ମେଷ: ଜମି ବ୍ୟବସାୟୀଙ୍କୁ ଅଧିକ ଲାଭ ହେବ। ମହିଳାମାନେ ନିଜ କାମରେ ବ୍ୟସ୍ତ ରହିବେ। ବ୍ୟର୍ଥ କଥାରେ ତର୍କବିତର୍କ କରନ୍ତୁ ନାହିଁ। ନିଜର ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଘରର ଦରକାରୀ ଜିନିଷ କିଣାକିଣି ପାଇଁ ଖର୍ଚ୍ଚ ବଢ଼ିପାରେ। ‌
ବୃଷ: ଅଧୁରା କାମ ସଂପୂର୍ଣ୍ଣ କରି ନୂଆ କାମ ଶୁଭାରମ୍ଭ କରିବେ। ବ୍ୟବସାୟୀଙ୍କୁ ଭଲ ଅବସର ମିଳିବ। ପରିବାରରେ ଖୁସିର ପରିବେଶ ରହିବ। ଦୂର ସ୍ଥାନକୁ ଯିବାର ଯୋଗ ଅଛି। ‌
ମିଥୁନ: ଦିନଟି ଜୀବନରେ ନୂଆ ଦିଶା ନେଇ ଆସିବ। ଧ୍ୟାନ ଲଗାଇ କାମ କରନ୍ତୁ ଶୀଘ୍ର ସଫଳତା ପାଇବେ। ଜୀବନସାଥୀ ସହିତ ବାହାରକୁ ବୁଲି ଯାଇପାରନ୍ତି।
କର୍କଟ: ବନ୍ଧୁ ଠାରୁ ଭଲ ପରାମର୍ଶ ପାଇବେ। ବ୍ୟବସାୟ କାମରେ ଅନ୍ୟ ସହରକୁ ଯାଇପାରନ୍ତି। ଅଧିକ ସଫଳତା ପାଇଁ ଆପ୍ରାଣ ପ୍ରୟାସ ଜାରି ରଖିବେ। ନବବିବାହିତ ଦମ୍ପତି ବାହାରକୁ ବୁଲି ଯିବେ। 
ସିଂହ: ନିଜ କାମରେ ଧ୍ୟାନ କେନ୍ଦ୍ରିତ କରନ୍ତୁ କାମ ସଫଳ ହେବ। ଜମି ବ୍ୟବସାୟୀଙ୍କୁ ଲାଭ ହେବ। ଆପଣଙ୍କ ପିଲାଙ୍କୁ ଉପହାର ଦେବେ। କ୍ରୀଡ଼ା କ୍ଷେତ୍ରରେ ଥିବା ଲୋକଙ୍କୁ ସଫଳତା ମିଳିବା ଯୋଗ ଅଛି। 

Advertisment

କନ୍ୟା: ଆପଣଙ୍କ ମନ ସ୍ବଚ୍ଛ ରହିବ। ସମାଜରେ ଆପଣଙ୍କ କାମର ପ୍ରଶଂସା ହେବ। ଜୀବନସାଥୀ ସହିତ ସମ୍ବନ୍ଧ ମଧୁର ହେବ। ଇଲେକ୍ଟ୍ରିକ୍ ଯାନ କିଣିବା ଲାଗି ମନସ୍ଥ କରିବେ। ଶିକ୍ଷାର୍ଥୀଙ୍କ ମନ ପଢ଼ାରେ ଲାଗିବ।  
ତୁଳା: ଆପଣଙ୍କ ଉପରେ ଭଗବାନଙ୍କର କୃପାଦୃଷ୍ଟି ରହିବ। ପରୋପକାର କାର୍ଯ୍ୟରେ ସମୟ ବିତାଇବେ। ବ୍ୟବସାୟୀଙ୍କ ଲାଗି ଦିନଟି ଭଲ। 

ବିଛା: ଆପଣ କୌଣସି ପ୍ରକାର ଯାତ୍ରାରେ ଯାଇପାରନ୍ତି। ଜୀବନସାଥୀ ସହିତ ତାଳମେଳ ଠିକ୍ ରହିବ। ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। 
ଧନୁ: କୌଣସି କଥାକୁ ନେଇ ଆପଣଙ୍କ ମନ ବହୁତ ପ୍ରସନ୍ନ ରହିବ। ଅଯଥା ଖର୍ଚ୍ଚ ପାଇଁ ବ୍ୟାଙ୍କ ବାଲାନ୍‌ସ କମ୍ ହେବ। ଇସ୍ପାତ କାରବାରୀଙ୍କର ବିକ୍ରି ବଢ଼ିବ। 
ମକର: ଜୀବନସାଥୀଙ୍କ ସହିତ ଲାଗି ରହିଥିବା ମତଭେଦ ଦୂର ହେବ। କାର୍ଯ୍ୟକ୍ଷେତ୍ରରେ ମନ ଲଗାଇ କାମ କରିବେ। କୌଣସି ପରିଜନଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତା ରହିବ। ଘରେ ଧାର୍ମିକ ଅନୁଷ୍ଠାନ କରିପାରନ୍ତି। 
କୁମ୍ଭ: ଆପଣଙ୍କ ମନ ଧାର୍ମିକ କାର୍ଯ୍ୟରେ ଲାଗି ରହିବ। ବେପାରରେ ଲାଭ ହେବ। ଆପଣଙ୍କୁ ମାନ ସମ୍ମାନ ମିଳିବ। ଛାତ୍ରଛାତ୍ରୀ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରିବେ। 
ମୀନ: ଅଫିସରେ ଆପଣଙ୍କ କଠିନ ପରିଶ୍ରମ ଦେଖି କର୍ତ୍ତୃପକ୍ଷ ଦରମା ବୃଦ୍ଧି କରିପାରନ୍ତି। ପ୍ରେମୀଯୁଗଳ ବାହାରକୁ ବୁଲି ଯିବେ। ଚାକିରି ପାଇଁ ପରିଶ୍ରମ କରୁଥିବା ଛାତ୍ରଛାତ୍ରୀ ସନ୍ତୋଷଜନକ ଫଳ ପାଇବେ।