ମେଷ: ଭାବପ୍ରବଣ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଉନ୍ନତି ଲାଗି ବ୍ୟବସାୟରେ ପରିବର୍ତ୍ତନ ଆଣିବା ଜରୁରି। ଛାତ୍ରଛାତ୍ରୀଙ୍କ କ୍ୟାରିଅରରେ ପରିବର୍ତ୍ତନ ଆସିବ। 
ବୃଷ: ଅଫିସରେ କାମର ବୋଝ ବଢ଼ିପାରେ। ଅନ୍ୟମାନଙ୍କ ମାମଲାରେ ହସ୍ତକ୍ଷେପ କରନ୍ତୁ ନାହିଁ। ଛାତ୍ରଛାତ୍ରୀ ପାଠପଢ଼ାରେ ବିଶେଷ ଧ୍ୟାନ ଦେବେ।  
ମିଥୁନ: ଦିନଟି ଶାନ୍ତିପୂର୍ଣ୍ଣ ରହିବ। ନିଜ କାମରେ ସୁଧାର ଆଣିବାରେ ଆପଣଙ୍କ ପୂରା ଧ୍ୟାନ ରହିବ। ବ୍ୟବହାର କୁଶଳତା ଆର୍ଥିକ ସଫଳତା ପ୍ରଦାନ କରିବ। 
କର୍କଟ: କିଛି ସମୟ ଆଧ୍ୟାତ୍ମିକ ଗତିବିଧିରେ ବିତାଇ ମାନସିକ ଶାନ୍ତି ପାଇବେ। ଶୁଭ ଖବର ମିଳିବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ଖର୍ଚ୍ଚକୁ ନିୟନ୍ତ୍ରଣ ରଖନ୍ତୁ। 

Advertisment

ସିଂହ: କୌଣସି ବ୍ୟକ୍ତି ସଂପର୍କରେ ଭାବି ରୋମାଞ୍ଚିତ ହେବେ। କର୍ତ୍ତୃପକ୍ଷଙ୍କ କଥାକୁ ଗମ୍ଭୀରତାର ସହ ନିଅନ୍ତୁ। ପାରିବାରିକ ସମସ୍ୟା ଯୋଗୁଁ ବ୍ୟବସାୟକୁ ସମୟ ଦେଇପାରିବେ ନାହିଁ। 

କନ୍ୟା: ଆଖପାଖର ଲୋକଙ୍କ ସହିତ ବ୍ୟବହାର ଭଲ ରହିବ। ଧାର୍ମିକ ସ୍ଥାନକୁ ଯିବାକୁ ଯୋଜନା କରିବେ। ନୂଆ କାମ ଆରମ୍ଭ ଲାଗି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗ ପାଇବେ। 
ତୁଳା: ବଡ଼ଙ୍କର ଆଶୀର୍ବାଦ ଯୋଗୁଁ ଆପଣଙ୍କର ସକାରାତ୍ମକ ଶକ୍ତି ବଢ଼ିବ। ବିଷମ ପରିସ୍ଥିତିରେ ଭୟଭୀତ ନ ହୋଇ ତା’ର ସମାଧାନ ପାଇଁ ପ୍ରୟାସ କରନ୍ତୁ, ସବୁ ଠିକ୍ ହୋଇଯିବ। 
ବିଛା: ବ୍ୟବସାୟ ଯୋଜନାରେ ପରିବର୍ତ୍ତନ କରିବା ଜରୁରି। ଆପଣଙ୍କର ଆୟ ପୂର୍ବ ଭଳି ରହିବ। ଚାକିରିଆଙ୍କ ଲାଗି ବଦଳିର ଯୋଗ ରହିଛି। ଘରେ ଶାନ୍ତିର ପରିବେଶ ରହିବ। 
ଧନୁ: ଅତ୍ୟଧିକ କାର୍ଯ୍ୟଭାର ରହିବ। ସଂପର୍କକୁ ସୁଦୃଢ଼ କରନ୍ତୁ। କାହାରି ପରାମର୍ଶ ମିଳିବା ଯୋଗୁଁ ଆପଣଙ୍କର ସାହସ ବଢ଼ିବ। ଛାତ୍ରଛାତ୍ରୀ ପାଠପଢ଼ାରେ ଧ୍ୟାନକେନ୍ଦ୍ରୀତ କରିବେ। 
ମକର: ସଂପତ୍ତି ବିବାଦ ସମାଧାନ ହୋଇପାରେ। ପରିସ୍ଥିତି ଆପଣଙ୍କ ଲାଗି ଅନୁକୂଳ ହୋଇଯିବ। ଭାଇଭଉଣୀଙ୍କ ସହଯୋଗ ପାଇବେ। ଅଫିସରେ ନୂଆ କାମ କରିପାରନ୍ତି।
କୁମ୍ଭ: ବ୍ୟବସାୟ ବଢ଼ାଇବା ଲାଗି ଅନୁକୂଳ ସମୟ। ସରକାରୀ ଚାକିରିଆଙ୍କ ଉପରେ କାମର ବୋଝ ଅଧିକ ରହିବ। ଛାତ୍ରଛାତ୍ରୀଙ୍କର ପଢ଼ାରେ ମନ ଲାଗିବ।
ମୀନ: ପରିବାର ପାଇଁ କିଛି ସମୟ ଦେଇ ବାତାବରଣକୁ ମଧୁର ରଖନ୍ତୁ। ସଫଳତା ଆପଣଙ୍କ କ୍ଳାନ୍ତିକୁ ଦୂର କରିଦେବ। ଛାତ୍ରଛାତ୍ରୀ ପ୍ରୟାସର ମନମୁତବାକ ପରିଣାମ ପାଇବେ।

ଦୈନିକ ରାଶିଫଳ