଣଦେଖା କରନ୍ତୁ ନାହିଁ। ସୁସମ୍ବାଦ ପାଇବେ।
କୁମ୍ଭ: ସକାରାତ୍ମକ ଦୃଷ୍ଟିକୋଣ ରଖିଲେ ପରିସ୍ଥିତି ଠିକ୍ ହେବ। ଲାଗି ରହିଥବା ସମସ୍ୟା ଦୂର ହୋଇଯିବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ଛାତ୍ରଛାତ୍ରୀ ଅଧିକ ପରିଶ୍ରମ କରିବେ।
ମୀନ: ବ୍ୟବସାୟ ମାମଲାରେ ଧୈର୍ଯ୍ୟ ଓ ସଂଯମ ରଖିବା ଦରକାର। କାହାରି ସାହାଯ୍ୟରେ ବଡ଼ ଅର୍ଡର ମିଳିପାରେ। ପ୍ରତ୍ୟେକ ଲୋକ ଆପଣଙ୍କ ସହିତ ଭଲ ବ୍ୟବହାର କରିବେ।
ଦୈନିକ ରାଶିଫଳ