ମେଷ: ଆପଣଙ୍କ କାମର ଗୁଣବତ୍ତାକୁ ଆହୁରି ଭଲ କରିବେ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ପ୍ରେମୀ ଯୁଗଳ ବାହାରକୁ ବୁଲି ଯିବେ। ଛାତ୍ରଛାତ୍ରୀ ବଡ଼ ସଫଳତା ପାଇବାର ଯୋଗ ଅଛି। 
ବୃଷ: ଆପଣଙ୍କ ସବୁ ସମସ୍ୟାର ସମାଧାନ ଆଖି ପିଛୁଳାକେ ବାହାରିଯିବ। ନୂଆ କାମରେ ପରିବାରର ପୂରା ସହଯୋଗ ପାଇବେ। ବ୍ୟବସାୟରେ ଲାଭ ହେବ। 
ମିଥୁନ: ଶିକ୍ଷାରେ ସଫଳତା ପାଇବେ। କାର୍ଯ୍ୟକ୍ଷେତ୍ରରେ ଅଧିକାରୀଙ୍କ ସହିତ ସଦ୍ଭାବ ବନାଇ ରଖନ୍ତୁ, ଉନ୍ନତିର ମଉକା ପାଇବେ। ସ୍ବାସ୍ଥ୍ୟକୁ ନେଇ ସାବଧାନ ରହନ୍ତୁ।
କର୍କଟ: ବଡ଼ ନିଷ୍ପତ୍ତି ନେବା ପାଇଁ ଭଲ ଦିନଟିଏ। ବ୍ୟବସାୟରେ ନୂଆ ସୁଯୋଗ ପାଇବେ। ଛୋଟଛୋଟ କଥା ବିଷୟରେ ଅଧିକ ନ ଭାବିଲେ ଆପଣଙ୍କ ଜୀବନ ସହଜ ରହିବ। 

Advertisment

ଆହୁରି ପଢ଼ନ୍ତୁ: Nuapada Election: ପୂର୍ବରୁ ସରକାର, ଏବେ ପ୍ରାର୍ଥୀ ଚୋରି ହୋଇଛି: ଅଖିଳେଶ

ସିଂହ: ଆପଣଙ୍କ ଆଖପାଖରେ ସକାରାତ୍ମକ ଶକ୍ତି ରହିବ। କାର୍ଯ୍ୟକ୍ଷେତ୍ରରେ ଶାନ୍ତିପୂର୍ଣ୍ଣ ପରିବେଶ ରହିବ। ଖାଇବା ପିଇବା ଓ ଦିନଚର୍ଯ୍ୟାକୁ ବ୍ୟବସ୍ଥିତ କରିବେ। 

ଆହୁରି ପଢ଼ନ୍ତ: Winter Session: ଶୀତରେ ଥରୁଛି ମୈଦଲପୁର: ନିଆଁର ସାହାରା ନେଉଛନ୍ତି ଲୋକେ

କନ୍ୟ‌ା: ରାଜନୈତିକ ସମ୍ବନ୍ଧରୁ ଲାଭ ପାଇବେ। ଜୀବନସାଥୀ ସହିତ ଆବେଗାତ୍ମକ ଘନିଷ୍ଠତା ବଢ଼ିବ। ବିଦ୍ୟାର୍ଥୀଙ୍କୁ ସଫଳତା ମିଳିବାର ଯୋଗ ଅଛି, ଆହୁରି ପରିଶ୍ରମ କରନ୍ତୁ। 
ତୁଳା: ଅନ୍‌ଲାଇନ୍‌ ବ୍ୟବସାୟୀଙ୍କୁ ଫାଇଦା ହେବ। ସରକାରୀ କର୍ମଚାରୀଙ୍କୁ ବିଶେ‌ଷ କାର୍ଯ୍ୟଭାର ଗ୍ରହଣ କରିବାକୁ ପଡ଼ିବ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ ପରିଣାମ ପାଇବେ। 
ବିଛା: ରିୟଲ ଇଷ୍ଟେଟ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କର ଲାଭପ୍ରଦ ଡିଲ୍ ହୋଇପାରେ। କାମ ସମୟରେ ସାବଧାନ ରହନ୍ତୁ। କୌଣସି ସଭାରେ ଆପଣଙ୍କ ଉପସ୍ଥିତି ଲୋକଙ୍କୁ ଚକିତ କରିବ। 
ଧନୁ: ଆଖପାଖର ଗତିବିଧିକୁ ଅଣଦେଖା କରନ୍ତୁ ନାହିଁ। ଅନ୍ୟମାନଙ୍କ ସାହାଯ୍ୟ ଆଶା ନକରି ନିଜ ଉପରେ ବିଶ୍ବାସ ରଖନ୍ତୁ। ପରିବାର ସହିତ ମନୋରଞ୍ଜନରେ ଭଲ ସମୟ କଟିବ। 
ମକର: ସଫ୍‌ଟୱେର ଇଂଜିନିଅର ଅଧିକ ପରିଶ୍ରମ କରିବେ। ନୂଆ ଯୋଜନାରେ କାମ କରି ଭଲ ଫଳ ପାଇବେ। ଆବଶ୍ୟକତା ପୂରଣ ପାଇଁ ପାର୍ଟ ଟାଇମ ଚାକିରି କରିପାରନ୍ତି। 
କୁମ୍ଭ: ଘରର ବଡ଼ଙ୍କ ଠାରୁ କିଛି ପ୍ରେରଣା ପାଇବେ। ଭଲ ଭାବନାର ଭଲ ପରିଣାମ ପାଇବେ। ଗାଡ଼ି ଚଳାଇବା ସମୟରେ ବିଶେଷ ସାବଧାନତା ଅବଲମ୍ବନ କରନ୍ତୁ। 
ମୀନ: ଆପଣଙ୍କ ଉପରେ ଅଧିକ ଉତ୍ତରଦାୟିତ୍ବ ହେବ। ଲୋକଙ୍କ ସହିତ ଯୋଡ଼ି ରହିବା ଦ୍ବାରା ବଢ଼ିଆ ସୂଚନା ପାଇବେ। କାମ ନିର୍ଦ୍ଧାରିତ ସମୟ ଭିତରେ ପୂରା ହୋଇଯିବ।