ମେଷ: ନୂଆ ବ୍ୟକ୍ତିଙ୍କ ସମ୍ପର୍କରେ ସବୁ ଜାଣିବା ପରେ ବନ୍ଧୁତା କରନ୍ତୁ । ବାପା ଆପଣଙ୍କ ବ୍ୟବସାୟରେ ସହଯୋଗ କରିବେ। ନବ ବିବାହିତ ଦମ୍ପତି ବାହାରକୁ ବୁଲି ଯିବେ।
ବୃଷ: ଛୋଟମୋଟ କାମରେ ସକାରାତ୍ମକ ଫଳ ପାଇବେ। ଅଫିସ କାମ ପୂରା ମନ ଦେଇ କରନ୍ତୁ। ଜମି ଦଲାଲଙ୍କ କାମ ସୁରୁଖୁରରେ ହେବ। ମନ ଲିଖନ କାର୍ଯ୍ୟରେ ଲାଗି ରହିବ।
ମିଥୁନ: ପୁରୁଣା କାର୍ଯ୍ୟ ଲାଗି ପ୍ରଶଂସା ପାଇବେ। ଯୁବକଙ୍କୁ ଭଲ ଚାକିରି ମିଳିବାର ସମ୍ଭାବନା ଅଛି। ପିଲାଙ୍କ କ୍ୟାରିଅର୍ ନେଇ ଖୁସି ଖବର ମିଳିବ। ଦାମ୍ପତ୍ୟ ଜୀବନ ଭଲ ରହିବ।
କର୍କଟ: କ୍ୟାରିଅର୍ରେ ଉନ୍ନତି କରିବାର ପ୍ରୟାସର ଭଲ ପରିଣାମ ପାଇବେ। ସନ୍ଧ୍ୟାରେ ଜୀବନସାଥୀଙ୍କ ସହ ସୁଖଦ ସମୟ କାଟିବେ। ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ।
ସିଂହ: କାର୍ଯ୍ୟକ୍ଷେତ୍ରରେ ସଫଳତା ହାସଲ କରିବେ। ପାରିବାରିକ ମାମଲା ନେଇ ଭଲଭାବେ ଚିନ୍ତା କରନ୍ତୁ। ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ବରିଷ୍ଠଙ୍କର ସହଯୋଗ ମିଳିବ।
କନ୍ୟା: ଆପଣଙ୍କ କାମରେ ଉପରିସ୍ଥ କର୍ମଚାରୀ ଖୁସି ହେବେ। ପିଲାମାନେ ଆପଣଙ୍କ ସହିତ ଖେଳିବା ପାଇଁ ଜିଦ୍ କରିବେ। ପିତାଙ୍କ ବ୍ୟବସାୟର ଦାୟିତ୍ବକୁ ସୁଚାରୁରୂପେ ତୁଲାଇବେ।
ତୁଳା: ନିଜର ଭୂମିକା ପରିବର୍ତ୍ତନ ହେବ। ଆପଣଙ୍କ ବ୍ୟବସାୟ କୌଶଳ ଲାଭ ପ୍ରଦାନ କରିବ। ଆମଦାନି ବୃଦ୍ଧି କରିବା ଲାଗି ଅବସର ପାଇବେ। ପ୍ରେମରେ ସଫଳତା ପାଇବେ।
ବିଛା: ଅଫିସରେ କାର୍ଯ୍ୟଭାର ବଢ଼ିପାରେ। ପାରିବାରିକ ଜୀବନ ସୁଖକର ହେବ। ଜୀବନସାଥୀ ଠାରୁ କିଛି ଉପହାର ପାଇବେ। ଛାତ୍ରଛାତ୍ରୀଙ୍କୁ କୌଣସି କାମରେ ଭଲ ପରିଣାମ ମିଳିବ।
ଧନୁ: ଆପଣଙ୍କର ପ୍ରଶଂସା ସୁଦୂରପ୍ରସାରୀ ହେବ। ପ୍ରସାଧନ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। କୌଣସି ପୁରୁଣା ଜିନିଷ ଆପଣଙ୍କ ହାତକୁ ଆସିବ ଯାହାକୁ ଦେଖି ଆପଣ ଖୁସି ହେବେ।
ମକର: ପାରିବାରିକ ସମସ୍ୟାର ସମାଧାନ କରିନେବେ। ନୂଆ ବ୍ୟବସାୟ ଯୋଜନା ଆପଣଙ୍କୁ ଲାଭ ହିଁ ଲାଭ ଦେବ। ଚାକିରିଆଙ୍କର ଉନ୍ନତି ହେବ।
କୁମ୍ଭ: ବ୍ୟବସାୟରେ କୌଣସି ବଡ଼ ସଫଳତା ପାଇବେ। ଭାଇ ଭଉଣୀଙ୍କ ସହିତ ସନ୍ଧ୍ୟା ସମୟ ବିତିବ। ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ।
ମୀନ: କାମ ପୂରା କରିବାରେ ପୂରା ଧ୍ୟାନ ଲାଗି ରହିବ। ଘରର କୌଣସି ଜିନିଷ ମରାମତି କରିବେ। ପିଲାମାନେ ଖେଳକୁଦରେ ଅଧିକ ସମୟ ଅତିବାହିତ କରିବେ।
ଦୈନିକ ରାଶିଫଳ