ମେଷ:-ଆପଣଙ୍କ ସକାରତ୍ମକ ଚିନ୍ତା କାମରେ ସହଯୋଗ କରିବ। ଆପଣଙ୍କ କଥାରେ ଲୋକ ପ୍ରଭାବିତ ହେବେ। ରାଜନୀତି କ୍ଷେତ୍ରରେ ଥିବା ଲୋକ କିଛି ନୂଆ ଶିଖିବାକୁ ପାଇବେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରିବେ। 

Advertisment

ବୃଷ:-କାମରେ ଅନୁମାନ ଠାରୁ ଅଧିକ ଧନଲାଭ ହେବ। ଇଂଜିନିୟର୍ସଙ୍କ ଲାଗି ଦିନଟି ଭଲ। ଅଫିସରେ ଅଧିକ ସମୟ କାମ କରିବା ଯୋଗୁଁ ଜୀବନସାଥୀ ସହିତ ବାହାରକୁ ବୁଲି ଯିବାର କାର୍ଯ୍ୟକ୍ରମ ବାତିଲ ହେବ। 

ମିଥୁନ:-ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ ଭଲ ମଉକା ଅଛି। ଲୋକ ଆପଣଙ୍କ କଥାରେ ପ୍ରଭାବିତ ହେବେ। ରାଜନୀତିରେ ବଡ଼ ସଫଳତା ପାଇବେ। ମହିଳାଙ୍କ ଲାଗି ଦିନଟି ବହୁତ ଭଲ ରହିବ। 

କର୍କଟ:-ଧାର୍ମିକ କାର୍ଯ୍ୟରେ ଆସ୍ଥା ଓ ବିଶ୍ବାସ ବଢ଼ିବ। ନିଜର କାମ ତରବରିଆରେ କରନ୍ତୁ ନାହିଁ। ସାଥୀରେ କାମ କରୁଥିବା ଲୋକଙ୍କ ଠାରୁ ସାହାଯ୍ୟ ପାଇବେ। ଦାମ୍ପତ୍ୟ ଜୀବନ ଭଲ ରହିବ। 

ସିଂହ:-କୌଣସି କାମ କରୁଥିବା ସମୟରେ ମନକୁ ଶାନ୍ତ ରଖନ୍ତୁ। ଆର୍ଥିକ ମାମଲାରେ ବଡ଼ ନିଷ୍ପତ୍ତି ଭାବିଚିନ୍ତି ନିଅନ୍ତୁ। ପରିଶ୍ରମର ଭଲ ପରିଣାମ ପାଇବେ। କୋର୍ଟ ମାମଲାରେ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ।

କନ୍ୟା:-ଆପଣଙ୍କ କାମ ପୂରା କରିବା ପାଇଁ ଅଧିକ ପରିଶ୍ରମ କରନ୍ତୁ। ଆର୍ଥିକ କ୍ଷେତ୍ରରେ ସ୍ଥିରତା ବଜାୟ ରହିବ। କୌଣସି ବିଶେ‌ଷ ବ୍ୟକ୍ତିଙ୍କ ଦ୍ବାରା ଲାଭ ପାଇବେ। ଛାତ୍ରଛାତ୍ରୀ ସଫଳତା ପାଇବେ।

ତୁଳା:-ବେପାରରେ ଯଥେଷ୍ଟ ଲାଭ ହେବ। ପାରିବାରିକ ଚିନ୍ତାରୁ ମୁକ୍ତି ପାଇବେ। କାହାରିକୁ ଦେଇଥିବା ଧାର ଫେରସ୍ତ ପାଇବେ। କିଛି ନୂଆ କରିବା ପାଇଁ ବିଚାର କରିବେ। କାର୍ ସାବଧାନତାର ସହ ଚଳାନ୍ତୁ। 

ବିଛା:-ଆପଣଙ୍କୁ ଅଫିସରେ ଅଧିକ ସମୟ କାମ କରିବାକୁ ପଡ଼ିବ। ଅମଲାଙ୍କ ପାଇଁ ଦନଟି ବ୍ୟସ୍ତତା ଭରା ରହିବ। ଜୀବନସାଥୀ ଆପଣଙ୍କୁ ଖୁସି ହେବାର ସୁଯୋଗ ଦେବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅଧିକ ଧ୍ୟାନ ଦିଅନ୍ତୁ। 

ଧନୁ:-ଆପଣ ଲୋକଙ୍କୁ ନିଜ ଯୋଜନାରେ ସହମତ କରାଇନେବେ। ଅଫିସରେ କତୃପକ୍ଷ ଆପଣଙ୍କ କାମ ଦେଖି ଖୁସି ହେବେ। ପାରିବାରିକ ସମ୍ବନ୍ଧରେ ମଧୁରତା ବଢ଼ିବ। ପ୍ରଯୁକ୍ତି ବିଜ୍ଞାନ ଛାତ୍ରଛାତ୍ରୀଙ୍କ ଲାଗି ଦନଟି ଭଲ।

ମକର:-ଅଫିସ କାମକୁ ସହଜରେ ପୂରା କରିବେ। ଚାକିରି ବଦଳାଇବାକୁ ଚାହୁଁଥିଲେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ପରିବାର ଲୋକ ଆପଣଙ୍କୁ ଭଲ ମତ ଦେବେ। ପ୍ରେମୀ ଯୁଗଳଙ୍କ ସମ୍ବନ୍ଧରେ ଆହୁରି ମଧୁରତା ବଢ଼ିବ। 

କୁମ୍ଭ:-ବଡ଼ଙ୍କ ସହଯୋଗ ଆଗକୁ ବଢ଼ିବାରେ ସାହାଯ୍ୟ କରିବ। ମନପ୍ରାଣ ଢ଼ାଳି କରୁଥିବା କାମରେ ସଫଳତା ପାଇବେ। ବେପାରରେ ଆଶାଠୁ ଅଧିନ ଧନଲାଭ ହେବ। କଳା କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ।  

ମୀନ:-ବନ୍ଧୁ ଆପଣଙ୍କ ସହ ମିଶିବା ପାଇଁ ଘରକୁ ଆସିପାରନ୍ତି। ସ୍ବାସ୍ଥ୍ୟ ସମ୍ବନ୍ଧରେ ନିଜକୁ ସୁସ୍ଥ ଅନୁଭବ କରିବେ। ବ୍ୟବସାୟରେ ଉନ୍ନତି ହେବ। ପ୍ରେମିକ ପ୍ରେମିକା ନିଜ ସମ୍ବନ୍ଧର କଥା ଘର ଲୋକଙ୍କୁ କହିବେ। 

ଦୈନିକ ରାଶିଫଳ