ମେଷ: ଲୋକଙ୍କୁ ନିଜ ଯୋଜନାରେ ସହମତ କରାଇନେବେ। ଘର ଖର୍ଚ୍ଚ ବଢ଼ିପାରେ। ଆପଣଙ୍କ କାମ ନିର୍ଦ୍ଧାରିତ ସମୟରେ ସରିବ। ରାଜନୀତିରେ ସଫଳତା ପାଇବେ। 
ବୃଷ: ଘରେ ଉଚିତ ବ୍ୟବସ୍ଥା ବନାଇ ରଖିବା ଚେଷ୍ଟାରେ ସଫଳ ହେବେ। ଆପଣଙ୍କ ଆତ୍ମବିଶ୍ବାସ ବଢ଼ିବ। ସନ୍ଧ୍ୟା ସୁଦ୍ଧା ଶୁଭ ଖବର ପାଇବେ। ଦାମ୍ପତ୍ୟ ଜୀବନ ସୁଖଦ ଓ ପ୍ରେମପୂର୍ଣ୍ଣ ରହିବ। 
ମିଥୁନ: ସକାରାତ୍ମକ ଚିନ୍ତା ଆପଣଙ୍କୁ ଲାଭ ଦେବ। ନୂଆ ନୂଆ ବ୍ୟାବସାୟିକ ସୂଚନା ହାସଲ କରିବେ। ସ୍ବାସ୍ଥ୍ୟଗତ ସମସ୍ୟାରୁ ଉପଶମ ପାଇବେ।
କର୍କଟ: ଦିନଟି କିଛି ସୁଖଦ ଘଟଣାରୁ ଆରମ୍ଭ ହେବ। ବନ୍ଧୁ ବା ସହଯୋଗୀଙ୍କ ଦ୍ବାରା ମହତ୍ତ୍ବପୂର୍ଣ୍ଣ ସୂଚନା ପାଇବେ। ପାରିବାରିକ ଦାୟିତ୍ବ ନିର୍ବାହରେ ଆପଣଙ୍କର ବିଶେଷ ଯୋଗଦାନ ରହିବ। 

Advertisment

ସିଂହ: ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରିବେ। ଆର୍ଥିକ ଯୋଜନା ପ୍ରସ୍ତୁତି କରିବେ। ଧାର୍ମିକ ବା ସାମାଜିକ ଆୟୋଜନରେ ଯୋଗ ଦେବେ।

କନ୍ୟା: କାର୍ଯ୍ୟରେ ସମସ୍ୟାର ସମାଧାନ ଖୋଜିନେବେ। ବେପାରରେ ଧନଲାଭ ହେବ। ଅଧିକ ସମୟ ପରିବାର ସହିତ ବିତାଇ ପାରନ୍ତି। ବିଦ୍ୟାର୍ଥୀ ଲାଭଦାୟକ ଅବସର ପାଇବେ। 
ତୁଳା: ବନ୍ଧୁ ଅଚାନକ ଘରକୁ ଆସିବେ। ନିଜର ବ୍ୟକ୍ତିଗତ କାର୍ଯ୍ୟ ପ୍ରତି ଧ୍ୟାନ ଦେବେ। କାହାରି ସହିତ କଥା ହେବାବେଳେ ନିଜର ବାଣୀ ଉପରେ ସଂଯମ ରଖନ୍ତୁ। 
ବିଛା: ନକାରାତ୍ମକ ଖବର ମିଳିବା ଯୋଗୁଁ ଅଶାନ୍ତ ହୁଅନ୍ତୁ ନାହିଁ। ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ପରିବାରରେ କୌଣସି ଦାୟିତ୍ବ ନିର୍ବାହ କରିବେ। 
ଧନୁ: କୌଣସି କାର୍ଯ୍ୟରେ କରି ଆସୁଥିବା ପରିଶ୍ରମର ସକାରାତ୍ମକ ପରିଣାମ ପାଇବେ। କୌଣସି ଶୁଭ ଚିନ୍ତକଙ୍କ ଠାରୁ ସାହାଯ୍ୟ ମିଳିବ। ଭବିଷ୍ୟତକୁ ନେଇ ଅଧିକ ଗମ୍ଭୀର ରହିବେ।  
ମକର: ମିଡ଼ିଆ କ୍ଷେତ୍ରରେ ଥିବା ଲୋକଙ୍କ କାମର ପ୍ରଶଂସା ହେବ। ଜୀବନ ସ୍ତରକୁ ସୁଧାରିବାରେ ଯଥେଷ୍ଟ ସଫଳ ହେବେ। ରଚନାତ୍ମକ କାର୍ଯ୍ୟରେ ସମୟ ଅତିବାହିତ କରିବେ। 
କୁମ୍ଭ: କୌଣସି ବ୍ୟକ୍ତିଙ୍କ ଠାରୁ ଆଶାଠୁ ଯଥେଷ୍ଟ ଫାଇଦା ହେବ। କୌଣସି କାରଣରୁ ସ୍ବଭାବ ଚିଡ଼ିଚିଡ଼ା ରହିବ। ଜୀବନସାଥୀ ଓ ପରିଜନଙ୍କର ପୂରା ସହଯୋଗ ପାଇବେ। 
ମୀନ: ଅନ୍ୟମାନଙ୍କ କାର୍ଯ୍ୟରେ ସାହାଯ୍ୟ କରିବେ। ଧାର୍ମିକ ସମାରୋହକୁ ଯିବେ। ନିଜର ବ୍ୟବହାରରେ ଉନ୍ନତି କରିବାକୁ ଚେଷ୍ଟା କରିବେ। କୌଣସି କାମରେ ଅଧିକ ସମୟ ଲାଗିପାରେ।

ଦୈନିକ ରାଶିଫଳ