ମେଷ: ପୂଜାପାଠରେ ସମୟ ବିତିବ। ଜରୁରି କାମ ଶେଷ କରିବେ। ଇଲେକ୍ଟ୍ରୋନିକ୍ସ ଇଂଜିନିୟରଙ୍କ ଲାଗି ଦିନଟି ଭଲ ରହିବ।
ବୃଷ: ବନ୍ଧୁଙ୍କ ଠାରୁ ଭଲ ପରାମର୍ଶ ମିଳିବ। ଆପଣଙ୍କ କାମ ସରଳ ହୋଇଯିବ। ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ।
ମିଥୁନ: ଅଫିସରେ ଉଚ୍ଚ ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ହେବେ। କ୍ୟାରିୟରରେ ବଡ଼ ସଫଳତା ପାଇବେ। ଦାମ୍ପତ୍ୟ ଜୀବନ ମଧୁର ହେବ।
କର୍କଟ: ପାରିବାରିକ ଜୀବନ ଉତ୍ସବମୁଖର ହେବ। ଚାକିରିଆଙ୍କ ଲାଗି ଭଲ ଦିନଟିଏ। କାର୍ଯ୍ୟକ୍ଷେତ୍ରରେ ଆହ୍ବାନର ସାମ୍ନା କରିବେ।
ସିଂହ: ଆର୍ଥିକ ମାମଲାରେ ସଂପର୍କୀୟଙ୍କ ଠାରୁ ସାହାଯ୍ୟ ପାଇବେ। ଦେଣନେଣ ମାମଲାରେ ସତର୍କତା ଅବଲମ୍ବନ କରନ୍ତୁ, ବଡ଼ ଅଶାନ୍ତିକୁ ଅତିକ୍ରମ କରିବେ।
କନ୍ୟା: ଦାମ୍ପତ୍ୟ ଜୀବନରେ ବିବାଦର ଆପୋସ ସମାଧାନ ହେବ। ବ୍ୟବସାୟୀ ଭଲ ଅବସର ପାଇବେ। ଘର ତିଆରି ଲାଗି ଯୋଜନା କରିବେ।
ତୁଳା: ବେପାରରେ ଲାଭ ହେବାର ଆଶା। ବାଣିଜ୍ୟ ଛାତ୍ରଙ୍କ ଲାଗି ଦିନଟି ଭଲ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।
ବିଛା: ଘରକୁ ବନ୍ଧୁବାନ୍ଧବ ଆସିବା ସମ୍ଭାବନା ଅଛି। କୌଣସି ବିଶେଷ କାମ ଲାଗି ପରିବାରର ଆପଣଙ୍କ ଉପରେ ଆଶା ରହିବ।
ଧନୁ: ବ୍ୟବସାୟରେ ଭଲ ସୁଯୋଗ ପାଇବେ। ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। କଳା ଛାତ୍ର ଶିକ୍ଷକଙ୍କର ପୂରା ସହଯୋଗ ପାଇବେ।
ମକର: ସକାରାତ୍ମକ ଭାବନାରେ ଆଗକୁ ବଢ଼ିବେ। ଆର୍ଥିକ ଲାଭର ଯୋଗ ଅଛି। ନିଜ ବ୍ୟବସାୟିକ ଯୋଜନା ପରିବର୍ତ୍ତନ କରିବେ। ପ୍ରେମୀ ଯୁଗଳ ପରସ୍ପରକୁ ଉପହାର ଦେବେ।
କୁମ୍ଭ: ଧନଲାଭ ହେବାର ଆଶା ଅଛି। ଜୀବନସାଥୀ ସହ ସମ୍ବନ୍ଧ ମଜଭୁତ ହେବ। କାରବାର ସମ୍ବନ୍ଧୀୟ କାମରେ ଦୂରସ୍ଥାନକୁ ଯିବାର ଯୋଗ ଅଛି।
ମୀନ: ଜୀବନସାଥୀଙ୍କ ସହଯୋଗରେ ଆପଣଙ୍କର କିଛି କାମ ସଂପୂର୍ଣ୍ଣ ହୋଇଯିବ। ଶିକ୍ଷକଙ୍କ ଲାଗି ଭଲ ଦିନଟିଏ। କୌଣସି କାମରେ ସଫଳତା ଯୋଗୁଁ ଆତ୍ମବିଶ୍ବାସ ବୃଦ୍ଧି ହେବ।
ଦୈନିକ ରାଶିଫଳ