ମେଷ: କାର୍ଯ୍ୟକ୍ଷେତ୍ରରେ ଅନୁକୂଳ ପରିବେଶ ରହିବ। ଉଚ୍ଚଶିକ୍ଷା ପାଇଁ ବାହାରକୁ ଯିବାକୁ ଥିବା ଛାତ୍ରଛାତ୍ରୀ ଉଚିତ ଅବସର ପାଇବେ। ଆପଣ ଦଳରେ ଭଲ ନେତା ରୂପେ କାମ କରିବେ।
ବୃଷ: ନୂଆ ଲୋକଙ୍କ ସହିତ ସଂପର୍କ ଯୋଡ଼ିବେ। ଅଫିସରେ ଅତିରିକ୍ତ ଦାୟିତ୍ବ ବହନ କରିବାରୁ ଅସଜ ଅନୁଭବ କରିବେ। ବେପାରରେ ଲାଭ ହେବ। ଜୀବନସାଥୀ ସହ ବାହାରକୁ ବୁଲି ଯିବେ।
ମିଥୁନ: ଆୟ ସାଧନରେ ବୃଦ୍ଧି ହେବ। ଭାଇ ଭଉଣୀଙ୍କ ସହିତ ଦର୍ଶନୀୟ ସ୍ଥାନକୁ ଯାଇପାରନ୍ତି। କାରବାରରେ ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି। ଭାବିଥିବା ଯୋଜନାରେ ସଫଳତା ମିଳିବ।
କର୍କଟ: କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ପାଇବେ। ଆପଣଙ୍କର ଆକର୍ଷଣ ଦାର୍ଶନିକମାନଙ୍କ ଆଡ଼କୁ ରହିବ। ସାମାଜିକ ସ୍ତରରେ ମାନ ସମ୍ମାନ ବଢ଼ିବ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ।
ସିଂହ: କାର୍ଯ୍ୟକ୍ଷେତ୍ରରେ ବ୍ୟକ୍ତିତ୍ବର ଲୋକ ପ୍ରଭାବିତ ହେବେ। ସରକାରୀ ଚାକିରିଆ ସମ୍ମାନିତ ହୋଇପାରନ୍ତି। ସିନେମା କ୍ଷେତ୍ରରେ ଥିବା ଲୋକଙ୍କ ପ୍ରସିଦ୍ଧି ବଢ଼ିବ।
କନ୍ୟା: ଚାକିରି ବଦଳାଇବା ପାଇଁ ପ୍ରସ୍ତାବ ମିଳିପାରେ। ବିଦେଶ ଯିବାର ଯୋଗ ଅଛି। ବୈବାହିକ ଜୀବନ ସୁଖମୟ ରହିବ। ବ୍ୟବସାୟ ଚିନ୍ତାରେ ଲାଭର ନୂଆ ଉତ୍ସ ଖୋଲିବ।
ତୁଳା: ସରକାରୀ କାମରେ ଲାଭ ମିଳିବ। ପରିବାରରେ କୌଣସି ବ୍ୟକ୍ତିଙ୍କୁ ସଫଳତା ମିଳିବ। ସନ୍ତାନ ସହିତ ବାହାରକୁ ବୁଲି ଯିବେ। ଛାତ୍ରଛାତ୍ରୀ ପଢ଼ିବାକୁ ନେଇ ଉତ୍ସାହିତ ରହିବେ।
ବିଛା: ବେପାରରେ ଲାଭ ହେବ। ଚାକିରିଜୀବୀ ନୂଆ ଅବସର ପାଇବେ। ମାନ ସମ୍ମାନ ବୃଦ୍ଧି ହେବ। ପାରିବାରିକ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ। ପ୍ରେମୀଯୁଗଳ ବାହାରକୁ ବୁଲି ଯିବେ।
ଧନୁ: କାର୍ଯ୍ୟକ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ବେପାର ବୃଦ୍ଧି ହେବାର ସମ୍ଭାବନା। ପାରିବାରିକ ଜୀବନ ସମୃଦ୍ଧ ହେବ। ଚାକିରିରେ ପସନ୍ଦ ଜାଗାକୁ ବଦଳି ହୋଇପାରେ।
ମକର: ଦିନଟି ବହୁତ ସକାରାତ୍ମକ ଭାବରେ କଟିବ। କୌଣସି କ୍ଷେତ୍ରରୁ ନିବେଶରେ ଯଥେଷ୍ଟ ଲାଭ ପାଇବେ। ଧାର୍ମିକ ସ୍ଥାନକୁ ଯାତ୍ରା କରିବେ। ରାଜନୀତିରେ ସଫଳତା ପାଇବେ।
କୁମ୍ଭ: ନୂଆ ଚାକିରି ମିଳିବାର ସମ୍ଭାବନା। ବୈବାହିକ ଜୀବନରେ ଖୁସି ଆସିବ। ରଚନାତ୍ମକ କାର୍ଯ୍ୟରେ ଯୋଡ଼ିବାର ଇଚ୍ଛା ହେବ। ବିରୋଧୀ ପକ୍ଷ ଆପଣଙ୍କ ସମ୍ମୁଖରେ ନତମସ୍ତକ ହେବେ।
ମୀନ: ସରକାରୀ କର୍ମୀଙ୍କର ପଦୋନ୍ନତି ହେବ। ଜମି କିଣିବାକୁ ମନସ୍ଥ କରିବେ। ପାରିବାରିକ ଦାୟିତ୍ବ ଭଲରେ ତୁଲାଇବେ। ଡାକ୍ତରୀ ଛାତ୍ରଛାତ୍ରୀ କୌଣସି ପ୍ରକଳ୍ପରେ କାମ କରିବେ।
ଦୈନିକ ରାଶିଫଳ