ମେଷ:-ମସ୍ତିଷ୍କରେ ଘୂରି ବୁଲୁଥିବା ବିଚାରରେ ଉନ୍ନତି ହେବ। କୌଣସି ଶୁଭ ଖବର ପାଇବେ। ସାମାଜିକ କ୍ଷେତ୍ରରେ ଆପଣଙ୍କର ସକ୍ରିୟତା ବଢ଼ିବ। ସୁସମ୍ବାଦ ପାଇବେ। ପ୍ରେମୀ ଯୁଗଳଙ୍କ ସମ୍ବନ୍ଧରେ ମଧୁରତା ବଜାୟ ରହିବ।
ବୃଷ:-ଆପଣଙ୍କ କାମ କରିବା ଢ଼ଙ୍ଗରେ ଲୋକେ ପ୍ରଭାବିତ ହେବେ। କୌଣସି ମାମଲାରେ ଭାବୁକ ହୋଇପାରନ୍ତି। ବେପାରରେ ଲାଭ ହେବ। ବିବାହିତଙ୍କ ଲାଗି ଦିନଟି ଭଲ। ଛାତ୍ରଙ୍କୁ ଶିକ୍ଷକଙ୍କ ସାହାଯ୍ୟ ମିଳିବ।
ମିଥୁନ:-ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ। ଆପଣଙ୍କର ଶକ୍ତି ଭଲ କାମରେ ଲଗାଇବେ। ବିଦେଶ ଯିବାର ସ୍ବପ୍ନ ପୂରା ହୋଇପାରେ। ଅଫିସରେ ଆପଣଙ୍କ କାମ ଦେଖି କତୃପକ୍ଷ ଖୁସି ହେବେ। ପରିବାରରେ ଖୁସିର ଆଗମନ ହେବ।
କର୍କଟ:-ପୂର୍ବ କଥାକୁ ନେଇ ଚିନ୍ତିତ ରହିବେ। ନିଜ କୁଟୁମ୍ବର ପୂରା ସହଯୋଗ ପାଇବେ। ବେପାରରେ ଲାଭ ହେବାର ଯୋଗ ଅଛି। ଅଫିସରେ କୌଣସି ସହକର୍ମୀଙ୍କ ସହ ବନ୍ଧୁତା ହେବ। ବାଇକ୍ କିଣିବା ଯୋଗ ଅଛି।
ସିଂହ:-ବନ୍ଧୁ ଘରକୁ ଆସିବା ଯିବା ଲାଗି ରହିବ। ବେକାରଙ୍କୁ ରୋଜଗାରର ମଉକା ମିଳିବ। ପ୍ରସାଧନ ବ୍ୟବସାୟୀଙ୍କର ଯଥେଷ୍ଟ ଲାଭ ହେବ। ଜୀବନସାଥୀ ସହ ସମ୍ବନ୍ଧ ମଧୁର ହେବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।
କନ୍ୟା:-ଅନୁଭବୀ ବ୍ୟକ୍ତିଙ୍କଠୁ ମିଳିଥିବା ପରାମର୍ଶ ଆପଣଙ୍କ ଲାଗି ଲାଭଦାୟକ ହେବ। ଶୁଭ ଖବର ପାଇବେ। ସାମାଜିକ କାର୍ଯ୍ୟରେ ସହଯୋଗ ଦେବେ। ପ୍ରେମ ଓ ବୈବାହିକ ଜୀବନରେ ଅସୀମ ସୁଖ ପାଇବେ।
ତୁଳା:-ଯାହା ବି ବେପାର ଆରମ୍ଭ କରିବେ ସେଥିରେ ସଫଳତା ପାଇବେ। ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ। ପରିବାରରେ ମଧୁରତା ସହ ବିଶ୍ବାସ ବି ବଢ଼ିବ। ପ୍ରେମ ଓ ରୋମାନ୍ସ ପାଇଁ ଦିନଟି ଭଲ।
ବିଛା:-ପୂରା ଧ୍ୟାନ କାମକୁ ସଂପୂର୍ଣ୍ଣ କରିବାରେ ଲାଗି ରହିବ। କୌଣସି ସମାରୋହକୁ ଯିବା ପାଇଁ ଯୋଜନା କରିବେ। ଜୀବନସାଥୀ ଆପଣଙ୍କ ସଚ୍ଚୋଟତାରେ ପ୍ରଭାବିତ ହେବେ। ଗୃହ ସଂପତ୍ତି କିଣିବା ଲାଗି ଯୋଜନା କରିବେ।
ଧନୁ:-ଆପଣଙ୍କ ଧ୍ୟାନ ଆଧ୍ୟାତ୍ମିକ ଆଡ଼କୁ ଅଧିକ ରହିବ। ନୂଆ ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ କୌଣସି ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନେବେ। ଚାକିରିରେ ପ୍ରଭୁତ୍ବ ବଢ଼ିବ। ଉଚ୍ଚଶିକ୍ଷା ଲାଗି ଦିନଟି ବହୁତ ଭଲ।
ମକର:-ବ୍ୟବସାୟରେ କୌଣସି ଉଚ୍ଚାଧିକାରୀଙ୍କ ସହାୟତା ନେଇ ପାରନ୍ତି। ଚାକିରିଜୀବୀଙ୍କ ଲାଗି ଦିନଟି ଭଲ। ପାରିବାରିକ ଜୀବନରେ ଭଲ ପରିଣାମ ଦେଖିବେ। ପ୍ରିୟଜନଙ୍କ ସହ ସମ୍ବନ୍ଧ ମଧୁର ହେବ।
କୁମ୍ଭ:-ଆପଣ ନିଜର କାମ ଧୀରେଧୀରେ କରି ପୂରା କରିବେ। କୌଣସି ଅଜଣା ବ୍ୟକ୍ତିଙ୍କ ବ୍ୟବହାର ନେଇ ମନ ଟିକେ ଖରାପ ହେବ। ବ୍ୟବସାୟରେ କାମରେ ଦୂରସ୍ଥାନକୁ ଯିବେ। ପ୍ରେମ ସଂପର୍କ ନିବିଡ଼ ହେବ।
ମୀନ:-ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। କ୍ୟାରିୟର ସଂପର୍କିତ ନୂଆ ଅବସର ପାଇବେ। ଆର୍ଥିକ କ୍ଷେତ୍ରରେ ସ୍ଥିରତା ବଜାୟ ରହିବ। ଜୀବନସାଥୀ ସହ ଭଲ ସମୟ ଅତିବାହିତ କରିବେ।