ମେ‌ଷ: ଆପଣଙ୍କର ସବୁ ଅଶାନ୍ତି ଦୂର ହେବ। ଯେଉଁ କାର୍ଯ୍ୟ କରିବାକୁ ଚାହିଁବେ ତାହା ସହଜରେ ସଂପୂର୍ଣ୍ଣ ହୋଇଯିବ। କୌଣସି ଲୋକ ବନ୍ଧୁତା ଲାଗି ହାତ ବଢ଼ାଇବେ।

Advertisment

ବୃଷ: ବନ୍ଧୁମାନଙ୍କ ସହ ମଉଜମସ୍ତିରେ ସମୟ ଅତିବାହିତ କରିବେ। ରାଜନେତା ଲୋକମାନଙ୍କ ସହିତ ତାଳମେଳ ରଖନ୍ତୁ। ଶିକ୍ଷକଙ୍କୁ ପୁରସ୍କାର ମିଳିବ। ‌

ମିଥୁନ: ନୂଆ ଉତ୍ସରୁ ଧନପ୍ରାପ୍ତି ହେବ। ପେସାଦାର ବ୍ୟବସାୟୀଙ୍କୁ ଆଶା ଠାରୁ ଅଧିକ ଲାଭ ହେବ। ପ୍ରେମ ପ୍ରସଙ୍ଗ ପ୍ରତି ଆପଣଙ୍କର ଆକର୍ଷଣ ବଢ଼ିବ। ‌
କର୍କଟ: ଦୀର୍ଘ ଦିନର ଅଧୁରା କାମ ପୂରା ହୋଇଯିବ। ଅନ୍ୟମାନଙ୍କ ଆଗରେ ନିଜର କଥା ଭଲଭାବେ ରଖି ପାରିବେ। ବନ୍ଧୁ ସହ ନୂଆ ବେପାର ଆରମ୍ଭ କରିପାରନ୍ତି।

ସିଂହ: ଆପଣଙ୍କ ଶକ୍ତିର ସ୍ତର ଭଲ ରହିବ। ଭଲ ଉଦ୍ୟୋଗରୁ ଚାକିରିର ସୁଯୋଗ ଆସିବ। ପିଲାମାନଙ୍କ ସହିତ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ। ପ୍ରେମରେ ସଫଳତା ପାଇବେ। 

କନ୍ୟା: ପୂଜାପାଠରେ ସମୟ ବିତିବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ଆୟ ବୃଦ୍ଧି ପାଇଁ ଚିନ୍ତା କରନ୍ତୁ। ପରିବାର ସହିତ କୌଣସି ଗମ୍ଭୀର ପ୍ରସଙ୍ଗରେ କଥା ହେବେ। 
ତୁଳା: ଆପଣଙ୍କ କାମରେ କୌଣସି ବନ୍ଧୁ ସାହାଯ୍ୟ କରିବେ। ସ୍କୁଲ ଶିକ୍ଷକ ନିଜ କାମରେ ଖୁସି ରହିବେ। ସଡ଼କର ଦୁଇ ଦିଗକୁ ଦେଖି ପାର ହୁଅନ୍ତୁ। 

ବିଛା: ପରିବାରର ସମସ୍ତେ ଖୁସି ରହିବେ। ବ୍ୟବସାୟରେ ଉନ୍ନତି ହେବ। ଆପଣଙ୍କ ପାଖକୁ କୌଣସି ନୂଆ ଦାୟିତ୍ବ ଆସିବ। ଛାତ୍ରଛାତ୍ରୀ କିଛି ନୂଆ ଶିଖିବାର ଅବସର ପାଇବେ। 

ଧନୁ: ନୂଆ ଉତ୍ସରୁ ଧନପ୍ରାପ୍ତି ହୋଇପାରେ। ବିରୋଧୀ ଆପଣଙ୍କ ଠାରୁ ଦୂରେଇ ରହିବେ। ପ୍ରିୟଜନଙ୍କ ସହ ସମୟ ଅତିବାହିତ କରିବ‌ା ଲାଗି ଯୋଜନା କରିବେ। 
ମକର: ପୂର୍ବ ବିଚାରକୁ ବାଦ ଦେଇ ନୂଆ ବିଚାର ଗ୍ରହଣ କରିବେ। ଅଫିସରେ ପରିବେଶ ଭଲ ରହିବ। ପୁସ୍ତକ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ।

କୁମ୍ଭ: ଅଧୁରା କାମ ପୂରା ହେବା ଯୋଗୁଁ ଖୁସି ଅନୁଭବ କରିବେ। ସାମାଜିକ ପରିସର ବୃଦ୍ଧି ହେବ। ନୂଆ ଘର କିଣିବା ଲାଗି ଯୋଜନା କରିବେ। 

ମୀନ: ନୂଆ ଲୋକଙ୍କ ସହ ସାକ୍ଷାତରୁ ଆପଣଙ୍କୁ ଲାଭ ହେବ। ଉଜ୍ଜ୍ବଳ ଭବିଷ୍ୟତ ଲାଗି ଯୋଜନା କରିବେ। ପ୍ରେମୀ ଯୁଗଳ ପରସ୍ପରଙ୍କ ଭାବନାକୁ ସମ୍ମାନ କରିବେ।