ମେଷ: ଆପଣଙ୍କ କୋର୍ଟ କଚେରି ମାମଲାରେ କିଛି ବାଧା ଆସିପାରେ। ଯେଉଁ ବେପାର ଆରମ୍ଭ କରିବେ ସେଥିରେ ସଫଳତା ପାଇବେ। କୌଣସି ବନ୍ଧୁଙ୍କ ସହାୟତା ପାଇବେ।
ବୃଷ: କାହାରି ମାମଲାରେ ଦଖଲ ଦିଅନ୍ତୁ ନାହିଁ। ବଡ଼ ପ୍ରୋଜେକ୍ଟରେ ପୁଞ୍ଜି ଲଗାଇବାକୁ ଭାବୁଥିଲେ କୌଣସି ବୁଦ୍ଧିମାନ ବ୍ୟକ୍ତିଙ୍କ ମତ ନିଅନ୍ତୁ। ସ୍ବାସ୍ଥ୍ୟ ନେଇ ସତର୍କ ରହନ୍ତୁ।
ମିଥୁନ: ଯେଉଁ କାମ ଆରମ୍ଭ କରିବେ ନିର୍ଦ୍ଧାରିତ ସମୟରେ ପୂରା ହୋଇଯିବ। କ୍ୟାରିଅରରେ ନୂଆ ଅବସର ପାଇବେ। ବାଣିଜ୍ୟ ଛାତ୍ରଛାତ୍ରୀ ମାର୍କେଟିଙ୍ଗ ବିଷୟରେ ଜାଣିବେ।
କର୍କଟ: ସମସ୍ତେ ଆପଣଙ୍କର ମତ ନେବାକୁ ଚାହିଁବେ। ଅଫିସରେ ଆପଣଙ୍କର କର୍ତ୍ତୃତ୍ବ ବଢ଼ିବ। କୌଣସି ବିଶେଷ ବ୍ୟକ୍ତିଙ୍କ ସହିତ ଆପଣଙ୍କର ସାକ୍ଷାତ ହୋଇପାରେ।
ସିଂହ: ଦୂରରେ ଥିବା ଭାଇ ଭଉଣୀଙ୍କ ସହିତ ଫୋନରେ କଥା ହେବେ। ଅଫିସ କାମରେ ବାଧା ଦୂର ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ।
କନ୍ୟା: ବିନା କାରଣରେ ଆରମ୍ଭ ହୋଇଥିବା ବାଧା ସମାପ୍ତ ହୋଇଯିବ। ଅଜା ଘରୁ ଖୁସି ଖବର ପାଇବେ। ସୋସିଆଲ ମିଡିଆରେ ନୂଆ ଲୋକଙ୍କ ସହିତ କଥା ହେବେ।
ତୁଳା: କାମ ମାମଲାରେ ଆପଣ ବହୁତ ବ୍ୟାବହାରିକ ରହିବେ। ଆପଣଙ୍କର ମିଠା ବାଣୀ କାମ ପୂରା କରିବାରେ ସାହାଯ୍ୟ କରିବ। ପରିବାର ଲୋକଙ୍କ ସହ ଭଲ ସାମଞ୍ଜସ୍ୟ ରହିବ।
ବିଛା: ଅନ୍ୟଠୁ ପ୍ରେରଣା ନେଇ କାମ କରିବା ଦରକାର। କଥା ବାପା ମାଆଙ୍କ ସହିତ ସମୟ ଅତିବାହିତ କରନ୍ତୁ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।
ଧନୁ: ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ବ୍ୟବସାୟ ବଢ଼ାଇବା ଲାଗି ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ। ପଡ଼ୋଶୀ ଆପଣଙ୍କୁ କୌଣସି ପ୍ରକାର ସହାୟତା ମାଗିବେ।
ମକର: ଅଫିସରେ କୌଣସି ସହକର୍ମୀଙ୍କ ସହିତ ବନ୍ଧୁତା ହେବ। ନିଜ କଥାରେ ସଂଯମ ରଖନ୍ତୁ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଖୁସିଭରା ରହିବ।
କୁମ୍ଭ: ଆପଣଙ୍କ ଉପରେ ଲୋକଙ୍କ ଭରସା ରହିବ। ଆପଣଙ୍କର ସଚ୍ଚୋଟତାରୁ ଲୋକେ ପ୍ରେରଣା ନେବେ। କର୍ମଜୀବୀ ମହିଳା ନୂଆ ପ୍ରୋଜେକ୍ଟରେ କାମ କରିବେ।
ମୀନ: ସାମାଜିକ କାର୍ଯ୍ୟରେ ସହଯୋଗ କରିବେ। ପୂର୍ବରୁ କରିଥିବା କାମରେ ଦିଗୁଣା ଲାଭ ପାଇବେ। ଶିକ୍ଷକଙ୍କ ସହଯୋଗରେ ଆପଣଙ୍କର ପ୍ରୋଜେକ୍ଟ ପୂରା ହେବ।
ଦୈନିକ ରାଶିଫଳ