ମେଷ:  କିଛି ମାମଲାରେ ଆପଣ ବୁଦ୍ଧି ବବେକର କାମ କରିବାକୁ ହେବ। ଆପଣଙ୍କ ବିନମ୍ର ସ୍ବଭାବର ପ୍ରଶଂସା ହେବ। ସମାଜରେ ମାନ ସମ୍ମାନ ପାଇବେ। ଦାମ୍ପତ୍ୟ ଜୀବନରେ ସୁଖ ପାଇବେ। ଆୟରେ ବୃଦ୍ଧି ହେବ।
ବୃଷ:  ଆପଣଙ୍କ ଭିତରେ ନୂଆ ଆଶା ଓ ଖୁସି ରହିବ। ଆପଣ କୌଣସି ବନ୍ଧୁର ସହଯୋଗ ପାଇବେ। କୌଣସି ସଂଶୟରୁ ମୁକ୍ତି ପାଇବେ। ଘରେ ଖୁସିର ପରିବେଶ ରହିବ। ବେପାରରେ ଲାଭ ହେବ। ‌
ମିଥୁନ:  କାମ ସଂପୂର୍ଣ୍ଣ କରିବା ପାଇଁ ନୂଆ ପଦ୍ଧତି ଉପରେ ବିଚାର କରିବେ। ଜୀବନସାଥୀର ପୂର୍ଣ୍ଣରୂପେ ସହଯୋଗ ପାଇବେ। ଆର୍ଥିକ ସ୍ଥିତି ମଜଭୁତ ରହିବ। ବିଦ୍ୟାର୍ଥୀ ମନ ଲଗାଇ ପଢ଼ିବେ। 
‌କର୍କଟ: ଆପଣ ଯେଉଁ ନିର୍ଣ୍ଣୟ ନେବେ ତାହା ଆପଣଙ୍କୁ ଭବିଷ୍ୟତରେ ଲାଭ ମିଳିବ। ଜମି ବ୍ୟବସାୟୀଙ୍କୁ ପୁରୁଣା ଜମିରୁ ଯଥେଷ୍ଟ ଲାଭ ମିଳିବ। ବାହନ କିଣିବା ଲାଗି ମନ ବଳିବ। ଘରକୁ ବନ୍ଧୁ ଆସିବେ।‌

Advertisment

ସିଂହ:  ଦିନଟି ଆପଣଙ୍କ ଲାଗି ସକାରାତ୍ମକ ରହିବ। ବନ୍ଧୁ ସହାୟତାରେ ଆୟର ସାଧନ ପାଇବେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ପରିଶ୍ରମରେ ଆପଣ ପ୍ରସିଦ୍ଧି ବଢ଼ାଇବେ। ବନ୍ଧୁ ଘରକୁ ଯିବା ପାଇଁ ନିମନ୍ତ୍ରଣ ଆସିବ।‌‌

କନ୍ୟା:  ଏଭଳି ଜାଗାରୁ ଡ଼ାକରା ଆସିବ ଯାହା ଦୀର୍ଘ ଦିନରୁ ଯାଇନାହାନ୍ତି। ଆପଣଙ୍କୁ ଟଙ୍କାପଇସାର ଆବଶ୍ୟକତା ହେବ। କ୍ୟାରିୟରକୁ ନେଇ ଅନୁଭବୀଙ୍କ ଠାରୁ ପରାମର୍ଶ ନେବେ। ପ୍ରେମ ଜୀବନ ଭଲ ରହିବ। ‌
ତୁଳା:  ଆପଣଙ୍କ ଦିନଚର୍ଯ୍ୟା ଭଲ ରହିବ। ଭୌତିକ ସୁଖ ସୁବିଧାରେ ବୃଦ୍ଧି ହେବ। ଘରୋଇ ଉଦ୍ୟୋଗରେ କାମ କରୁଥିବା କର୍ମଚାରୀଙ୍କ ଲାଗି ଦିନଟି ଭଲ। ଅସହାୟଙ୍କୁ ସାହାଯ୍ୟ କରିବା ଲାଗି ଆଗେଇ ଆସିବେ। ‌
ବିଛା:  ପଡ଼ୋଶୀରେ ହେଉଥିବା ଶୁଭକାର୍ଯ୍ୟରେ ପରିବାର ସହ ସମ୍ମିଳିତ ହେବେ। ବ୍ୟବସାୟରେ ପରିବର୍ତ୍ତନ ପାଇଁ ବାପାଙ୍କ ସହ କଥାବାର୍ତ୍ତା କରିବେ। ରାଜନୀତି କ୍ଷେତ୍ରରେ ଥିବା ଲୋକ ସଭାରେ ଭାଷଣ ଦେବାର ମଉକା ପାଇବେ। ‌
ଧନୁ:  ବାପା ମାଆଙ୍କୁ ନିଜର ମନର କଥା କହିବେ। କାହାରି ଠାରୁ ଫୋନ‌ରେ ଶୁଭ ସୂଚନା ପାଇବେ। ପରିବାର ସହ ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ ହେବେ। ଭାଇ ଭଉଣୀଙ୍କର ସହଯୋଗ ପାଇବେ। ‌
ମକର:  ସମାଜ ସେବା କ୍ଷେତ୍ରରେ ଥିବା ଲୋକଙ୍କର ପ୍ରଭାବ ବଢ଼ିବ। ଲେଖନ କ୍ଷେତ୍ରରେ ଥିବା ଲୋକ ଖୁସି ଖବର ପାଇବେ। ରୋଜଗାରର ନୂଆ ଅବସର ପାଇବେ। ବାଣିଜ୍ୟ ଛାତ୍ରଙ୍କ ଲାଗି ଦିନଟି ଭଲ। ‌
କୁମ୍ଭ:  ବନ୍ଧୁ ଆଉ ସଂପର୍କିୟ ସହିତ ଭଲ ତାଳମେଳ ରହିବେ। ଜମି ସଂପର୍କିତ ସମସ୍ୟା ଅଧିକ ଯାଆସ ପରେ କାମ ହୋଇଯିବ। ସିଲାଇ କାମ କରୁଥିବା ଲୋକ ଭଲ ଲାଭ ପାଇବେ। ‌
ମୀନ:  ଆବଶ୍ୟକତା ଠାରୁ ଅଧିକ ଚିନ୍ତା କରନ୍ତୁ ନାହିଁ। ଭ୍ରମଣ ସୁଖ ରହିଛି। କ‌ାମରେ ଜୀବନସାଥୀର ସହଯୋଗ ପାଇବେ। ରାଜନୀତିରେ ଆର୍ଥିକ ଲାଭ ହେବ। ଛାତ୍ରଛାତ୍ରୀ ଶିକ୍ଷକଙ୍କର ପୂରା ସହଯୋଗ ପାଇବେ।‌

ଦୈନିକ ରାଶିଫଳ