ମେଷ: ଧାର୍ମିକ କାର୍ଯ୍ୟରେ ଆସ୍ଥା ଓ ବିଶ୍ବାସ ସହିତ ଆଗକୁ ବଢ଼ିବେ। ବଡ଼ଙ୍କର ସମର୍ଥନ ଓ ସହଯୋଗ ପାଇବେ। ଶିକ୍ଷାରେ ଲାଗି ରହିଥିବା ଅଶାନ୍ତିରୁ ମୁକ୍ତି ପାଇବେ। କୌଣସି ସମାରୋହରେ ସାମିଲ ହେବେ। 
ବୃଷ: ଏକରୁ ଅଧିକ ଉତ୍ସରୁ ଆୟ ହେବ। କାମକୁ ଛୋଟ ବା ବଡ଼ ଭାବି କରନ୍ତୁ ନାହିଁ। ନିବେଶ ସମ୍ବନ୍ଧୀୟ ମାମଲାକୁ ଗତି ମିଳିବ। ଛାତ୍ରଛାତ୍ରୀ କୌଣସି ସଂଶୟରୁ ମୁକ୍ତି ପାଇବେ।
ମିଥୁନ: ଭଲ କାମ ପାଇଁ ପ୍ରଶଂସା ପାଇବେ। ଆଧ୍ୟାତ୍ମିକ କାର୍ଯ୍ୟରେ ରୁଚି ବଢ଼ିବ। ନିଜ ଦକ୍ଷତା ଉପରେ ବିଶ୍ବାସ ରଖନ୍ତୁ ସବୁ କାମ ପୂରା ହେବ। ବ୍ୟବସାୟରେ ଲାଭ ପାଇବେ।‌
କର୍କଟ: କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ ଦାୟିତ୍ବ ଦେବେ। ତାକୁ ଆପଣ ଏକାଗ୍ରତା ଓ ପରିଶ୍ରମର ସହ ସମ୍ପାଦନ କରିବେ। ଆୟର ନୂଆ ଉତ୍ସ ପାଇବେ। ଖେଳାଳିମାନେ ଅଧିକ ସମୟ ଅଭ୍ୟାସ କରିବେ। 

Advertisment

ସିଂହ: ରାଜନେତାଙ୍କ ଲାଗି ଦିନଟି ଭଲ। ସାମାଜିକ କାର୍ଯ୍ୟ ପାଇଁ ପ୍ରଶଂସା ପାଇବେ। ଉଚ୍ଚ ଅଧିକାରୀଙ୍କ ଆଗରେ ନିଜର କଥା ରଖନ୍ତୁ, ଭଲ ବ୍ୟବହାର ପାଇବେ। ପ୍ରିୟଜନଙ୍କ ସହିତ ସମ୍ବନ୍ଧରେ ମଧୁରତା ବଢ଼ିବ। 
କନ୍ୟା: କାର୍ଯ୍ୟକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ। ଅଧିକାରୀଙ୍କ ହୃଦୟ ଜିଣିବାରେ ସଫଳ ହେବେ। ବିଦ୍ୟାର୍ଥୀ କୌଣସି ସଂସ୍ଥା ସହିତ ଯୋଡ଼ି ସୁନାମ ଅର୍ଜନ କରିବାର ମଉକା ପାଇବେ। 

ତୁଳା: କୌଣସି କାମକୁ ନେଇ ଉତ୍ସାହିତ ରହିବେ। ଆୟର ନୂଆ ଉତ୍ସ ମିଳିବା ଯୋଗୁଁ ଆର୍ଥିକ ପକ୍ଷ ସୁଦୃଢ଼ ହେବ। ମନକୁ ଚମତ୍କାର ବିଚାର ଆସିବ।
ବିଛା: କାନୁନ ମାମଲାରେ ତରତର ହୁଅନ୍ତୁ ନାହିଁ। ନୂଆ କାମ ଆରମ୍ଭ କରିବା ଲାଗି ଦିନଟି ଭଲ। ଆୟ ବ୍ୟୟରେ ଭାରସାମ୍ୟ ବନାଇ ଆଗକୁ ବଢ଼ନ୍ତୁ। 
ଧନୁ: ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ। ପରିବାର ସହିତ ଧର୍ମାନୁଷ୍ଠାନକୁ ଯାଇପାରନ୍ତି। ନିବେଶ ସମ୍ବନ୍ଧୀୟ ଯୋଜନାରେ ଭାବିଚିନ୍ତି ଆଗକୁ ବଢ଼ନ୍ତୁ।
ମକର: ବଡ଼ଙ୍କର ଆଶୀର୍ବାଦ ପାଇବା ଯୋଗୁଁ ଆପଣଙ୍କ ମନ ଅଧିକ ସକାରାତ୍ମକ ହେବ। ନିର୍ଦ୍ଧାରିତ ସମୟରେ କାମକୁ ସଂପୂର୍ଣ୍ଣ କରିପାରିଲେ ଭଲ ପରିଣାମ ପାଇବେ। ଘରେ ଉତ୍ସବମୁଖର ପରିବେଶ ରହିବ। 
କୁମ୍ଭ: ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। ପିଲା ଦିନର ସାଙ୍ଗ ସହିତ ମିଶି ପୁରୁଣା ସ୍ମୃତି ତାଜା ହେବ। ଆମୋଦ ପ୍ରମୋଦରେ ରୁଚି ବଢ଼ିବ। ଗଣ୍ଠିବ୍ୟଥାରୁ ଉପଶମ ପାଇବେ। 
ମୀନ: ଖର୍ଚ୍ଚ ବଢ଼ିବା ଯୋଗୁଁ ଚିନ୍ତା ବଢ଼ିପାରେ। କାର୍ଯ୍ୟକ୍ଷେତ୍ରରେ ଉନ୍ନତିର ମାର୍ଗ ପ୍ରଶସ୍ତ ହେବ। ରାଜନୀତି କ୍ଷେତ୍ରରେ ଥିବା ଲୋକ ବଡ଼ ନେତାଙ୍କ ସହିତ ମିଶିବାର ଅବସର ପାଇବେ।

ଦୈନିକ ରାଶିଫଳ