ମେଷ: ପାରିବାରିକ ସମ୍ବନ୍ଧ ମଧ୍ୟରେ ସାମଞ୍ଜସ୍ୟ ବଜାୟ ରଖିବେ। କାମ ପୂରା କରିବା ପାଇଁ ନୂଆ ପଦ୍ଧତି ଉପରେ ବିଚାର କରିବେ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ବିଦ୍ୟାର୍ଥୀ ଖୁବ୍ ମନ ଲଗାଇ ପଢ଼ିବେ। 
ବୃଷ: ଗଣମାଧ୍ୟମ ଓ ଅନଲାଇନ ବ୍ୟବସାୟ ସଂପର୍କରେ ଜ୍ଞାନ ପାଇବେ। ପରିବାରରେ ଆପଣଙ୍କ ଗୁଣର ଚର୍ଚ୍ଚା ହେବ। ପୈତୃକ ସଂପତ୍ତିରୁ ଧନଲାଭ ହେବ। 
ମିଥୁନ: ଆପଣଙ୍କର ଆୟର ନୂଆ ମାର୍ଗ ଖୋଲିବ। ବିଶେଷ ପ୍ରକଳ୍ପରେ ଜୀବନସାଥୀର ସହଯୋଗ ପାଇବେ। ଛାତ୍ରଛାତ୍ରୀ ଅଧିକ ସମୟ ଇଣ୍ଟର୍‌ନେଟ୍‌ରେ କଟାଇବେ, ପାଠପଢ଼ାରେ ମନ କମ୍‌ ଲାଗିବ। 
କର୍କଟ: ଆପଣ ଫୋନ ମାଧ୍ୟମରେ କୌଣସି ଶୁଭ ସୂଚନା ପାଇପାରନ୍ତି। ବଡ଼ ଠାରୁ କିଛି ନୂଆ ଶିଖିବାକୁ ପାଇବେ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ।
ସିଂହ: ବେପାରରେ ଅଧୁରା ଥିବା ଯୋଜନା ଆରମ୍ଭ କରିବା ଯୋଗୁଁ ବ୍ୟସ୍ତତା ବଢ଼ିବ। ଅଫିସରେ ଆପଣଙ୍କୁ ଦିଆଯାଇଥିବା କାମ ନିର୍ଦ୍ଧାରିତ ସମୟରେ ପୂରା କରନ୍ତୁ। ପ୍ରେମୀଯୁଗଳ ଦୂରସ୍ଥାନକୁ ଭ୍ରମଣରେ ଯିବେ। 

Advertisment

କନ୍ୟା: ପରିବାର‌ ଲୋକ ମିଳିମିଶି ସମସ୍ୟାର ସମାଧାନ କରିବେ। ବ୍ୟବସାୟୀ ଆଗକୁ ବଢ଼ିବେ। ବନ୍ଧୁ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ।    
ତୁଳା: ଖାଲି ସମୟରେ ନିଜର ଭଲ ଓ ଖରାପ ଗୁଣ ସଂପର୍କରେ ବିଚାର କରିବେ। ବନ୍ଧୁ ସହିତ ମିଳି ପୁରୁଣା ସ୍ମୃତି ତାଜା ହେବ। ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି। ସ୍ବାସ୍ଥ୍ୟ ଦୃଷ୍ଟିରୁ ଦିନଟି ଭଲ। 

ବିଛା: କୌଳିକ ବ୍ୟବସାୟୀ ବେପାରରେ କିଛି ପରିବର୍ତ୍ତନ ଆଣିବା ନେଇ ବିଚାର କରିବେ। ଭଜନ, କୀର୍ତ୍ତନରେ ସପରିବାର ସମ୍ମିଳିତ ହେବେ। ମଧୁର କଥା କହିବେ। 
ଧନୁ: ନୂଆ ବିଷୟ ପ୍ରତି ରୁଚି ବଢ଼ିବ। ଆର୍ଥିକ ସ୍ଥିତି ଭଲ ରହିବ। ସୋସିଆଲ ମିଡିଆରେ ଉପାଦେୟ ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ କରିବେ। ଛାତ୍ର ଆସନ୍ତାକାଲି ପାଇଁ କାମ ରଖନ୍ତୁ ନାହିଁ। 
ମକର: ଆପଣଙ୍କୁ ଆଶାଠୁ ଅଧିକ ଧନଲାଭ ହେବ। ପିଲାର ସ୍ବପ୍ନକୁ ସାକାର କରିବା ଲାଗି ତାକୁ ପ୍ରୋତ୍ସାହନ ଦିଅନ୍ତୁ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବାକୁ ପଡ଼ିପାରେ। ଛାତ୍ର ସଫଳତା ପାଇବେ। 
କୁମ୍ଭ: ଜୀବନସାଥୀ ମାଧ୍ୟ‌ମରେ ଆପଣଙ୍କ ଯୋଜନା ସଫଳ ହେବ। ମହିଳାମାନେ ନିଜର କାମ ଶୀଘ୍ର ସମାପ୍ତ କରିବାରେ ସଫଳ ହେବେ। ଅକଳ୍ପନୀୟ ଜାଗାରୁ ନିମନ୍ତ୍ରଣ ଆସିବ। 
ମୀନ: କୌଣସି ବ୍ୟକ୍ତିଙ୍କୁ ଆପଣଙ୍କ ଜୀବନରେ ଦଖଲ ଦେବାକୁ ଦିଅନ୍ତୁ ନାହିଁ। ପରିବାର ସହିତ ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ ହେବେ। ହଷ୍ଟେଲରେ ରହି ପଢୁଥିବା ଛାତ୍ରଛାତ୍ରୀ ଘର ଲୋକଙ୍କ ସହିତ ମିଶିବାର ସୁଯୋଗ ପାଇପାରନ୍ତି।