ମେଷ: ଅଫିସ କାମକୁ ପୂରା ନିଷ୍ଠାର ସହିତ ପୂରା କରନ୍ତୁ, ଦରମା ବଢ଼ିପାରେ। ଅସହାୟଙ୍କୁ ସାହାଯ୍ୟ କରିବାର ମଉକା ପାଇବେ। ସନ୍ତାନ ଠାରୁ ସୁଖଦ ଖବର ପାଇବେ।
ବୃଷ: ପରିବାର ଲୋକଙ୍କ ପରାମର୍ଶ ଆପଣଙ୍କ ଲାଗି ମହତ୍ତ୍ବପୂର୍ଣ୍ଣ ରହିବ। ଅଫିସରେ ଜରୁରୀ ପ୍ରସଙ୍ଗ ଆଲୋଚନା କରିବେ। ଛାତ୍ରଛାତ୍ରୀ କିଛି ନୂଆ କରିବାକୁ ଚେଷ୍ଟା କରିବେ।
ମିଥୁନ: ବିରୋଧୀ ଆପଣଙ୍କ କାମର ପ୍ରଶଂସା କରିବେ। ଚାକିରିଆ ସହକର୍ମୀଙ୍କ ସାହାଯ୍ୟ ପାଇବେ। ବାପାମାଆଙ୍କ ଆଶୀର୍ବାଦରୁ କରୁଥିବା କାମରେ ସଫଳ ହେବେ।
କର୍କଟ: ବକେୟା ଅର୍ଥ ପାଇବେ। କୌଣସି ସମାରୋହରେ ସାମିଲ ହେବେ। ଅଜଣା ବ୍ୟକ୍ତିଙ୍କ ଉପରେ ଅଧିକ ବିଶ୍ବାସ କରନ୍ତୁ ନାହିଁ। ଲେଖକଙ୍କ ପୁସ୍ତକ ପ୍ରକାଶିତ ହୋଇପାରେ।
ସିଂହ: ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଖେଳାଳି ପ୍ରଶିକ୍ଷକଙ୍କ ଠାରୁ କିଛି ନୂଆ ଶିଖିବେ। ଛାତ୍ରଛାତ୍ରୀ ପାଠପଢ଼ାରେ ବିଶେଷ ଧ୍ୟାନ ଦେବେ।
କନ୍ୟା: ଶାରୀରିକ ଓ ମାନସିକ ଦୃଷ୍ଟିରୁ ସୁସ୍ଥ ଅନୁଭବ କରିବେ। କରଜ ପରିଶୋଧ କରିବେ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ।
ତୁଳା: ଆଳସ୍ୟ ବଢ଼ିବାକୁ ଦିଅନ୍ତୁ ନାହିଁ। ଜୀବନସାଥୀଙ୍କ ସହିତ କୌଣସି ପ୍ରସଙ୍ଗରେ ଆଲୋଚନା କରିବେ। ପୁରୁଣା ଜମିବାଡ଼ିର ସମସ୍ୟା ସୃଷ୍ଟି ହୋଇପାରେ।
ବିଛା: ଚାକିରିଆଙ୍କୁ ଅଚାନକ ଅର୍ଥର ଆବଶ୍ୟକତା ପଡ଼ିପାରେ। ସକାରାତ୍ମକ ଭାବନାକୁ ସାର୍ଥକ କାମରେ ଲଗାନ୍ତୁ। ଆପଣଙ୍କ ରଚନାତ୍ମକ ପ୍ରତିଭା ସମସ୍ତଙ୍କ ସାମନାକୁ ଆସିବ।
ଧନୁ: କୌଣସି କାମ ନିର୍ଦ୍ଧାରିତ ସମୟରେ ପୂରା ନ ହେବାରୁ ସମସ୍ୟା ହେବ। ରାଜନେତା ଉଚ୍ଚ ପଦକୁ ମନୋନୀତ ହୋଇପାରନ୍ତି। ବେପାରରେ ବଢ଼ିଆ ଧନଲାଭ ହେବ।
ମକର: ଦିଆଯାଇଥିବା କାମକୁ ନିର୍ଦ୍ଧାରିତ ସମୟରେ ପୂରା କରନ୍ତୁ। ବ୍ୟବସାୟରେ ନୂଆ ଯୋଜନା ଲାଗୁ କରିବେ। ମହିଳାଙ୍କୁ ଘର କାମରୁ ବିଶ୍ରାମ ମିଳିବ।
କୁମ୍ଭ: ଚାକିରିଆ ବ୍ୟକ୍ତି ଉନ୍ନତିର ଅବସର ପାଇବେ। ବାପା ଆପଣଙ୍କ ବ୍ୟବସାୟ ବଢ଼ାଇବା ପାଇଁ ଧନ ଖର୍ଚ୍ଚ କରିବେ। ଜୀବନସାଥୀ ସହିତ ମିଶି ପରିବାର ପାଇଁ ଭଲ କାମ କରିବେ।
ମୀନ: ନୂଆ କାମ କରିବା ଲାଗି ସମୟ ଭଲ ରହିବ। ଘରେ କୌଣସି ମରାମତି କରିପାରନ୍ତି। ବଜେଟକୁ ଧ୍ୟାନରେ ରଖି ଖର୍ଚ୍ଚ କରନ୍ତୁ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଧ୍ୟାନ ଦିଅନ୍ତୁ।
ଦୈନିକ ରାଶିଫଳ