ମେଷ: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ସମାଜରେ ପ୍ରସିଦ୍ଧି ବଢ଼ିବ। ବେପାରରେ ବକେୟା ଅର୍ଥ ପାଇବେ। ଚାକିରିରେ ପଦୋନ୍ନତି ହୋଇପାରେ।
ବୃଷ: ଯେଉଁ କାମ କରିବାକୁ ଭାବିବେ ତାହା ମନୋଯୋଗରେ କରିବେ। କୋର୍ଟ ମାମଲାରେ ଆପଣଙ୍କର ଜୟଲାଭ ହେବ। ଅଫିସରେ ଆପଣଙ୍କୁ ସମ୍ମାନିତ କରାଯାଇପାରେ। ଭଗବାନଙ୍କ ପ୍ରତି ଆସ୍ଥା ବଢ଼ିବ।
ମିଥୁନ: ଶତ୍ରୁ ଆପଣଙ୍କୁ ବନ୍ଧୁତାର ହାତ ବଢ଼ାଇବେ। ଲାଭର ଅବସର ହାତଛଡ଼ା କରନ୍ତୁ ନାହିଁ। ପେସାଦାର ବ୍ୟବସାୟୀ ଯଥେଷ୍ଟ ଲାଭ ପାଇବେ। ପାରିବାରିକ ସମ୍ବନ୍ଧ ଭଲ ହେବ। ପ୍ରେମ ଜୀବନ ମଧୁର ରହିବ।
କର୍କଟ: ପୂଜାପାଠରେ ସମୟ ବିତିବ। ଆପଣଙ୍କର ସବୁ ମନୋକାମନା ପୂରଣ ହେବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଅବିବାହିତ କନ୍ୟାଙ୍କ ଲାଗି ଭଲ ଦିନଟିଏ। ପ୍ରତିଯୋଗୀ ପରୀକ୍ଷାର୍ଥୀ ଶୁଭଫଳ ପାଇବେ।
ସିଂହ: ଅନୁଭବୀ ବ୍ୟକ୍ତିଙ୍କ ସହିତ ରହି ବହୁତ କିଛି ଶିଖିବାକୁ ପାଇବେ। ଆର୍ଥିକ ମାମଲାରେ କାହାରି ଉପରେ ଭରସା କରନ୍ତୁ ନାହିଁ। ବେପାର କାମରେ ଅନ୍ୟ ସହରକୁ ଯିବେ। ଛାତ୍ରଛାତ୍ରୀ ପଢ଼ିବା ପ୍ରତି ଗମ୍ଭୀର ରହିବେ।
କନ୍ୟା: ଆପଣ ଅଧିକ ସମୟ ପରିବାର ସହ ଅତିବାହିତ କରିବେ। ଆପଣଙ୍କର ଅଧୁରା କାମ ପୂରା ହେବ। ଖେଳାଳୀମାନେ ନିଜର ହୃତଗୌରବ ଫେରି ପାଇବେ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।
ତୁଳା: ସ୍ବାସ୍ଥ୍ୟ ପ୍ରତି ସଚେତ ରୁହନ୍ତୁ। କର୍ମକ୍ଷେତ୍ରରେ ନୂଆ ବିଚାର ଉପରେ ଭାବିବା ଲାଗି ଦିନଟି ଭଲ। ପ୍ରେମୀ ଯୁଗଳ ବାହାରକୁ ବୁଲି ଯାଇପାରନ୍ତି। ଶିକ୍ଷାର୍ଥୀଙ୍କର ଲେଖାପଢ଼ାରେ ମନ ଲାଗିବ।
ବିଛା: ଭାବିଥିବା ସବୁ କାମ ସଂପୂର୍ଣ୍ଣ ହେବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ। ବାଇକ୍ ଚଳାଇବା ସମୟରେ ଅନ୍ୟମନସ୍କ ହୁଅନ୍ତୁ ନାହିଁ। ଜୀବନସାଥୀଙ୍କ ସହ ସମ୍ବନ୍ଧରେ ମଧୁରତା ବଢ଼ିବ।
ଧନୁ: ଅଫିସ କାମ ସହଜରେ ପୂରା ହୋଇଯିବ। ଅଚାନକ ଧନଲାଭ ଯୋଗ ଅଛି। ପରିବାରକୁ ନୂଆ ବନ୍ଧୁର ଆଗମନ ହେବ। ଛାତ୍ରଙ୍କ ମନ କିଛି ନୂଆ ଶିଖିବାରେ ଆଗ୍ରହ ହେବ।
ମକର: କୌଣସି ପାରିବାରିକ ଦାୟିତ୍ବ ଆପଣଙ୍କୁ ପ୍ରଦାନ କରାଯାଇପାରେ। ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କିଣି ପାରନ୍ତି। ବିରୋଧୀଙ୍କ ସହ ଲାଗି ରହିଥିବା ବିବାଦ ସମାପ୍ତ ହୋଇଯିବ। ଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।
କୁମ୍ଭ: ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ। ଷ୍ଟିଲ୍ ସାମଗ୍ରୀ କିଣି ପାରନ୍ତି। ଅଫିସରେ ସମସ୍ତଙ୍କ ସହିତ ଭଲ ତାଳମେଳ ରହିବ। କୌଣସି ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ।
ମୀନ: ପେସାଦାର ବ୍ୟବସାୟଙ୍କ ଲାଗି ଦିନଟି ଲାଭପ୍ରଦ। ଜୀବନରେ କିଛି ପରିବର୍ତ୍ତନ କରିବାକୁ ଚେଷ୍ଟା କରିବେ। ରାଜନୀତିରେ ସଫଳତା ପାଇବେ। ମହିଳାମାନଙ୍କ ଲାଗି ଭଲ ଦିନଟିଏ।
ଦୈନିକ ରାଶିଫଳ