ମେଷ: ସମାଜରେ ମାନ ସମ୍ମାନ ପାଇବେ। କୌଣସି ମନ୍ଦିରରେ ଦାନ ପୁଣ୍ୟର ଜିନିଷ ବାଣ୍ଟିବେ। ଶ୍ବଶୁର ଘରୁ କୌଣସି ଖୁସି ଖବର ପାଇବେ। ଚାକିରି କରୁଥିବା ଲୋକ ମନ ଲଗାଇ କାମ କରିବେ। ପ୍ରେମ ଜୀବନ ଭଲ ହେବ।
ବୃଷ: କାର୍ଯ୍ୟଭାର ଅଧିକ ହେବା ଯୋଗୁଁ ଅଧିକ ସମୟ କାମ କରିବେ। ବିଜ୍ଞାପନ ବ୍ୟବସାୟରେ ସୁଧାର ଆସିବ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ମନୋବଳ ବଢ଼ାଇବାକୁ ଯୋଗ କରନ୍ତୁ।
ମଥୁନ: ବ୍ୟବସାୟରେ ବହୁତ ଗମ୍ଭୀରତାର ସହ କାମ କରନ୍ତୁ। ଛୋଟ ବଡ଼ ନିଷ୍ପତ୍ତି ନେବା ସମୟରେ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ, ଲାଭ ହେବ। ଧାର ଦେଇଥିବା ଅର୍ଥ ପାଇବେ।
କର୍କଟ: ଘରେ ସୁଖଦ ପରିବେଶ ରହିବ। ଜୀବନସାଥୀଙ୍କର ଆପଣଙ୍କ ପ୍ରତି ପୂର୍ଣ୍ଣ ସହଯୋଗ ରହିବ। ଆପଣଙ୍କ ପାଖକୁ ବହୁତ ଅଧିକ ଦାୟିତ୍ବ ଆସିପାରେ। ଧୈର୍ଯ୍ୟଧରି ଗୋଟିଏ ପରେ ଗୋଟିଏ କାମ ସୁଚାରୁରୂପେ କରିବେ।
ସିଂହ: ଆପଣ ନିଜ ପିଲାଙ୍କ ପ୍ରତି ସାବଧାନ ରହନ୍ତୁ। ବେପାର ବଢ଼ାଇବା ପାଇଁ ଚେଷ୍ଟା କରିବେ। ରାଜନୀତିରେ ସଫଳତା ପାଇବେ। ପରିବାର ଜୀବନ ସୁଖମୟ ହେବ।
କନ୍ୟା: କୌଣସି ଶୁଭକାର୍ଯ୍ୟରେ ଧନ ଖର୍ଚ୍ଚ ହେବ। ପରିବାରରେ ସବୁ ଲୋକ ଆପଣଙ୍କ କାମରେ ପ୍ରସନ୍ନ ରହିବେ। ଚାକିରିଆଙ୍କ ଲାଗି ଦିନଟି ବହୁତ ଭଲ। ଓକିଲଙ୍କୁ କୌଣସି ଗ୍ରାହକଙ୍କ ଠାରୁ ଧନଲାଭ ହେବ।
ତୁଳା: ପୂଜାପାଠରେ ସମୟ ବିତିବ। ଘର, ଦୋକାନ କିଣିବା ଲାଗି ଦିନଟି ଶୁଭ। କାମ ପୂରା କରିବାରେ ଜୀବନସାଥୀଙ୍କ ପରାମର୍ଶ ଫଳପ୍ରଦ ସାବ୍ୟସ୍ତ ହେବ। ଆଇନ ମାମଲାରେ ଜୟଲାଭ କରିବେ।
ବିଛା: କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ କାମର ପ୍ରଶଂସା ହେବ। ଆର୍ଥିକ ମାମଲା ଆପଣଙ୍କ ପାଇଁ ଚିନ୍ତା ବଢ଼ାଇପାରେ। ମାଆଙ୍କୁ ଆପଣଙ୍କ ମନର କଥା କହିପାରନ୍ତି।
ଧନୁ: ଆପଣଙ୍କ ଉପରେ ଭଗବାନଙ୍କର କୃପା ରହିବ। କୌଣସି ବନ୍ଧୁ ବା ସଂପର୍କୀୟଙ୍କୁ ସହାୟତା କରିପାରନ୍ତି। ବେପାରରେ ଅଧିକ ଲାଭ ପାଇବେ। ଚାରିଆଡ଼େ ଆପଣଙ୍କ ପ୍ରଶଂସା ହେବ।
ମକର: କୌଣସ ପ୍ରକାର ଯାତ୍ରାରେ ଯାଇପାରନ୍ତି। ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କ ଉପରେ ଅଧିକାରୀ ପ୍ରସନ୍ନ ରହିବେ। ବେପାର ବଢ଼ାଇବା ପାଇଁ ଅବସର ପାଇବେ।
କୁମ୍ଭ: କୌଣସି କଥାକୁ ନେଇ ମନ ବହୁତ ପ୍ରସନ୍ନ ରହିବ। ବ୍ୟବସାୟ ସମ୍ବନ୍ଧରେ କାହାରି ଉପରେ ଆଖି ବନ୍ଦ କରି ଭରସା କରନ୍ତୁ ନାହିଁ। ଅଯଥା ଖର୍ଚ୍ଚ ପାଇଁ ଚିନ୍ତା ବଢ଼ିପାରେ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ଅଣଦେଖା କରନ୍ତୁ ନାହିଁ।
ମୀନ: ଜୀବନସାଥୀ ସହିତ ଲାଗି ରହିଥିବା ମନୋମାଳିନ୍ୟ ସମାପ୍ତ ହୋଇଯିବ। କାର୍ଯ୍ୟକ୍ଷେତ୍ରରେ ମନ ଲଗାଇ କାମ କରିବେ। ବେପାର କରୁଥିବା ମହିଳାଙ୍କ ଲାଗି ଦିନଟି ଭଲ। ନୂଆ ଗାଡ଼ି କିଣିବା ଲାଗି ମନ ସ୍ଥିର କରିବେ।