ମେଷ: ରବି, ସୋମ ଓ ମଙ୍ଗଳବାର ଲାଗି ରହିଥିବା ସମସ୍ୟାର ସମାଧାନ ବାହାରିବ। ବୁଧ ଓ ଗୁରୁବାର ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ଲାଭ ପାଇବେ। ଶୁକ୍ର ଓ ଶନିବାର କ୍ୟାରିୟର୍ ସମ୍ବନ୍ଧରେ ଭଲ ଖବର ପାଇବେ।
ବୃଷ: ରବି, ସୋମ ଓ ମଙ୍ଗଳବାର ଧନ ଅର୍ଜନ କରିବାରେ କୌଣସି ମଉକା ପାଇବେ। ବୁଧ ଓ ଗୁରୁବାର ଶିକ୍ଷା ଓ କଳା ସହ ସଂପର୍କିତ କାର୍ଯ୍ୟରେ ପ୍ରଗତି ହେବ। ଶୁକ୍ର ଓ ଶନିବାର ରୋଗ ଓ ଋଣରୁ ମୁକ୍ତି ପାଇବେ।
ମିଥୁନ:ରବି, ସୋମ ଓ ମଙ୍ଗଳବାର ଜୀବନରେ ଉନ୍ନତି ପାଇଁ ନୂଆ ରାସ୍ତା ଖୋଲିବ। ବୁଧ ଓ ଗୁରୁବାର ପାରିବାରିକ ଜୀବନରେ ସୁଖ ଶାନ୍ତି ଓ ସମୃଦ୍ଧି ବଢ଼ିବ। ଶୁକ୍ର ଓ ଶନିବାର ପ୍ରେମୀଯୁଗଳ ନିଜ ବିବାଦ ନିଜେ ସମାଧାନ କରିବେ।
କର୍କଟ:ରବି, ସୋମ ଓ ମଙ୍ଗଳବାର ବ୍ୟବସାୟରେ ସଫଳତା ପାଇବେ। ବୁଧ ଓ ଗୁରୁବାର ଲକ୍ଷ୍ୟ ନିର୍ଦ୍ଧାରିତ ଲାଗି ଯୋଜନା ପ୍ରସ୍ତୁମତ କରିବେ। ଶୁକ୍ର ଓ ଶନିବାର ବାପାମାଆଙ୍କଠାରୁ କୌଣସି ବିଷୟରେ ମତ ନେଇପାରନ୍ତି।
ସିଂହ: ରବି, ସୋମ ଓ ମଙ୍ଗଳବାର ପୁଞ୍ଜି ନିବେଶ କରନ୍ତୁ, ଲାଭଦାୟକ ହେବ। ବୁଧ ଓ ଗୁରୁବାର ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋଯୋଗ ଦେବେ। ଶୁକ୍ର ଓ ଶନିବାର ଜୀବନସାଥୀ ସହିତ ଭଲ ସମୟ ଅତିବାହିତ କରିବେ।
କନ୍ୟା: ରବି, ସୋମ ଓ ମଙ୍ଗଳବାର ଅତ୍ୟଧିକ ଆତ୍ମବିଶ୍ବାସ ହାନିକାରକ ହୋଇପାରେ। ବୁଧ ଓ ଗୁରୁବାର ଆମଦାନି ବୃଦ୍ଧି ଲାଗି ଦିମାକ୍ରେ ଯୋଜନା ଆସିବ। ଶୁକ୍ର ଓ ଶନିବାର ସାମାଜିକ ଜୀବନ ସବୁ ଦୃଷ୍ଟିରୁ ଭଲ ରହିବ।
ତୁଳା: ରବି, ସୋମ ଓ ମଙ୍ଗଳବାର କୌଣସି ବ୍ୟକ୍ତିଙ୍କଠାରୁ ଆଶାଠୁ ଅଧିକ ଲାଭ ପାଇବେ। ବୁଧ ଓ ଗୁରୁବାର ବିରୋଧୀ କ୍ଷତି ପହଞ୍ଚାଇବାକୁ ପ୍ରୟାସ କରିବେ। ଶୁକ୍ର ଓ ଶନିବାର ଅଧୀନସ୍ଥ ବ୍ୟକ୍ତିଙ୍କ ମାଧ୍ୟମରେ ଲାଭ ପାଇବେ।
ବିଛା: ରବି, ସୋମ ଓ ମଙ୍ଗଳବାର ଅକାରଣରେ ଆରମ୍ଭ ହୋଇଥିବା ବାଧା ସମାପ୍ତ ହୋଇଯିବ। ବୁଧ ଓ ଗୁରୁବାର ରାଜନୀତିକ ଲୋକଙ୍କ ଲାଗି ସମୟ ଭଲ। ଶୁକ୍ର ଓ ଶନିବାର ପାରିବାରିକ ବାତାବରଣ ପ୍ରସନ୍ନତାବର୍ଦ୍ଧକ ରହିବ।
ଧନୁ: ରବି, ସୋମ ଓ ମଙ୍ଗଳବାର ସରକାରୀ ଓ ସାମାଜିକ କାର୍ଯ୍ୟରେ ପ୍ରଗତିହେବ। ବୁଧ ଓ ଗୁରୁବାର ପରିବର୍ତ୍ତନ ଆପଣଙ୍କ ସପକ୍ଷରେ ହେବ। ଶୁକ୍ର ଓ ଶନିବାର ଆପଣଙ୍କ କଥାରେ ଲୋକେ ପ୍ରଭାବିତ ହେବେ।
ମକର: ରବି, ସୋମ ଓ ମଙ୍ଗଳବାର ଧୀଶକ୍ତି ବଳରେ ସବୁ କାମ ସମ୍ଭାଳି ନେବେ। ବୁଧ ଓ ଗୁରୁବାର ପାରିବାରିକ ଜୀବନ ସମୃଦ୍ଧ, ଶାନ୍ତିପୂର୍ଣ୍ଣ ରହିବ। ଶୁକ୍ର ଓ ଶନିବାର କୌଣସି ମନ୍ଦିରରେ ଦାନପୁଣ୍ୟ ଜିନିଷ ବାଣ୍ଟିବେ।
କୁମ୍ଭ: ରବି, ସୋମ ଓ ମଙ୍ଗଳବାର ଅନ୍ୟମାନଙ୍କୁ ବୁଝିବାରେ ସଫଳ ହେବେ। ବୁଧ ଓ ଗୁରୁବାର ନିଜର କର୍ତ୍ତବ୍ୟ ପ୍ରତି ସଚେତନ ରହନ୍ତୁ। ଶୁକ୍ର ଓ ଶନିବାର କୌଣସ ବଡ଼ କଂପାନିରେ ଚାକିରିର ସୁଯୋଗ ଆସିବ।
ମୀନ: ରବି, ସୋମ ଓ ମଙ୍ଗଳବାର ରଚନାତ୍ମକ କାର୍ଯ୍ୟରେ ସୁନାମ ଅର୍ଜନ କରିବେ। ବୁଧ ଓ ଗୁରୁବାର ପରିବାରରେ ଆନନ୍ଦ ଓ ସାମଞ୍ଜସ୍ୟ ଭାବନା ବଜାୟ ରହିବ। ଶୁକ୍ର ଓ ଶନିବାର ବନ୍ଧୁ ଧୋକା ଦେଇପାରନ୍ତି।
ଦୈନିକ ରାଶିଫଳ