ମେଷ: ପ୍ରତ୍ୟେକ କାମ ବୁଝି ବିଚାରି କରନ୍ତୁ, ସଫଳତା ପାଇବେ। ମାନ ସମ୍ମାନରେ ବୃଦ୍ଧି ହେବ। ବନ୍ଧୁ ମାଧ୍ୟମରେ ଅଧୁରା ଥିବା କାମ ପୂରା ହୋଇଯିବ।
ବୃଷ: ଜୀବନସାଥୀର ପରାମର୍ଶ ଓ ସହଯୋଗ ଲାଭଦାୟକ ରହିବ। ବ୍ୟର୍ଥ କଥାକୁ ଧ୍ୟାନ ଦିଅନ୍ତୁ ନାହିଁ। ଅନୁଭବୀ ବ୍ୟକ୍ତିଙ୍କ ମତ ଆପଣଙ୍କ ଲାଗି ଉପାଦେୟ ସାବ୍ୟସ୍ତ ହେବ।
ମିଥୁନ: ଆଖପାଖ ଲୋକଙ୍କ ସହଯୋଗରେ ଘର କାମ ପୂରା କରିବାରେ ସଫଳ ହେବେ। ବ୍ୟବସାୟ କାମରେ ବ୍ୟସ୍ତ ରହିବେ। ଅଫିସରେ ନୂଆ ଦାୟିତ୍ବ ପାଇବେ।
କର୍କଟ: ଆର୍ଥିକ ମାମଲାରେ ଭଲ ଅବସର ପାଇବେ। ପରିଶ୍ରମ ବଳରେ କଠିନ କାମ ହାସଲ କରିବେ। ଛାତ୍ରଛାତ୍ରୀ ପାଠପଢ଼ା ପ୍ରତି ଏକାଗ୍ରଚିତ୍ତ ରହିବେ।
ସିଂହ: ପରିବାର ସହିତ ଭଲ ସମୟ ଅତିବାହିତ କରିବେ। ବିଶେଷ ଲୋକଙ୍କ ସହିତ ମିଳାମିଶା କରିବେ। ବକେୟା ଅର୍ଥ ପାଇବା ଯୋଗୁଁ ବିତ୍ତୀୟ ସ୍ଥିତି ସୁଧୁରିବ।
କନ୍ୟା: ବେପାର ନେଇ ମନରେ ନୂଆ ନୂଆ ବିଚାର ଆସିବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଅଫିସ କାମରେ ଦୂର ସ୍ଥାନକୁ ଯିବାକୁ ପଡ଼ିପାରେ।
ତୁଳା: ମନପ୍ରାଣ ଢାଳି କାମ କରିବେ। ବିଶେଷ ନିଷ୍ପତ୍ତି ନେଇ ବାପାମାଆଙ୍କ ସହିତ ଆଲୋଚନା କରିବେ। ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ।
ବିଛା: ଆପଣଙ୍କ ଇଚ୍ଛା ପୂରଣ ହେବ। ନିଜର ଯୋଗ୍ୟତା ଓ ପରିଶ୍ରମ ବଳରେ ସଫଳତା ହାସଲ କରିବେ। ଘରେ ସୁଖଦ ବାତାବରଣ ରହିବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଅନୁକୂଳ।
ଧନୁ: ସହକର୍ମୀ ଆପଣଙ୍କ କାମରେ ସହଯୋଗ କରିବେ। ସାମାଜିକ କାର୍ଯ୍ୟରେ ସକ୍ରିୟ ଭୂମିକା ନିର୍ବାହ କରିବେ। ଛାତ୍ରଛାତ୍ରୀ ନିଜର ପାଠପଢ଼ା ଓ କ୍ୟାରିଅର ପ୍ରତି ସଜାଗ ରୁହନ୍ତୁ।
ମକର: ଅଜଣା ବ୍ୟକ୍ତିଙ୍କୁ ନିଜର ସମସ୍ୟା କୁହନ୍ତୁ ନାହିଁ। ସଂପର୍କ ସୂତ୍ରରୁ ନୂଆ ନୂଆ ସୂଚନା ପାଇବେ। ନୂଆ ବ୍ୟବସାୟରେ ପୁଞ୍ଜି ଲଗାଇବା ପାଇଁ ଭାବିବେ। ସ୍ବାସ୍ଥ୍ୟ ନେଇ ସଚେତନ ରୁହନ୍ତୁ।
କୁମ୍ଭ: ଘର ପାଇଁ ନୂଆ ସାମଗ୍ରୀ କିଣିବେ। ନିଜର ଯୋଗ୍ୟତା ଓ ସାମର୍ଥ୍ୟକୁ ଜାଣନ୍ତୁ। ନୂଆ ବେପାର ଆରମ୍ଭ କରିବା ଲାଗି ମନସ୍ଥ କରିବେ। ଛାତ୍ରଛାତ୍ରୀ ପାଠପଢ଼ାରେ ଅଧିକ ଧ୍ୟାନ ଦିଅନ୍ତୁ।
ମୀନ: ଆଧ୍ୟାତ୍ମିକ ଗତିବିଧିରେ କିଛି ସମୟ ବିତାନ୍ତୁ, ଆତ୍ମବଳ ବୃଦ୍ଧି ହେବ। ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। ଶତ୍ରୁ ଦବି ରହିବେ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ।
ଦୈନିକ ରାଶିଫଳ