ମେଷ: ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାରୁ ଆରାମ ପାଇବେ। ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି କରୁଥିବା ପ୍ରୟାସରେ ଭଲ ପରିଣାମ ପାଇବେ। ଆପଣ ନୂଆ କାମ ଶିଖିବେ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ କରିବେ। 
ବୃଷ: ନିଜ କାର୍ଯ୍ୟରେ ବହୁତ ସଫଳ ହେବେ। କୌଣସି ଖର୍ଚ୍ଚ ସମ୍ମୁଖକୁ ଆସିବ। ହେଲେ ଆୟର ଉତ୍ସ ଆସି ପହଞ୍ଚିବା ଯୋଗୁଁ ଆର୍ଥିକ ସମସ୍ୟା ରହିବ ନାହିଁ। ପ୍ରେମରେ ସଫଳତା ପାଇବେ।
ମିଥୁନ: ଘରୋଇ ଉଦ୍ୟୋଗ ଚାକିରିଆଙ୍କର ମନ ପସନ୍ଦ ଜାଗାକୁ ବଦଳି ହେବାର ସମ୍ଭାବନା ଅଛି। ଲେଖକଙ୍କ ଲାଗି ଭଲ ଦିନଟିଏ। କବିତା ବା କାହାଣୀ ପାଇଁ ସମ୍ମାନିତ ହେବେ। 
କର୍କଟ: ଘରର ବୟସ୍କ ବ୍ୟକ୍ତିଙ୍କ ମାର୍ଗ ଦର୍ଶନରେ ସମ୍ବନ୍ଧରେ ଲାଗି ରହିଥିବା ଭ୍ରାନ୍ତ ଧାରଣା ଦୂର ହେବ। ନିଜର ବ୍ୟବହାର ଓ ପୂର୍ବରୁ କରିଥିବା ଭୁଲ୍‌ର ସୁଧାର ପାଇଁ ଭଲ ଦିନଟିଏ। ଆୟରେ ବୃଦ୍ଧି ହେବ। 
ସିଂହ: ଧାର୍ମିକ କାର୍ଯ୍ୟ ସମ୍ବନ୍ଧୀୟ ଯୋଜନା କରିବେ। ଅଟକି ରହିଥିବା ଅର୍ଥ ପାଇବେ। ଦାମ୍ପତ୍ୟ ଜୀବନ ଭଲ ରହିବ। ବ୍ୟବସାୟରେ ଯଥେଷ୍ଟ ଲାଭ ହେବ। କଳା ଛାତ୍ରଛାତ୍ରୀ ପଢ଼ିବାରେ ଶିକ୍ଷକଙ୍କର ସାହାଯ୍ୟ ନେବେ।

Advertisment

କନ୍ୟା: କାରବାରରେ ବାଧା ସୃଷ୍ଟି ହୋଇପାରେ। କୌଣସି ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ ଭଲ ହେବ। ସନ୍ତାନ ସମ୍ବନ୍ଧୀୟ ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ପୂରା ହେବ। ତୁଳା: ଜମିବାଡ଼ି କିଣିବା ପାଇଁ ଅଧିକ ଯାତାୟାତ କରିପାରନ୍ତି। ପିଲାଙ୍କ କ୍ୟାରିୟର ପାଇଁ ବିଶେଷଜ୍ଞଙ୍କର ପରାମର୍ଶ ନେବେ। ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଲାଗି ସଫଳତାର ଦିନଟିଏ। 

ବିଛା: ଅଫିସରେ କାମ ପୂରା କରିବାକୁ ଧ୍ୟାନ ଲାଗି ରହିବ। ଲୁଗା ବ୍ୟବସାୟୀ ସଫଳତା ପାଇବେ। କିଛି ଲୋକଙ୍କ ସହିତ ମିଶି ସାମାଜିକ କାର୍ଯ୍ୟର ରୂପରେଖ ବନାଇବେ। 
ଧନୁ: ଜୀବନରେ ବାହାର ଲୋକଙ୍କ ହସ୍ତକ୍ଷେପ ପଡ଼ିବାକୁ ଦିଅନ୍ତୁ ନାହିଁ। କଂପ୍ୟୁଟର ପାଠ୍ୟକ୍ରମ ଶିଖିବା ପାଇଁ ମନସ୍ଥ କରିବେ। ଘରେ ଶୁଭ ମାଙ୍ଗଳିକ କାର୍ଯ୍ୟର ଆୟୋଜନ ହେବ। 
ମକର: ପାରିବାରିକ ଓ ବ୍ୟାବସାୟିକ ଦାୟିତ୍ବକୁ ଭଲଭାବେ ନିର୍ବାହ କରିବେ। ମାନ ସମ୍ମାନରେ ବୃଦ୍ଧି ହେବ। ପିତା ଭଲ କ୍ୟାରିୟର ପାଇଁ କୌଣସି ବିଶେଷଜ୍ଞଙ୍କର ପରାମର୍ଶ ନେବେ।
କୁମ୍ଭ: ପାରିବାରିକ ଜୀବନରେ ଉତ୍ସବର ମାହୋଲ ବଜାୟ ରହିବ। ପ୍ରଭାବଶାଳୀ ବ୍ୟକ୍ତିଙ୍କ ମାଧ୍ୟମରେ ଆପଣଙ୍କର କୌଣସି ପ୍ରାଶାସନିକ କାର୍ଯ୍ୟ ପୂରା ହୋଇଯିବ। ନୂଆ ବ୍ୟବସାୟର ଯୋଜନା କରିବେ।  
ମୀନ: ଜମିବାଡ଼ି କାମ ଅଟକି ରହିଥିଲେ ତା’ର ସମାଧାନ ପାଇଁ ଉଚିତ ଦିନଟିଏ। ବ୍ୟବସ୍ଥିତ ଦିନଚର୍ଯ୍ୟା ବଜାୟ ରହିବ। ବିଶେଷ ବ୍ୟକ୍ତିଙ୍କ ଠାରୁ ଉଚିତ ପରାମର୍ଶ ପାଇବେ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।