ମେଷ: ଆପଣଙ୍କ ଆଖପାଖରେ ସକାରାତ୍ମକ ଶକ୍ତି ବଜାୟ ରହିବ। କୌଣସି ବଡ଼ ବ୍ୟବସାୟୀ ଗୋଷ୍ଠୀ ସହିତ ଭାଗୀଦାରି କରିବା ପାଇଁ ବିଚାର କରିବେ। ଦିନସାରା ନିଜକୁ ସୁସ୍ଥ ସବଳ ଅନୁଭବ କରିବେ।
ବୃଷ: ଘରର ବଡ଼ଙ୍କ ଠାରୁ କିଛି ପ୍ରେରଣା ପାଇବେ। ଆପଣ ଯାହା ବି କାମ କରିବେ ସଫଳ ହେବେ। ସମାଜରେ ଆପଣଙ୍କର ପ୍ରତିଷ୍ଠା ବଢ଼ିବ। ସୁଖ ସମୃଦ୍ଧିରେ ବୃଦ୍ଧି ହେବ। ବ୍ୟବହାର ସହଜ ବନାଇ ରଖନ୍ତୁ।
ମିଥୁନ: ନୂଆ ଜାଗାକୁ ବୁଲି ଯିବେ। ନୂଆ ଜୀବନରେ ନୂଆ ପାଠ ଶିଖିବେ। ଘର ଲୋକଙ୍କ ସହିତ ସମାରୋହ ସଂପର୍କ ବିଚାର କରିବେ। କୌଣସି ବଡ଼ କାମ ଆରମ୍ଭ ଆପଣଙ୍କ ହାତରେ ହେବ।
କର୍କଟ: ନିତି ଦିନିଆ ଜୀବନରେ କିଛି ନବୀନତା ଆସିପାରେ। ସମ୍ବନ୍ଧରେ ଗାରିମା ବଜାୟ ରଖିଲେ ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ଆର୍ଥିକ ସମସ୍ୟା ବନ୍ଧୁ ମାଧ୍ୟମରେ ସମାଧାନ ହୋଇଯିବ।
ସିଂହ: କିଣାବିକା ମାମଲାରେ ସାବଧାନ ରହନ୍ତୁ। ଆର୍ଥିକ ରୂପେ ବନ୍ଧୁ ଠାରୁ ସାହାଯ୍ୟ ପାଇବେ। କ୍ୟାରିୟର ବିଷୟରେ ଗୁରୁଙ୍କ ଠାରୁ ସାହାଯ୍ୟ ପାଇବେ। ନକାରାତ୍ମକ ଜିନିଷ ଠାରୁ ଦୂରରେ ରହନ୍ତୁ।
କନ୍ୟା: ଦୂରସ୍ଥାନକୁ ଯିବାର ଯୋଗ ଅଛି। ଘରର ସୁଖ ସୁବିଧା ସଂପର୍କିତ ଆବଶ୍ୟକତା ପୂରା କରିବା ପାଇଁ ବିଶେଷ ପ୍ରୟାସ କରିବେ। ଖାଲି ସମୟରେ ନିଜର ଭଲ ଖରାପ ସଂପକରେ ବିଚାର କରିବେ।
ଆହୁରି ପଢ଼ନ୍ତୁ: SMBC Bank: ଭାରତ ଆସିବ ଜାପାନର ‘ଏସ୍ଏମ୍ବିସି’ ବ୍ୟାଙ୍କ
ତୁଳା: ଚାକିରିଜୀବୀ ନିଜର କାମ ପୂରା କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ବେପାରର ଗତି ଭଲ ରହିବ। ଟଙ୍କାପଇସା ନେବା ଦେବାରେ ସବାଧାନ ଅବଲମ୍ବନ କରନ୍ତୁ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ।
ବିଛା: ଆପଣଙ୍କର କାମ ପ୍ରତି ଏକାଗ୍ରତା ଏବଂ ନିଷ୍ଠା ବଢ଼ିବ। ଅଧୁରା ଥିବା ଯୋଜନା ପୁଣି ଆରମ୍ଭ ହୋଇଯିବ। ବେପାରରେଅଧିକ ଲାଭ ପାଇବେ। ନକାରାତ୍ମକ ଲୋକଙ୍କ ଠାରୁ ଦୂରେଇ ଯିବାର ସଫଳ ହେବେ।
ଆହୁରି ପଢ଼ନ୍ତୁ: Trump on GreenLand: ଗ୍ରିନଲାଣ୍ଡକୁ ସମ୍ପୂର୍ଣ୍ଣ ଦଖଲକୁ ନେବୁ : ଟ୍ରମ୍ପ
ଧନୁ: ଶୁଭ ସନ୍ଦେଶ ପାଇବେ। ଅଧୁରା ଥିବା କାମ ପୂରା କରିବାରେ ବ୍ୟସ୍ତ ରହିବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଧାର୍ମିକସ୍ଥାନକୁ ଯିବା ପାଇଁ ମନ ସ୍ଥିର କରିବେ। ପେଟରୋଗ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବେ।
ମକର: କୌଣସି ମାମଲା ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା କରିନେଲେ ଭଲ ପରିଣାମ ପାଇବେ। ଧାର୍ମିକ କାର୍ଯ୍ୟରେ ଇଚ୍ଛା ବଢ଼ିବ। ବଡ଼ଙ୍କର ଆଶୀର୍ବାଦ ମିଳିବା ଯୋଗୁଁ ଆପଣଙ୍କର ସକାରାତ୍ମକ ବଢ଼ିବ।
କୁମ୍ଭ: ପୂରା ପରିଶ୍ରମରେ ନିଜର କାମ କରିବା ଯୋଗୁଁ ଭଲ ପରିଣାମ ପାଇବେ। ଆପଣଙ୍କ କଥାରେ କାହାରିକୁ କଷ୍ଟ ନପହଞ୍ଚେ ତାର ଧ୍ୟାନ ରଖନ୍ତୁ। ବିଦ୍ୟାର୍ଥୀ ଜୀବନରେ ବ୍ୟସ୍ତ ରହିବେ।
ମୀନ: ବେପାରରେ ଅଧିକ ଲାଭ ପାଇବା ଯୋଗୁଁ ଉତ୍ସାହ ବଢ଼ିବ। ଶୁଭ କାମ ଆରମ୍ଭ କରିବେ। ଦାମ୍ପତ୍ୟ ଜୀବନ ଭଲ ରହିବ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ କରିବା ପାଇଁ ପରିଶ୍ରମ ଜାରି ରଖନ୍ତୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/11/16/ajira-rasifala-2025-11-16-18-53-02.jpg)