ମେଷ: ସାରା ଦିନ ମନରେ ପ୍ରସନ୍ନତା ରହିବ। ବେପାରରେ ନୂଆ ସଫଳତା ମିଳିପାରେ। ସାମାଜିକ କାର୍ଯ୍ୟ କରିବା ଲାଗି ଆପଣଙ୍କର ରୁଚି ବଢ଼ିବ। ଛାତ୍ରଛାତ୍ରୀ ପରୀକ୍ଷାରେ ବହୁତ ଭଲ କରିବେ।
ବୃଷ: କାର୍ଯ୍ୟକ୍ଷେତ୍ରରେ କିଛି ନୂଆ ଶିଖିବାକୁ ଚେଷ୍ଟା କରିବେ। ବୈଠକରେ ଆପଣଙ୍କ କଥାକୁ ଲୋକେ ଧ୍ୟାନ ଦେଇ ଶୁଣିବେ। କୌଣସି କ୍ଷେତ୍ରରେ ନିବେଶ କରିବେ। ଆପଣଙ୍କର ମନ ପସନ୍ଦ ଜିନିଷ କିଣିବେ।
ମିଥୁନ: ଜୀବନରେ ନୂଆ ପରିବର୍ତ୍ତନ ହୋଇପାରେ। ବିଶେଷ କାମରେ ଦୂରସ୍ଥାନକୁ ଯିବାକୁ ପଡ଼ିପାରେ। ଚାକିରିରେ ପଦୋନ୍ନତି ହୋଇପାରେ। ଦମ୍ପତ୍ୟ ସମ୍ବନ୍ଧରେ ମିଷ୍ଟତା ପରିପୂର୍ଣ୍ଣ ରହିବ।
କର୍କଟ: କର୍ମଜୀବୀ ମହିଳାଙ୍କର ଅଫିସରେ ଦିନଟି ଭଲରେ କଟିବ। ଧନଲାଭର ନୂଆ ମଉକା ପାଇବେ। ବ୍ୟବସାୟୀଙ୍କୁ ଭାଗ୍ୟର ସାଥ ମିଳିବ। ପ୍ରେମୀ ଯୁଗଳଙ୍କ ଲାଗି ଭଲ ଦିନଟିଏ।
ସିଂହ: ମନରେ ନୂଆ ନୂଆ ବିଚାର ସମାବେଶ ହେବ। ଆପଣଙ୍କର ବୁଦ୍ଧିମତ୍ତା ବିରୋଧୀମାନଙ୍କୁ ଦୂରରେ ରଖିବ। ରାଜନୈତିକ କାର୍ଯ୍ୟକ୍ରମରେ ରୁଚି ନେବେ। ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବ।
କନ୍ୟା: କାମରେ ଏକାଗ୍ରତା ଭଙ୍ଗ ହେବାକୁ ଦିଅନ୍ତୁ ନାହିଁ। ବ୍ୟବହାର ଅନ୍ୟମାନଙ୍କ ପ୍ରତି ଭଲ ରଖନ୍ତୁ। ବ୍ୟବସାୟରେ ଲାଗି ରହିଥିବା ସମସ୍ୟାର ସମାଧାନ କରିନେବେ। ପ୍ରେମ ଜୀବନ ଭଲ ରହିବ।
ତୁଳା: ଆତ୍ମବିଶ୍ବାସ ବହୁତ ଭଲ ରହିବ। ବ୍ୟବସାୟ କାମରେ ଅନ୍ୟ ରାଜ୍ୟକୁ ଯିବେ। ସୋସିଆଲ ମିଡ଼ିଆରେ ନୂଆ ବନ୍ଧୁ ବନାଇବେ। ଜୀବନସାଥୀ ସହ ଲାଗି ରହିଥିବା ମନୋମାଳିନ୍ୟ ସମାପ୍ତ ହୋଇଯିବ।
ବିଛା: ପୂର୍ବ କଥାକୁ ନେଇ ଚିନ୍ତିତ ରହିପାରନ୍ତି। ପରିବାରର ସବୁ ଲୋକ କାମରେ ଜଣେ ଅନ୍ୟଜଣଙ୍କୁ ସାହାଯ୍ୟ କରିବେ। ଆମଦାନି ଲାଗି ନୂଆ ସୁଯୋଗ ପାଇବେ। ବୈବାହିକ ଜୀବନରେ ସୁଖ ବୃଦ୍ଧି ହେବ।
ଧନୁ:-ଆପଣଙ୍କ ପ୍ରଦର୍ଶନରେ କତୃପକ୍ଷଙ୍କୁ ପ୍ରଭାବିତ କରିନେବେ। କୌଣସି ସହକର୍ମୀଙ୍କ ସହ ବନ୍ଧୁତା ହେବ। ସରକାରୀ କାମ ସଂପୂର୍ଣ୍ଣ ହେବ। ସାହିତ୍ୟ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ।
ମକର: ଶାନ୍ତ ମନରେ କାମ କରନ୍ତୁ ପ୍ରଚୁର ଲାଭ ପାଇବେ। ପ୍ଲାଷ୍ଟିକ ବ୍ୟବସାୟୀଙ୍କୁ ବଡ଼ ଅର୍ଡ଼ର ମିଳିବ। ଜୀବନସାଥୀଙ୍କ ଠାରୁ ସକାରାତ୍ମକ ସଂକେତ ମିଳିପାରେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।
କୁମ୍ଭ: ପୁରୁଣା ଚିନ୍ତା ସମାପ୍ତ ହେବ। ମହତ୍ବପୂର୍ଣ୍ଣ ବିଷୟ ଉପରେ ବନ୍ଧୁ ସହ କଥାବାର୍ତ୍ତା ହେବେ। ସାମାଜିକ କାର୍ଯ୍ୟରେ ସହଯୋଗ ଦେବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ।
ମୀନ: ସକାରାତ୍ମକ ଲୋକଙ୍କ ପରାମର୍ଶରେ ଲାଭ ହେବ। ନୂଆ କାମ କରିବା ଲାଗି ଭାବି ପାରନ୍ତି। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ଛାତ୍ରଙ୍କୁ କ୍ୟାରିୟର ସମ୍ବନ୍ଧରେ ବଡ଼ ସଫଳତା ମିଳିବ।
ଦୈନିକ ରାଶିଫଳ