ମେଷ: ରବିବାର ଦାମ୍ପତ୍ୟ ସମ୍ବନ୍ଧ ମଧୁର ହେବ। ସୋମ, ମଙ୍ଗଳ ଓ ବୁଧବାର କୋର୍ଟକଚେରି ସଂପର୍କିତ ବିବାଦ ଉତ୍ପନ୍ନ ହେବ। ଗୁରୁ ଓ ଶୁକ୍ରବାର ପରିଶ୍ରମର ସୁଫଳ ପାଇବେ। ଶନିବାର ପଦୋନ୍ନତି ପ୍ରାପ୍ତହେବ।
ବୃଷ: ରବିବାର ଆଶାଠୁ ଅଧିକ ସଫଳତା ପାଇବେ। ସୋମ, ମଙ୍ଗଳ ଓ ବୁଧବାର ଜନସଂପର୍କ କାର୍ଯ୍ୟରେ ଲାଭହେବ। ଗୁରୁ ଓ ଶୁକ୍ରବାର ଦାମ୍ପତ୍ୟ ଜୀବନରେ ମନୋମାଳିନ୍ୟ ହୋଇପାରେ। ଶନିବାର ସୁସମ୍ବାଦ ପାଇବେ।
ମିଥୁନ: ରବିବାର ସଂଗୀତ ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ। ସୋମ, ମଙ୍ଗଳ ଓ ବୁଧବାର ପ୍ରତିଯୋଗିତାରେ ଅଗ୍ରଣୀ ରହିବେ। ଗୁରୁ ଓ ଶୁକ୍ରବାର ସରକାରୀ କର୍ମଚାରୀଙ୍କ ସହଯୋଗ ପାଇବେ। ଶନିବାର ପାରିବାରିକ ସମସ୍ୟା ରହିବ।
କର୍କଟ: ରବିବାର ଜମି କିମ୍ବା ଭବନ କିଣିବେ। ସୋମ, ମଙ୍ଗଳ ଓ ବୁଧବାର ମନରେ ଘୂରି ବୁଲୁଥିବା ଯୋଜନା ସଫଳ ହେବ। ଗୁରୁ ଓ ଶୁକ୍ରବାର ରୋଗ ଋଣରୁ ମୁକ୍ତି ପାଇବେ। ଶନିବାର ପ୍ରେମରେ ସଫଳତା ପାଇବେ।
ସିଂହ: ରବିବାର ବ୍ୟବସାୟରେ ଉନ୍ନତି ହେବ। ସୋମ, ମଙ୍ଗଳ ଓ ବୁଧବାର ବାପାମାଆଙ୍କ ସହଯୋଗରେ ଆଗକୁ ବଢ଼ିବେ। ଗୁରୁ ଓ ଶୁକ୍ରବାର ରୋଜଗାରର ସୁଯୋଗ ଆସିବ। ଶନିବାର ଛାତ୍ରଛାତ୍ରୀଙ୍କ ଲାଗି ସମୟ ଭଲ।
କନ୍ୟା: ରବିବାର ବଡ଼ ଦାୟିତ୍ବ ନିର୍ବାହ କରିବେ। ସୋମ, ମଙ୍ଗଳ ଓ ବୁଧବାର କୋର୍ଟକଚେରି ମାମଲାରେ ସଫଳତା ପାଇବେ। ଗୁରୁ ଓ ଶୁକ୍ରବାର ଜମି ବା ଗାଡ଼ି କିଣାବିକା ହେବ। ଶନିବାର ବନ୍ଧୁ ସହିତ ସମ୍ବନ୍ଧ ମଧୁର ହେବ।
ତୁଳା: ରବିବାର ଜୀବନରେ ଖୁସିର ଆଗମନ ହେବ। ସୋମ, ମଙ୍ଗଳ ଓ ବୁଧବାର କୌଣସି ନୂଆ ଚୁକ୍ତିବଦ୍ଧ କାର୍ଯ୍ୟ ହାତକୁ ଆସିବ। ଗୁରୁ ଓ ଶୁକ୍ରବାର ବିଦେଶ ଯିବାର ଯୋଗ ଅଛି। ଶନିବାର ମାନସମ୍ମାନରେ ବୃଦ୍ଧି ହେବ।
ବିଛା: ରବିବାର ଜିନିଷ କିଣିବାରେ ଅଧିକ ଖର୍ଚ୍ଚ କରିବେ। ସୋମ, ମଙ୍ଗଳ ଓ ବୁଧବାର ନୂଆ କାରବାରର ରୂପରେଖ ପ୍ରସ୍ତୁତ କରିବେ। ଗୁରୁ ଓ ଶୁକ୍ରବାର ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ଶନିବାର ଆୟରେ ବୃଦ୍ଧି ହେବ।
ଧନୁ: ରବିବାର ମନୋକାମନା ପୂରଣ ହେବ। ସୋମ, ମଙ୍ଗଳ ଓ ବୁଧବାର ବିରୋଧୀ କ୍ଷତି ପହଞ୍ଚାଇବାକୁ ଚେଷ୍ଟାକରିବେ। ଗୁରୁ ଓ ଶୁକ୍ରବାର ନୂଆ ଲୋକଙ୍କ ସହିତ ମିଶନ୍ତୁ ଲାଭ ପାଇବେ। ଶନିବାର ବ୍ୟବସାୟରେ ମନ ଲାଗିବ।
ମକର: ରବିବାର କିଛି ନୂଆ କରିବାକୁ ଚେଷ୍ଟା କରିବେ। ସୋମ, ମଙ୍ଗଳ ଓ ବୁଧବାର ରାଜନୀତିକ ସହଯୋଗ ପାଇବେ। ଗୁରୁ ଓ ଶୁକ୍ରବାର ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ଶନିବାର ବ୍ୟକ୍ତିତ୍ବକୁ ବିକଶିତ କରିପାରନ୍ତି।
କୁମ୍ଭ: ରବିବାର ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ। ସୋମ, ମଙ୍ଗଳ ଓ ବୁଧବାର ଛାତ୍ରଛାତ୍ରୀ ଭବିଷ୍ୟତ ଲାଗି ଯୋଜନା କରିବେ। ଗୁରୁ ଓ ଶୁକ୍ରବାର ପାରିବାରିକ ଜୀବନ ସୁଖଦ ରହିବ। ଶନିବାର ଖର୍ଚ୍ଚ ବଢ଼ିପାରେ।
ମୀନ: ରବିବାର ପରିଶ୍ରମ ଅଧିକ କରି ଲାଭ କମ୍ ପାଇବେ। ସୋମ, ମଙ୍ଗଳ ଓ ବୁଧବାର ଧାର୍ମିକ କାର୍ଯ୍ୟରେ ସମୟ ଦେବେ। ଗୁରୁ ଓ ଶୁକ୍ରବାର କାରବାରରେ ଲାଭ ପାଇବେ। ଶନିବାର ସବୁ ପ୍ରକାର କଷ୍ଟ ଦୂରହେବ।
ଦୈନିକ ରାଶିଫଳ