ମେଷ: କାର୍ଯ୍ୟକୁ ପୂରା କରିବା ପ୍ରୟାସରେ ସଫଳ ହେବେ। ଆତ୍ମ ସମ୍ମାନ ବୃଦ୍ଧି ହେବ। ଅଫିସରେ ସରଳତାରେ କାର୍ଯ୍ୟ କରନ୍ତୁ। ଛାତ୍ରଛାତ୍ରୀ ଶିକ୍ଷକଙ୍କର ସହଯୋଗ ପାଇବେ।
ବୃଷ: ବେପାରରେ ଧନଲାଭ ହେବ। ଜୀବନସାଥୀଙ୍କ ଠାରୁ ବହୁତ ସାରା ପ୍ରେମ ପାଇବେ। କୌଣସି ଧର୍ମାନୁଷ୍ଠାନକୁ ଯିବା ପାଇଁ ଯୋଜନା କରିବେ। ଘର ଜିନିଷ କିଣିବେ।
ମିଥୁନ: ବେପାରରେ କିଛି ପରିବର୍ତ୍ତନ କରିପାରନ୍ତି। ଭାଗ୍ୟ ସଂପୂର୍ଣ୍ଣ ସାଥ ଦେବ। ନିଜର ଦାମିକା ବସ୍ତୁକୁ ସମ୍ଭାଳି ରଖନ୍ତୁ। ଅଫିସରେ ରଚନାତ୍ମକତା ପୂର୍ବ ଅପେକ୍ଷା ଭଲ ରହିବ।
କର୍କଟ: କାର୍ଯ୍ୟରେ ସଫଳତା ମିଳିବ। ବହୁରାଷ୍ଟ୍ରୀୟ କଂପାନିରୁ ଚାକିରିର ସୁଯୋଗ ଆସିପାରେ। ବିରୋଧୀ କ୍ଷତି ପହଞ୍ଚାଇବା ପାଇଁ ଚେଷ୍ଟା କରିପାରନ୍ତି। ଗାଡ଼ି ଠିକ୍ ଜାଗାରେ ପାର୍କିଂ କରନ୍ତୁ।
ସିଂହ: ଧ୍ୟାନ ଆଧ୍ୟାତ୍ମିକ ଆଡ଼କୁ ରହିବ। ମନୋରଞ୍ଜନ ଯୋଜନା ବାତିଲ ହୋଇପାରେ। ବ୍ୟବସାୟରେ ଧନଲାଭ ହେବ। ଜୀବନସାଥୀର ସାହାଯ୍ୟ ପାଇବେ।
କନ୍ୟା: ହଜିଥିବା ପୁରୁଣା ବସ୍ତୁ ପାଇବେ। ନିବେଶ ମାମଲାରେ ଲାଭ ହେବ। ଜୀବନସାଥୀ ଠାରୁ କିଛି ଉପହାର ପାଇବେ। ନିଜ ଲୋକଙ୍କୁ ସାହାଯ୍ୟ କରିବେ। କାନୁନ ମାମଲାରେ ଜିତିବେ।
ତୁଳା: କୌଣସି ବଡ଼ ମାମଲାରେ ସହମତି ଓ ସହଯୋଗ ପାଇଁ ପ୍ରସ୍ତୁତ ରହିବେ। ନିବେଶ କରିବା ପୂର୍ବରୁ ବଡ଼ଙ୍କର ମତ ନିଅନ୍ତୁ। କିଛି ମହତ୍ତ୍ବପୂର୍ଣ୍ଣ କାମରେ ପରିବର୍ତ୍ତନ ହେବ।
ବିଛା: ପ୍ରକଳ୍ପରରେ ଜୀବନସାଥୀର ସହଯୋଗ ପାଇବେ। ଅଫିସ କାମରେ ଅନ୍ୟମାନଙ୍କର ମତ ନିଅନ୍ତୁ ନାହିଁ। ଜୀବନରେ ପରିଶ୍ରମ ହିଁ ଆନନ୍ଦ ଭରି ଦେବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ।
ଧନୁ: ଅର୍ଥ ନେବାଦେବା ମାମଲାରେ କୌଣସି ନିର୍ଣ୍ଣୟ ନେବା ପୂର୍ବରୁ ବଡ଼ଙ୍କର ମତ ନିଅନ୍ତୁ। ଅଜଣା ବ୍ୟକ୍ତିଙ୍କ ସହ ତର୍କବିତର୍କ କରନ୍ତୁ ନାହିଁ। ଛାତ୍ରୀ ସାକ୍ଷାତକାର ପାଇଁ ଯାଇପାରନ୍ତି।
ମକର: ଆପଣଙ୍କ ରୁଚି ରଚନାତ୍ମକ ଆଡ଼କୁ ରହିବ। ପ୍ରେମୀ ଯୁଗଳ ବାହାରକୁ ଯିବାର ଯୋଜନା କରିବେ। ନୂଆ ବାଇକ୍ କିଣିବା ଲାଗି ଦିନଟି ଶୁଭ। ଭାବିଚିନ୍ତି ଅନ୍ୟଙ୍କୁ ସାହାଯ୍ୟ କରନ୍ତୁ।
କୁମ୍ଭ: ମାଟି, ବାଲି ବ୍ୟବସାୟୀଙ୍କର ଭଲ ଲାଭ ହେବ। ପାରିବାରିକ ସୁଖଶାନ୍ତି ମିଳିବ। ପରିଶ୍ରମ ଓ ବ୍ୟବହାର କାରଣରୁ ଧନଲାଭ ହେବ। ପ୍ରିୟଜନଙ୍କ ଠାରୁ ଉପହାର ପାଇବେ।
ମୀନ: ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। କାମରେ ସଫଳତା ମିଳିବ। ବନ୍ଧୁ ସହିତ ମିଶି କୌଣସି ମନୋରଞନ କାର୍ଯ୍ୟରେ ଅଂଶ ଗ୍ରହଣ କରିବେ। ଦାମ୍ପତ୍ୟ ଜୀବନ ରୋଚକ ଓ ସୁଖମୟ ରହିବ।
ଦୈନିକ ରାଶିଫଳ