ମେଷ: ରବି ଓ ସୋମବାର ବିକାଶ କାର୍ଯ୍ୟରେ ଗତି ଦ୍ରୁତ ହେବ। ମଙ୍ଗଳ, ବୁଧ ଓ ଗୁରୁବାର ସବୁପ୍ରକାର କଷ୍ଟ ଦୂରହେବ। ଶୁକ୍ର ଓ ଶନିବାର ପାରିବାରିକ ବାତାବରଣ ପ୍ରସନ୍ନତାରେ ପରିପୂର୍ଣ୍ଣ ରହିବ।
ବୃଷ: ରବି ଓ ସୋମବାର ରାଜନେତାଙ୍କ ଦ୍ବାରା ଲାଭ ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର ପାରିବାରିକ କାର୍ଯ୍ୟ ପାଇଁ ଫଳଦାୟୀ ହେବ। ଶୁକ୍ର ଓ ଶନିବାର ପୁଞ୍ଜି ନିବେଶ କରନ୍ତୁ, ଲାଭଦାୟକ ହେବ।
ମିଥୁନ: ରବି ଓ ସୋମବାର ନିଜର କାମ ପ୍ରତି ସତର୍କ ରହନ୍ତୁ। ମଙ୍ଗଳ, ବୁଧ ଓ ଗୁରୁବାର ଧାର୍ମିକ କାର୍ଯ୍ୟରେ ସମୟ ବିତାଇବେ। ଶୁକ୍ର ଓ ଶନିବାର ଚାକିରି, ବ୍ୟବସାୟରେ ପ୍ରଗତି ହେବ।
କର୍କଟ: ରବି ଓ ସୋମବାର ଜନସଂପର୍କ କାର୍ଯ୍ୟରେ ଲାଭ ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର କୋର୍ଟକଚେରି ସଂପର୍କିତ ବିବାଦ ଉତ୍ପନ୍ନ ହେବ। ଶୁକ୍ର ଓ ଶନିବାର ପଦୋନ୍ନତି ଖବର ପାଇବେ।

Advertisment

ସିଂହ: ରବି ଓ ସୋମବାର ଆଶାଠୁ ଅଧିକ ସଫଳତା ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର ରାଜନୈତିକ କାର୍ଯ୍ୟରେ ସମୟ ଦେବେ। ଶୁକ୍ର ଓ ଶନିବାର ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବ।

କନ୍ୟା: ରବି ଓ ସୋମବାର ଗୀତ ସଂଗୀତରେ ରୁଚି ବଢ଼ିବ। ମଙ୍ଗଳ, ବୁଧ ଓ ଗୁରୁବାର ଆଇନଗତ ବିବାଦର ସମାଧାନ ହେବ। ଶୁକ୍ର ଓ ଶନିବାର ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ମନସ୍ଥ କରିବେ।
ତୁଳା: ରବି ଓ ସୋମବାର ଜମି ବା ଗାଡ଼ି କିଣାବିକା ହେବ। ମଙ୍ଗଳ, ବୁଧ ଓ ଗୁରୁବାର ବନ୍ଧୁ ସହିତ ସମ୍ବନ୍ଧ ମଧୁର ହେବ। ଶୁକ୍ର ଓ ଶନିବାର ପ୍ରତ୍ୟେକ ବ୍ୟକ୍ତି ଆପଣଙ୍କ କଥାରେ ପ୍ରଭାବିତ ହେବେ।
ବିଛା: ରବି ଓ ସୋମବାର ଦାୟିତ୍ବ ବୃଦ୍ଧି ହେବ। ମଙ୍ଗଳ, ବୁଧ ଓ ଗୁରୁବାର ଭାଗୀଦାରି କାରବାରରେ ସତର୍କତା ଅବଲମ୍ବନ କରନ୍ତୁ। ଶୁକ୍ର ଓ ଶନିବାର ସନ୍ତାନ ପକ୍ଷରୁ ଲାଭ ପାଇବେ। 
ଧନୁ: ରବି ଓ ସୋମବାର ବଡ଼ ଦାୟିତ୍ବ ନିର୍ବାହ କରିବେ। ମଙ୍ଗଳ, ବୁଧ ଓ ଗୁରୁବାର କୋର୍ଟକଚେରି ମାମଲାରେ ସଫଳତା ପାଇବେ। ଶୁକ୍ର ଓ ଶନିବାର ଜମି କିମ୍ବା ଗାଡ଼ି କିଣାବିକା ହେବ।
ମକର: ରବି ଓ ସୋମବାର ନୂଆ କାରବାରର ରୂପରେଖ ପ୍ରସ୍ତୁତ କରିବେ। ମଙ୍ଗଳ, ବୁଧ ଓ ଗୁରୁବାର ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ଶୁକ୍ର ଓ ଶନିବାର ସାହିତ୍ୟ ସଂଗୀତରେ ରୁଚି ବଢ଼ିବ।
କୁମ୍ଭ: ରବି ଓ ସୋମବାର ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ମଙ୍ଗଳ, ବୁଧ ଓ ଗୁରୁବାର ଅଫିସ୍‌ରେ ଆପଣଙ୍କ ବ୍ୟକ୍ତିତ୍ବର ପ୍ରଶଂସା ହେବ। ଶୁକ୍ର ଓ ଶନିବାର ପୁରୁଣା ବନ୍ଧୁ ସହିତ ସାକ୍ଷାତ୍ ହେବ।
ମୀନ: ରବି ଓ ସୋମବାର ଦୀର୍ଘକାଳୀନ ବିବାଦ ସମାଧାନ ହୋଇଯିବ। ମଙ୍ଗଳ, ବୁଧ ଓ ଗୁରୁବାର ଉଚ୍ଚାଧିକାରୀଙ୍କ ସହଯୋଗ ପାଇବେ। ଶୁକ୍ର ଓ ଶନିବାର ଘରକୁ ବନ୍ଧୁ ଯା’ଆସ କରିବେ।

ଦୈନିକ ରାଶିଫଳ