ମେଷ: ପରିବାରରେ ସବୁ କିଛି ଭଲ ଚାଲିବ। ସ୍ବାସ୍ଥ୍ୟ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ଲାଗି ଦିନଟି ଭଲ। ସାମାଜିକ କାର୍ଯ୍ୟରେ ଆପଣଙ୍କର ରୁଚି ରହିବ।
ବୃଷ: କାରବାର ବଢ଼ାଇବା ପାଇଁ କୌଣସି ମଉକା ପାଇବେ। ଅନ୍ତରଙ୍ଗ ବନ୍ଧୁ ଆପଣଙ୍କ ପାଖକୁ ଆସିପାରନ୍ତି। ପାଠପଢ଼ାରେ ରହିଥିବା ବାଧା କାହାରି ସାହାଯ୍ୟରେ ଦୂର ହେବ। 
ମିଥୁନ: ଯେଉଁ କାମ ହାତକୁ ନେବେ ତାହା ସଂପୂର୍ଣ୍ଣ ହୋଇଯିବ। ଅଫିସର କୌଣସି ବୈଠକରେ ଯୋଗ ଦେବେ। ବାଇକ୍ କିଣିବା ଲାଗି ମନସ୍ଥ କରିବେ। 
କର୍କଟ: ଲୋକେ ଆପଣଙ୍କ କଥା ଉପରେ ପୂରା ଧ୍ୟାନ ଦେବେ। ଅଫିସରେ ଉଚ୍ଚଅଧିକାରୀ ଆପଣଙ୍କ କାମର ପ୍ରଶଂସା କରିବେ। ସନ୍ଧ୍ୟାରେ ଜୀବନସାଥୀଙ୍କ ସହ ଆନନ୍ଦଦାୟକ ସମୟ ବିତିବ। 

Advertisment

ସିଂହ: ନିଜ କ୍ୟାରିଅର ପାଇଁ ବଡ଼ ଫଇସଲା ନେବାକୁ ପଡ଼ିପାରେ। ଚାକିରି କାମରେ ଆପଣଙ୍କୁ ଅଚାନକ ବାହାରକୁ ଯିବାକୁ ପଡ଼ିପାରେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।

କନ୍ୟା: ସମ୍ବନ୍ଧ ଓ କାର୍ଯ୍ୟ ମଧ୍ୟରେ ତାଳମେଳ ବଜାୟ ରହିବ। ଜୀବନସାଥୀ ଆପଣଙ୍କୁ ଖୁସି ଖବର ଦେବେ। ବେପାରରେ ଗତି ବଢ଼ିବ। ବାହାରର ମସଲାଯୁକ୍ତ ଖାଦ୍ୟ ବର୍ଜନ କରନ୍ତୁ।
ତୁଳା: ସହକର୍ମୀଙ୍କ ସାହାଯ୍ୟ ମିଳିବା ଯୋଗୁଁ ନିର୍ଦ୍ଧାରିତ ସମୟରେ କାମ ପୂରା କରିଦେବେ। ଆପଣଙ୍କ ସକାରାତ୍ମକ ବିଚାର କାହାରିକୁ ପ୍ରଭାବିତ କରିପାରେ।
ବିଛା: ମାତାପିତାଙ୍କ ପରାମର୍ଶ ଲାଭପ୍ରଦ ସାବ୍ୟସ୍ତ ହେବ। ସମାଜରେ ଆପଣଙ୍କର ପ୍ରତିଷ୍ଠା ବଢ଼ିବ। ଧନ ସଂପତ୍ତି ବୃଦ୍ଧି ହେବ। ଦିନ ସାରା ନିଜକୁ ସୁସ୍ଥସବଳ ଅନୁଭବ କରିବେ। 
ଧନୁ: ଅଫିସର କାମ ସହଜରେ ପୂରା କରିଦେବେ। ବ୍ୟବସାୟରେ କିଛି ନୂଆ ଅନୁଭବ ପ୍ରାପ୍ତ କରିବେ। ବକେୟା ଅର୍ଥ ମିଳିବା ଯୋଗୁଁ ଆର୍ଥିକ ପକ୍ଷ ସାମାନ୍ୟ ରହିବ। 
ମକର: ପୁରୁଣା ବନ୍ଧୁ ସହିତ ସାକ୍ଷାତ ହେବ। ଘରର ଅଧିକାଂଶ କାମ ପୂରା କରିବାରେ ସଫଳ ହେବେ। ନିତିଦିନିଆ ଜୀବନରେ କିଛି ନୂତନତ୍ବ ଆସିପାରେ। 
କୁମ୍ଭ: ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ମାତାପିତାଙ୍କ ଆଶୀର୍ବାଦ ଆପଣଙ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବ। 
ମୀନ: ପରିବାର ଲୋକଙ୍କ ସହିତ ସମୟ ଅତିବାହିତ କରିବେ। ନିଜର ଦିନଚର୍ଯ୍ୟାରେ ପରିବର୍ତ୍ତନ କରିବେ। ଆପଣଙ୍କର କାମ ନିର୍ଦ୍ଧାରିତ ସମୟରେ ପୂରା ହୋଇଯିବ।

ଦୈନିକ ରାଶିଫଳ