ମେଷ: ବ୍ୟବସାୟରେ ଯଥେଷ୍ଟ ଲାଭ ହେବ। ପରିବାରକୁ ନୂଆ ସଦସ୍ୟ ଆସିବା ଯୋଗୁଁ ସବୁ ଲୋକ ବହୁତ ଖୁସି ରହିବେ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। 
ବୃଷ: ଜୀବନରେ ଉନ୍ନତି ନୂଆ ଅବସର ପାଇବେ। ଘରର ଆବଶ୍ୟକ ଜିନିଷ କିଣିବା ପାଇଁ ବଜାରକୁ ଯିବେ। ବାହାରେ ତେଲ ଛଣା ଜିନିଷ ଖାଆନ୍ତୁ ନାହିଁ। 
ମିଥୁନ: ପରିବାର ସହିତ ଭଲ ସମୟ କାଟିବେ। ଘରେ ବନ୍ଧୁ ସହିତ ସିନେମା ଦେଖିବାର ଯୋଜନା କରିବେ। ଏଭଳି ବ୍ୟକ୍ତିଙ୍କୁ ଭେଟିବେ ଯିଏ ଭବିଷ୍ୟତରେ ଲାଭ ଦେବେ। 
କର୍କଟ: ଏକାଗ୍ର ମନରେ କରି ଆସୁଥିବା କାମ ଲାଭଦାୟକ ସାବ୍ୟସ୍ତ ହେବ। କୌଣସି ଦାୟିତ୍ବକୁ ଅଣଦେଖା କରନ୍ତ ନାହିଁ। ଅଧିକାରୀଙ୍କ ସହଯୋଗ କାମର ବୋଝ ହ୍ରାସ କରିବ। 

Advertisment

ସିଂହ: କୌଣସି କଥାକୁ ନେଇ ସଂଶୟରେ ରହିବେ। ଆୟ ବ୍ୟୟରେ ସମନ୍ବୟ ବଜାୟ ରହିବ। ବନ୍ଧୁଙ୍କ ଜନ୍ମ ଉତ୍ସବକୁ ଯିବେ। ନୂଆ ଗାଡ଼ି କିଣିବା ପାଇଁ ମନସ୍ଥ କରିବେ। 
କନ୍ୟା: ଅନ୍ୟର ଉତ୍ସାହ ଦେଖି ଆପଣ ଉତ୍ସାହିତ ହେବେ। କର୍ତ୍ତୃପକ୍ଷ ଆପଣଙ୍କ କାମରେ ଖୁସି ହୋଇ ଉପହାର ଦେବେ। ଜୀବନସାଥୀ ସହିତ ସାମଞ୍ଜସ୍ୟ ବଜାୟ ରହିବ। 

ତୁଳା: ଫୋନ ବ୍ୟବହାର କମ୍ କରି ନିଜ କାମରେ ଧ୍ୟାନକେନ୍ଦ୍ରିତ କରିବେ। ଜୀବନସାଥୀ ସହିତ ଧର୍ମାନୁଷ୍ଠାନକୁ ଯାଇପାରନ୍ତି। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଆରାମଦାୟକ ରହିବ। 
ବିଛା: ସାମାଜିକ କାର୍ଯ୍ୟରେ ରୁଚି ବଢ଼ିପାରେ। ପରିବାର ଲୋକଙ୍କ ସହିତ ସଂପର୍କରେ ସୁଧାର ହେବ। ବନ୍ଧୁଙ୍କ କୌଣସି ଗୋପନୀୟ କଥା ଜାଣି ପାରିବେ। 
ଧନୁ: ବ୍ୟବସାୟ ବଢ଼ାଇବା ଲାଗି ନୂଆ ଅବସର ପାଇବେ। ଭାଇ ଭଉଣୀଙ୍କ ସହଯୋଗ ପାଇବେ। ସମ୍ବନ୍ଧରେ ଲାଗି ରହିଥିବା ମତଭେଦ ଦୂର ହେବ। ଧନଲାଭର ଯୋଗ ରହିଛି। 
ମକର: ଆପଣଙ୍କ ଧ୍ୟାନ କାମ ପୂରା କରିବାରେ ଲାଗି ରହିବ। ଭାଗ୍ୟର ସହଯୋଗ ଯୋଗୁଁ ସବୁ କାମ ପୂରା ହୋଇଯିବ। ଶତ୍ରୁ ଆପଣଙ୍କ ଯୋଜନାରେ ପ୍ରଭାବିତ ହେବେ। 
କୁମ୍ଭ: ଲାଗି ରହିଥିବା ସମସ୍ୟାର ସମାଧାନ ପାଇବେ। ଅନ୍ୟକୁ ସାହାଯ୍ୟ କରିବେ। ଆପଣଙ୍କ ବ୍ୟବହାରରେ ଭଲ ପରିବର୍ତ୍ତନ ହେବା ଯୋଗୁଁ ନୂଆ ବନ୍ଧୁ ହୋଇପାରନ୍ତି।
ମୀନ: ରାଜନୀତି ଓ ସାମାଜିକ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଅନୁକୂଳ ରହିବ। ଆପଣଙ୍କ ଅସୁବିଧା ସମାପ୍ତ ହେବ। ମହିଳାଙ୍କ ଲାଗି ଦିନଟି ଭଲ ରହିବ।

ଦୈନିକ ରାଶିଫଳ