ମେଷ: ସରକାରୀ କାମରେ ବାଧା ଦୂର ହେବ। ଅଫିସରେ କର୍ତ୍ତୃପକ୍ଷଙ୍କୁ ଖୁସି ରଖିବା ଲାଗି ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ଛାତ୍ରଛାତ୍ରୀ ଶିକ୍ଷକଙ୍କ ଠାରୁ ସାବାସି ପାଇବେ।
ବୃଷ: ବିଭିନ୍ନ ପ୍ରକାର ଗତିବିଧିରେ ଦିନଟି ବିତାଇବେ। କଠିନ କାମକୁ ସଫଳତାର ସହିତ ପୂରା କରିନେବେ। ବିଦେଶ ଯିବା ପାଇଁ ପ୍ରୟାସରତ ଲୋକ ଭଲ ଖବର ପାଇବେ।
ମିଥୁନ: ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ସମାଜରେ କରିଥିବା କାମ ପାଇଁ ପ୍ରଶଂସା ପାଇବେ। ପରିବାରରେ ସ୍ଥିତି ଠିକ୍ ରହିବ।
କର୍କଟ: ଲୁଗା ବ୍ୟବସାୟୀଙ୍କୁ ଭଲ ଲାଭ ମିଳିବ। ବଡ଼ଙ୍କର ଆଶୀର୍ବାଦ ଆପଣଙ୍କ ସାଙ୍ଗରେ ରହିବ। ଅବିବାହିତ ବ୍ୟକ୍ତିଙ୍କ ଲାଗି ଭଲ ବିବାହ ପ୍ରସ୍ତାବ ଆସିବ।
ସିଂହ: ଦୀର୍ଘ ଦିନରୁ ଭାବିଥିବା କାମ ସଂପୂର୍ଣ୍ଣ ହୋଇଯିବ। କାହାରି ସହିତ ଅଯଥାରେ ଥଟ୍ଟା ତମାସା କରନ୍ତୁ ନାହିଁ। ନିଜ ଭୁଲ୍ରୁ ଶିଖି ଆଗକୁ ବଢ଼ିବାର ପ୍ରେରଣା ପାଇବେ।
କନ୍ୟା: କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସେ ସମ୍ବନ୍ଧରେ ବିଚାର ବିମର୍ଶ କରିବେ। ବ୍ୟବସାୟର ସବୁ ଗତିବିଧି ଉପରେ ଧ୍ୟାନ ରଖନ୍ତୁ। ଆପଣଙ୍କ ମନ ଆଧ୍ୟାତ୍ମିକତାରେ ଲାଗି ରହିବ।
ତୁଳା: ଘରେ ବ୍ୟବସାୟ କରିବାକୁ ଯୋଜନା କରୁଥିବା ଲୋକଙ୍କ ଲାଗି ଦିନଟି ଭଲ। ବନ୍ଧୁ କାମ ସମ୍ପର୍କିତ ନୂଆ ଜ୍ଞାନ ଦେବେ। ଗାୟକଙ୍କର ଗୀତ ଲୋକଙ୍କୁ ପସନ୍ଦ ଆସିବ।
ବିଛା: ଅଟକିଥିବା କାମ ନିର୍ଦ୍ଧାରିତ ସମୟରେ ପୂରା ହୋଇଯିବ। ବ୍ୟବସାୟ କାମରେ ବାହାରକୁ ଯିବାକୁ ପଡ଼ିବ। ବିଜ୍ଞାନ ଛାତ୍ରଙ୍କୁ ଭଲ ଚାକିରିର ସୁଯୋଗ ମିଳିପାରେ।
ଧନୁ: ପୂରା ପରିଶ୍ରମ କଲେ ଯାଇ ଅଧିକାଂଶ କାମ ସଂପୂର୍ଣ୍ଣ ହେବ। ଆପଣ ଯେତେ ଚିନ୍ତାରେ ରହିବେ ଆପଣଙ୍କର କାର୍ଯ୍ୟଦକ୍ଷତା ସେତେ କମ୍ ହେବ। ଘରକୁ ବନ୍ଧୁ ଆସିବେ।
ମକର: ବକେୟା ଅର୍ଥ ପାଇବେ। ଧାର୍ମିକ କାର୍ଯ୍ୟରେ ମନ ଲଗାଇଲେ ମାନସିକ ଶାନ୍ତି ପାଇବେ। ବେପାରରେ ଯଥେଷ୍ଟ ଲାଭ ହେବ। ଶରୀର ସୁସ୍ଥ ରଖିବା ଲାଗି ତାଜା ଫଳ ଖାଆନ୍ତୁ।
କୁମ୍ଭ: ନକାରାତ୍ମକ ସ୍ବଭାବ ଛାଡ଼ି କାମରେ ଅଧିକ ଧ୍ୟାନ ଦିଅନ୍ତୁ। ବିରୋଧ ଯୋଗୁଁ କାମରେ ଲାଗିରହିଥିବା ବାଧା ସମାପ୍ତ ହୋଇଯିବ। ଜୀବନସାଥୀଙ୍କୁ ସମୟ ଦେବେ।
ମୀନ: କଠିନ ପରିଶ୍ରମର ଭଲ ଫଳ ପାଇବେ। ସମାଜରେ ଲୋକେ ଆପଣଙ୍କ ବ୍ୟକ୍ତିତ୍ବରେ ଖୁସି ହେବେ। ଗାଡ଼ି ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।
ଦୈନିକ ରାଶିଫଳ