ମେଷ: ସରକାରୀ କାମରେ ଲୋକଙ୍କ ସାହାଯ୍ୟ ପାଇବେ। ଆପଣଙ୍କ ବାଣୀ‌ରେ ମଧୁରତା ବଜାୟ ରହିବ। ମହିଳାମାନେ ଘରେ ବ୍ୟବସାୟ ଆରମ୍ଭ କରିପାରନ୍ତି। 

Advertisment

ବୃଷ: ଛୋଟ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ। ସମାଜସେବା କ୍ଷେତ୍ରରେ ଥିବା ଲୋକଙ୍କର ମାନ ସମ୍ମାନ ବଢ଼ିବ। ପାରିବାରିକ ସମ୍ବନ୍ଧରେ ସାମଞ୍ଜସ୍ୟ ବଜାୟ ରହିବ। 

ମିଥୁନ: ଦିନଟି ଅପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ବହୁରାଷ୍ଟୀୟ ଉଦ୍ୟୋଗରୁ ଚାକିରର ସୁଯୋଗ ଆସିବ। ନିଜର ବଜେଟ ଅନୁସାରେ ନୂଆ ବ୍ୟବସାୟରେ ନିବେଶ କରନ୍ତୁ। ‌
କର୍କଟ: ଦୀର୍ଘ ଦିନର ଆଶା ପୂରଣ ହେବ। ଜୀବନକୁ ନୂଆ ଦିଶା ଦେବା କଥା ଭାବି ପାରନ୍ତି। କର୍ମଜୀବୀ ମହିଳାଙ୍କ ଲାଗି ଦିନଟି ଆରାମଦାୟକ ରହିବ। ବ୍ୟବସାୟୀଙ୍କୁ ବଡ଼ ଅର୍ଡର ମିଳିପାରେ। ‌

ସିଂହ: ନିଜ କ୍ୟାରିୟର ସମ୍ବନ୍ଧରେ ମାନସମନ୍ଥନ କରିବେ। ଅଫିସରେ ବରିଷ୍ଠଙ୍କ ଠାରୁ କିଛି ନୂଆ ଶିଖିବାକୁ ମିଳିବ। ମଧୁମେହ ରୋଗୀ ଆରାମ ପାଇବେ। 

କନ୍ୟା: ଦିନଟି ଉତ୍ସାହଜନକ ରହିବ। ଇଂଜିନିଅର କୌଣସି ନୂଆ ଲକ୍ଷ୍ୟ ହାସଲ କରିବେ। କାହାରି ଠାରୁ ନେଇଥିବା ଧାର ପରିଶୋଧ କରିବେ। ଭଲ ଜାଗାକୁ ବୁଲି ଯାଇପାରନ୍ତି।  
ତୁଳା: ଅସହାୟଙ୍କୁ ସାହାଯ୍ୟ କରିବାର ଅବସର ପାଇବେ। ଶତ୍ରୁପକ୍ଷ ଆପଣଙ୍କ ଠାରୁ ଦୂରେଇ ରହିବେ। ପାରିବାରିକ ଜୀବନ ସୁଖମୟ ହେବ। 

ବିଛା: କୌଣସି ବିଶେଷ ବ୍ୟକ୍ତିଙ୍କ ଠାରୁ ପ୍ରେରଣା ପାଇବେ। ପରିବାରରେ ଶାନ୍ତିମୟ ପରିବେଶ ରହିବ। ଅଫିସ କାମରେ ଦୂର ସ୍ଥାନକୁ ଯିବାକୁ ପଡ଼ିପାରେ। 

ଧନୁ: ସାରାଦିନ ନିଜକୁ ସୁସ୍ଥ ସବଳ ଅନୁଭବ କରିବେ। ଲେଖକ କୌଣସି ରଚନା ସମାପ୍ତ କରିବାରେ ସଫଳ ହେବେ। ରକ୍ତଚାପ ରୋଗୀଙ୍କୁ ଆରାମ ମିଳିବ। 
ମକର: ଦିନଟି ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ଆଣିବ। ନୂଆ କାମ କରିବା ଲାଗି ଉତ୍ସୁକ ରହିବେ। କ୍ରିକେଟ ଖେଳାଳି ପ୍ରଶିକ୍ଷକଙ୍କ ଠାରୁ କିଛି ନୂଆ ଶିଖିବେ। 

କୁମ୍ଭ: ପୂଜାପାଠରେ ଧ୍ୟାନ ଲଗାନ୍ତୁ, ଶୁଭଫଳ ପାଇବେ। ଅଫିସରେ କିଛି ଲୋକଙ୍କର ସାହାଯ୍ୟ ପାଇବେ। ବ୍ୟବସାୟରେ ଲାଭ ପାଇବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନ ଦିଅନ୍ତୁ। 

ମୀନ: ପୂର୍ବ କଥାକୁ ନେଇ ସଂଶୟରେ ରହିବେ। ସମସ୍ତଙ୍କ ସହିତ ଭଲ ସମ୍ବନ୍ଧ ବଜାୟ ରଖନ୍ତୁ। କ୍ରିକେଟ ଖେଳା‌ଳିମାନେ ଅଭ୍ୟାସରେ ଅଧିକ ପରିଶ୍ରମ କରିବେ।