ମେଷ: ବେପାରରେ ସାମାନ୍ୟ ଲାଭ ହେବ। ନବବିବାହିତ ଦମ୍ପତି କୌଣସି କଥାକୁ ନେଇ ତର୍କବିତର୍କ କରିବେ। ଚାକିରିଆଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।
ବୃଷ: ଘର ଲୋକଙ୍କ ସହିତ ଭଲ ସମୟ ଅତିବାହିତ କରିବେ। ପ୍ରୋଜେକ୍ଟ କାମରେ ଜୀନସାଥୀର ସହଯୋଗ ପାଇବେ। କିଛି ଏଭଳି ବିଚାର ଆସିପାରେ ଯାହା ଅଥ୍ୟନ୍ତ ସୃଜନାତ୍ମକ ହେବ। ବିଦ୍ୟାର୍ଥୀ ସଫଳତା ପାଇବେ।
ମିଥୁନ: ଆପଣ ଘରର ବଡ଼ଙ୍କ ଠାରୁ ପ୍ରେରଣା ପାଇବେ। ପ୍ରତିଟି କାର୍ଯ୍ୟ ମନ ଲଗାଇ କଲେ ଲାଭ ହେବ। ସମାଜରେ ଆପଣଙ୍କର ପ୍ରତିଷ୍ଠା ବଢ଼ିବ। ଘରେ ସୁଖ ସମୃଦ୍ଧି ବଜାୟ ରହିବ।
କର୍କଟ: ବଡ଼ ବ୍ୟବସାୟ ଗୋଷ୍ଠୀରେ ଭାଗୀଦାରି କରିବା ପାଇଁ ବିଚାର କରିବେ। ଆପଣଙ୍କ ସୃଜନଶୀଳତାକୁ ଲୋକେ ପ୍ରଶଂସା କରିବେ। ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ରହିବ। ପୂରା ଦିନ ସୁସ୍ଥ ସବଳ ଅନୁଭବ କରିବେ।
ସିଂହ: ପରିବାରର କୌଣସି କାମରେ ବ୍ୟସ୍ତ ରହିବେ। ଅନୁଭବୀ ବ୍ୟକ୍ତିଙ୍କ ସହିତ ମିଶି କାମ ଆଗକୁ ବଢ଼ାଇବେ। ଝମେଲା ଠାରୁ ଦୂରରେ ରହି କୌଣସି ମନ୍ଦିର ବା ଧାର୍ମିକ ଅନୁଷ୍ଠାନରେ ସମୟ ବିତାଇବେ।
କନ୍ୟା: ମନରେ କୌଣସି ସଂଶୟ ରଖନ୍ତୁ ନାହିଁ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ଅସହାୟଙ୍କୁ ଭୋଜନ କରାଇବା ଦ୍ବାରା ଆପଣଙ୍କୁ ଶାନ୍ତି ମିଳିବ।
ତୁଳା: କାରବାର ବେଳେ ସାବଧାନତା ଅବଲମ୍ବନ କରନ୍ତୁ। କ୍ୟାରିୟରରେ ଗୁରୁଜନର ମାର୍ଗ ଦର୍ଶନ ମିଳିବ। ସ୍ବାସ୍ଥ୍ୟକୁ ସୁଦୃଢ଼ କରିବା ପାଇଁ ଯୋଗର ରୁଟିନ ପ୍ରସ୍ତୁତ କରିବେ। ଡାକ୍ତରୀ ଛାତ୍ରଛାତ୍ରୀ କିଛି ନୂଆ ଶିଖିବେ।
ବିଛା: ସଠିକ୍ ଯୋଜନା ଦ୍ବାରା କ୍ୟାରିୟରରେ ପରିବର୍ତ୍ତନ ଆସିବ। ମିଡିଆ କର୍ମୀମାନଙ୍କୁ ବଢ଼ିଆ ମଉକା ମିଳିବ। ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଅବସର ପାଇବେ।
ଧନୁ: ପରିବାରରେ ହର୍ଷ ଉଲ୍ଲାସର ପରିବେଶ ବଜାୟ ରହିବ। ଆପଣଙ୍କ କାର୍ଯ୍ୟକୌଶଳ ଦେଖି ଲୋକେ ପ୍ରଭାବିତ ହେବେ। କଳା କ୍ଷେତ୍ରରେ ଥିବା ଲୋକ କୌଣସି ଖୁସି ଖବର ପାଇବେ।
ମକର: ଅଫିସରେ ସହକର୍ମୀଙ୍କ ସହଯୋଗ ପାଇବେ। କାମରେ ରାଜନୀତିକ ସମ୍ବନ୍ଧରୁ ଲାଭ ହେବ। ଆପଣ କୌଣସି କାମକୁ ନେଇ ଉତ୍ସାହିତ ରହିବେ।
କୁମ୍ଭ: କାମ ଓ ପରିବାର ସମ୍ବନ୍ଧ ମଧ୍ୟରେ ଭାରସାମ୍ୟ ବଜାୟ ରଖନ୍ତୁ। ଜୀବନସାଥୀର ପୂର୍ଣ୍ଣରୂପେ ସହଯୋଗ ମିଳିବା ଯୋଗୁଁ ଖୁସି ରହିବେ। କାମ ପୂରା କରିବାର ନୂଆ ପଦ୍ଧତି ଉପରେ ବିଚାର କରିବେ।
ମୀନ: ବେପାରରେ ଅଧୁରା ଯୋଜନା ପୂରା କରିବାରେ ବ୍ୟସ୍ତ ରହିବେ। ଘର ଲୋକ ଆପଣଙ୍କ କଥା ମାନିବେ। କଳା ସାହିତ୍ୟ କ୍ଷେତ୍ରରେ ଅଧିକ ମନ ଲାଗିବ। ମହିଳାମାନେ ଫୋନରେ ଅଧିକ ସମୟ ବିତାଇବେ।