ମେଷ: ଦିନଟି ଲାଭପ୍ରଦ ରହିବ। ଭାଇଭଉଣୀଙ୍କୁ ଭଲ ଉପହାର ଦେବେ। ଇଂଜିନିଅର୍‌ଙ୍କ ଲାଗି ଦିନଟି ସାମାନ୍ୟ ରହିବ। ଛାତ୍ରଛାତ୍ରୀଙ୍କ କ୍ୟାରିୟରରେ ପରିବର୍ତ୍ତନ ଆସିବ। ସ୍ବାସ୍ଥ୍ୟ ଭଲ ରହିବ। ‌
ବୃଷ: ବନ୍ଧୁ ସାହାଯ୍ୟରେ କାରବାରର ସ୍ଥିତି ସୁଧୁରିବ। ଧାର ନେବାଦେବାରୁ ନିବୃତ୍ତ ରହନ୍ତୁ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। 
ମିଥୁନ: ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଆପଣଙ୍କ ଆଖପାଖର ଲୋକଙ୍କ ଉଦ୍ଦେଶ୍ୟକୁ ସହଜରେ ବୁଝି ନେବେ। ଆପଣଙ୍କ କାମରେ ସାମାଜିକ ସଂପର୍କର ଲାଭ ନେଇ ପାରନ୍ତି। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ‌
କର୍କଟ: ସବୁ କାମ ବିନା ବାଧାରେ ସଂପୂର୍ଣ୍ଣ ହୋଇଯିବ। ଜୀବନସାଥୀର ପୂରା ସହଯୋଗ ପାଇବେ। ଆପଣଙ୍କ ମନ ଆଧ୍ୟାତ୍ମିକ ଭାବନାରେ ମଗ୍ନ ରହିବ। 
ସିଂହ: ପାରିବାରିକ ମାମଲାରେ ଅଧିକ ଯାଆସ କରିବାକୁ ପଡ଼ିପାରେ। ନୂଆ କାମ କରିବା ଯୋଗୁଁ ପରିବାର ଲୋକ ଆପଣଙ୍କ ଉପରେ ଖୁସି ହେବେ। ପୁରୁଣା କଥା ଅଶାନ୍ତି ସୃଷ୍ଟି କରିପାରେ। 

Advertisment

କନ୍ୟା: ଆପଣ ଟିକେ ସାବଧାନ ରହିବା ଦରକାର। ଆପଣଙ୍କର ଖର୍ଚ୍ଚ ବଢ଼ିପାରେ। ପରିବାରରେ ଖୁସିର ବାତାବରଣ ବଜାୟ ରହିବ। 
ତୁଳା: ଅନ୍‌ଲାଇନ୍‌ ବ୍ୟବସାୟୀଙ୍କୁ ବଡ଼ ଅର୍ଡର୍‌ ମିଳିବ। ଅଫିସ କାମରେ ପ୍ରଶଂସା ପାଇବେ। ବିବାହିତ କୌଣସି ଭଲ ଜାଗାକୁ ବୁଲି ଯାଇପାରନ୍ତି। ଜୀବନସାଥୀ ଆପଣଙ୍କୁ ଖୁବ୍ ସୁନ୍ଦର ଉପହାର ଦେବେ। 


ବିଛା: ଜରୁରି କାମରେ ଯାତ୍ରା କରିବାକୁ ପଡ଼ିପାରେ। ସନ୍ଧ୍ୟାରେ କୌଣସି ସମାରୋହରେ ସାମିଲ ହେବେ। ପୁରୁଣା ବନ୍ଧୁ ସହିତ ମିଶି ମନ ଖୁସି ହୋଇଯିବ। 
ଧନୁ: କାହାରି ଉପରେ ରାଗନ୍ତୁ ନାହିଁ, ଅନ୍ୟଥା ଅସୁବିଧାରେ ପଡ଼ିପାରନ୍ତି। ଭାଇଭଉଣୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। କାର୍ଯ୍ୟକ୍ଷେତ୍ରରେ ଅଧିକାରୀଙ୍କ ଠାରୁ ସମ୍ମାନ ପାଇବେ। 
ମକର: ଘରୋଇ ସମସ୍ୟା ସମଧାନ କରିବାରେ ସଫଳ ହେବେ। ଜୀବନସାଥୀର ପୂରା ସହଯୋଗ ପାଇବେ। ଅଫିସରେ ନୂଆ କାମ ଆରମ୍ଭ କରିପାରନ୍ତି। ବନ୍ଧୁ ମାଧ୍ୟମରେ ଧନଲାଭ ହେବ। ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ କରିବେ। 
କୁମ୍ଭ: ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ଭଲ ରହିବ। ଛାତ୍ରଛାତ୍ରୀଙ୍କର ପଢ଼ାରେ ମନ ଲାଗିବ। ମହତ୍ତ୍ବପୂର୍ଣ୍ଣ ପ୍ରଶ୍ନର ସମାଧାନ ବାହାରିବ। କ୍ୟାରିଅର୍‌ରେ ଆଗକୁ ବଢ଼ିବା ଲାଗି ସୁଯୋଗ ଆସିବ। 
ମୀନ: ସାମାଜିକ କ୍ଷେତ୍ରରେ ଆପଣଙ୍କର ସକ୍ରିୟତା ବଢ଼ିବ। ପୁରୁଣା ବନ୍ଧୁ ସହିତ ଦେଖା ହୋଇପାରେ। ଆପଣଙ୍କ କଥାରେ ଲୋକେ ସହମତ ହେବେ। ବେପାରରେ ଗତି ବଢ଼ାଇବା ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ।